ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ

କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି। ନୀଳଚଳ କମ୍ପାନୀର ଜଣେ ଅଧିକାରୀ ସମ୍ପୃକ୍ତ ଠିକା ସଂସ୍ଥାକୁ ଅଜାଚିତ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ କ୍ଷତିପୁରଣ ପାଇବାରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଠିକା ଶ୍ରମିକଙ୍କ ସ୍ତ୍ରୀ ଗତ ମାସରେ କ୍ଷତିପୁରଣ ପ୍ରଦାନ ପାଇଁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦନା କରିଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ହେଲେ ଆତ୍ମାଆହୁତି ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ନୀଳାଚଳ ଇସ୍ପାତର ଜଣେ ଅଧିକାରୀ କବିତାଙ୍କୁ ୩ ଲକ୍ଷ ଟଙ୍କା ନେଇ ମାମଲାକୁ ରଫାଦଫା କରିବା ପାଇଁ କହିବା ସହ ଏହା ନ ମାନିଲେ ଠିକାଦାର ପରମାନନ୍ଦ ନାୟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିବେ। ଫଳରେ କ୍ଷତିପୂରଣ ରାଶି ମିଳିପାରିବ ନାହଁି ବୋଲି କହିଥିବା ସୋମବାର କଳିଙ୍ଗନଗର ଅତିରକ୍ତି ଜିଲାପାଳଙ୍କୁ ଭେଟି ଜଣାଇଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କ୍ଷତିପୂରଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ଏହାର ସମାଧାନ ନ ହେଲେ ପୁଣି ଆତ୍ମାଆହୁତି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନଣ୍ଡାବର ଗ୍ରାମର ଚନ୍ଦ୍ର କାନ୍ତ ବାରିକ ଓ ସେହି ଗ୍ରାମର ପ୍ରମୋଦ ପାତ୍ର ନୀଳାଚଳ କାରଖାନାରେ ଠିକାଶ୍ରମିକ କାମ କରୁଥିଲେ। ଗତ ୨୧ା୧ା୧୭ରେ ଉଭୟଙ୍କ ସଡ଼କ ଦୃର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁଇଜଣ ପୃଥ୍‌କ ପୃଥ୍‌କ ଠିକାଦାର ପାଖ ରେ କାର୍ଯ୍ୟ କରୁଥିଲେ। ମୃତ ପ୍ରମୋଦଙ୍କର ପରିବାର କ୍ଷତିପୁରଣ ପାଇଛନ୍ତି। ହେଲେ ମୃତ ଚନ୍ଦ୍ରକାନ୍ତଙ୍କ ନାମ ଇଏସ୍‌ଆଇରେ ଠିକାଦାର ପରମାନ୍ଦ ନାୟକ ଅର୍ନ୍ତଭୁକ୍ତ କରି ନ ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ମିଳିପାରି ନାହଁି। ନେଇ ମୃତ ସ୍ତ୍ରୀ କବିତା ଜିଲା ପ୍ରଶାସନ, ନୀଳାଞ୍ଚଳ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ତେଣୁ ବାଧ୍ୟ ହୋଇ ଆତ୍ମାହୁତି ଦେବା ପାଇଁ ଏକ ଦାବିପତ୍ର ଯାଜପୁର ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିଲେ। ଏହି ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ନୀଳାଚଳ କାରଖାନା କର୍ତ୍ତୃପକ୍ଷ ଠିକାଦାର ପରମାନନ୍ଦଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିଳାଚଳ ଇସ୍ପାତର ଜଣେ ଅଧିକାରୀ କବିତାଙ୍କୁ ଡାକି ଟଙ୍କା ନେଇ ମାମଲାକୁ ରଫାଦଫା କରିଦେବା ପାଇଁ କହିଥିଲେ। ହାଇକୋର୍ଟରେ ଠିକାଦାର ମାମଲା କରିବା ନେଇ କହିଥିଲେ। ଏଥିରେ କବିତା ରାଜି ନ ହେବାରୁ ଠିକାଦାର ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଏ ନେଇ ସେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜଣାଇଥିବା କହିଛନ୍ତି। କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟାଦେଶ ଖିଲାପି ଠିକାଦାର ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସମ୍ପୃକ୍ତ ଠିକାଦାରଙ୍କୁ କାହିଁକି ଏ ପର୍ଯ୍ୟନ୍ତ କଳାତାଲିକା ଭୁକ୍ତ କରାଯାଇ ନାହଁି ବୋଳି ସୁକିନ୍ଦା ଅଞ୍ଚଳର ସମାଜିକକର୍ମୀ ପୁନମ ଅଗ୍ରଓ୍ବାଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri