ବିଦ୍ୟାଳୟ ମିଶ୍ରଣକୁ ନେଇ ବଢିଲା ସମସ୍ୟା : ଆସିଲେନି ଶିକ୍ଷକ, ଖୋଲିଲାନି ତାଲା

ବାଲିକୁଦା,୬ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଓ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ନେଇ ଉପୁଜିଥିବା ସମସ୍ୟା ସମାଧାନ ହେବା ବଦଳରେ ବଢିବାରେ ଲାଗିଛି। ପ୍ରଥମେ ଗତ ଜୁନ ୧୩ରେ ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଚିଠି ହୋଇଥିଲା। ଏପରି କି ସେଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବଘେଇପୁର ପ୍ରାଥମିକ ବିଦ୍ୟାଳୟରୁ ଅଣାଯାଇ କପୁରାବେଲାରୀ ପ୍ରକଳ୍ପ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା। ମାତ୍ର ପରେ ଭିତ୍ତିଭୂମିର ଆଳ ଦେଖାଇ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ବଘେଇପୁର ପ୍ରାଥମିକ ବିଦ୍ୟାଲୟରେ ମିଶାଇବାକୁ ଚିଠି କରାଯାଇଛି। ବିଇଓଙ୍କ ନିର୍ଦ୍ଦେଶ ପାଳନ କରି କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ପ୍ରଧାନ ଶିକ୍ଷକ ସୋମବାର ବଘେଇପୁର ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ମାତ୍ର କପୁରାବେଲାରୀ ସ୍କୁଲର ଜଣେ ହେଲେ ଛାତ୍ରୀଛାତ୍ରଙ୍କୁ ଗଁା ଲୋକେ ସେଠାକୁ ଛାଡ଼ି ନାହାନ୍ତି। କପୁରାବେଲାରୀ ସ୍କୁଲକୁ ଶିକ୍ଷକମାନେ ନ ଆସିବାରୁ ସ୍କୁଲରୁ ତାଲା ଖୋଲାଯାଇ ନ ଥିଲା। ତେଣୁ ବିଦ୍ୟାଳୟର ୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣ ବାରଣ୍ଡାରେ ବସି ପଢୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ କୌଣସି ଶିକ୍ଷକ ନୁହନ୍ତି, ବରଂ ଗ୍ରାମର ଗଁାର ୩ ଜଣ ଶିକ୍ଷିତ ଝିଅ ବସି ପଢାଉଥିଲେ। ସରକାର ଯେ ପର୍ଯ୍ୟନ୍ତ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ଦେଇ ଆନୁଷ୍ଠାନିକ ଭାବେ ନ ଚଳାଇଛନ୍ତି ସେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ବଘେଇପୁର ସ୍କୁଲ ଅନ୍ୟତ୍ର ମିଶ୍ରଣ ହେବା ଖବର ଶୁଣିବା ପରେ ଉକ୍ତ ଗଁାର ଅଭିଭାବକମାନେ ପିଲାଙ୍କୁ ସେଠାକୁ ପଠାଇ ନ ଥିଲେ। ନିଜ ସ୍କୁଲ ଚାଲିଥିବା ବାତ୍ୟା ଆଶ୍ରୟସ୍ଥଳୀରେ ସେମାନେ ପିଲାଙ୍କୁ ବସାଇ ଗଁାର ଜଣେ ଶିକ୍ଷିତ ଯୁବତୀଙ୍କ ମାଧ୍ୟମରେ ପଢାଇଥିଲେ। ସମାନ ସ୍ଥିତି ଏବେ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି। ଅନ୍ୟପକ୍ଷରେ ବଘେଇପୁର ଗଁାର ଜଣେ ମୁରବୀ କପୁରାବେଲାରୀ ଗଁାର ଲୋକଙ୍କୁ ହରିଜନ ବୋଲି ଗଣମାଧ୍ୟମରେ କହିବାରୁ ତାହା ସେମାନଙ୍କୁ ବ୍ୟଥିତ କରିଛି। ଘଟଣା ସମ୍ପର୍କରେ ବିଇଓ ସଚ୍ଚିନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, ସେମାନେ ନିଶ୍ଚିତ ଆସିବେ ଓ ପାଠ ପଢିବେ। ଦିନେ ଦୁଇ ଦିନ ଗଲେ ଲୋକଙ୍କ ମନରେ ଉତ୍କଣ୍ଠା କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri