ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ:୨ୟ, ୪ର୍ଥ ମଙ୍ଗଳବାର ଜାରି ରହିବ କାର୍ଯ୍ୟକ୍ରମ

ବୋଲଗଡ଼,୧୪ା୮(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ପିପୁଲ୍ସ ଫୋରମ୍‌ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ଏଥିରେ ସହଯୋଗ କରିଥିଲା। ଶିବିରରେ ଶିଶୁ ଓ ସ୍ତ୍ରୀ ରୋଗ ଚିକିତ୍ସା ସୁବିଧା ସହ ପରାମର୍ଶ ଦିଆଯାଇଥିଲା। ଭ୍ରାମ୍ୟମାଣ ଭ୍ୟାନ୍‌ରୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଡା. ସୁବ୍ରତ କୁମାର ମାଝି ଶିଶୁ ଓ ଡା. ପ୍ରିୟାଶା ସ୍ତ୍ରୀ ରୋଗ ଚିକିତ୍ସାଜନିତ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି ମାସର ୨ୟ ଓ ୪ର୍ଥ ମଙ୍ଗଳବାର ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସାମାଜିକ କର୍ମୀ ପ୍ରଦୀପ କୁମାର ପଟ୍ଟନାୟକ ସୂଚନା ଦେଇଥିଲେ। ସରପଞ୍ଚ ଜ୍ୟୋତ୍ସ୍ନାମୟୀ ଫତେସିଂହ, ସମିତି ସଭ୍ୟା ପ୍ରଭାତୀ ରାଉତରାୟ, ଶିକ୍ଷାବିତ ଜୟକୃଷ୍ଣ ଫତେସିଂହ, ଅର୍ଥ ଲଗାଣକାରୀ ସଂସ୍ଥା ମ୍ୟାନେଜର ଶିବାଜୀ ଭୋଳ, ଦୟାନିଧି ପତି, ସାମାଜିକ କର୍ମୀ ପ୍ରମୋଦ କୁମାର ମହାପାତ୍ର ଓ ରଞ୍ଜନ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ଏବଂ ସ୍ତ୍ରୀ ରୋଗ ଡାକ୍ତର ନ ଥିବାରୁ ଉକ୍ତ କାର୍ଯ୍ୟକ୍ରମ ବେଶ୍‌ ସ୍ବାଗତଯୋଗ୍ୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri