ପିଆଇସିଟିକୁ ଅହେତୁକ ଅନୁକମ୍ପା : କ୍ଲିନ କାର୍ଗୋ ବର୍ଥରେ ପରିବହନ ହେଉଛି ଡଷ୍ଟ କାର୍ଗୋ

ପାରାଦୀପ,୧୪ା୮(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ ପର୍ଯ୍ୟାୟ କ୍ରମେ ସବୁ ବ୍ୟବସ୍ଥାର ଘରୋଇକରଣ ହୋଇଚାଲିଛି। ଏହି ବ୍ୟବସ୍ଥାରେ ବନ୍ଦର ବର୍ଥଗୁଡିକ ଘରୋଇ ସଂସ୍ଥାକୁ ବିଓଟି ( ବିଲ୍ଡ ଅପରେଟ ଆଣ୍ଡ ଟ୍ରାନ୍ସଫର) ଦାୟିତ୍ୱ ଦିଆଯାଉଛି। ଏବେ ସୁଦ୍ଧା ୪ଟି ସଂସ୍ଥା ବନ୍ଦର ବର୍ଥ ନେବା ପାଇଁ ଚୁକ୍ତି କରିସାରିଲେଣି। ଏଥିରେ ପ୍ରଥମେ ବର୍ଥ ନେଇଥିବା ସଂସ୍ଥା ହେଲା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)। ଉକ୍ତ ସଂସ୍ଥା ବର୍ଥ ନେବାବେଳେ ଯେଉଁ ଚୁକ୍ତି ହୋଇଥିଲା ତାହା ଏବେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ୨୦୧୫ ମାର୍ଚ୍ଚ ୭ରେ ହୋଇଥିବା ଚୁକ୍ତିରେ ଦର୍ଶାଯାଇଥିଲା ଯେ, ସମ୍ପୃକ୍ତ କମ୍ପାନୀ ଉକ୍ତ ବର୍ଥରେ କ୍ଲିନ କାର୍ଗୋ (ଧୂଳିବିହୀନ ପଣ୍ୟ) ପରିବହନ କରିବ। ବିଶେଷକରି ଲୁହା ଓ ଷ୍ଟିଲ, ଆଲୁମିନିୟମ, ପିଗ୍‌ ଆଇରନ, ଉତ୍ପାଦିତ ସାର, ଖାଦ୍ୟ ସାମଗ୍ରୀ, ଚିନି, କଣ୍ଟେନର ଆଦି ଏଥିରେ ରହିଛି। ଉକ୍ତ ବର୍ଥରେ ଆରମ୍ଭରୁ ଏହି ସବୁ କାର୍ଗୋ କାରବାର ହେଉଥିଲା। କିନ୍ତୁ ଏବେ ସେହି ବର୍ଥରେ ଡଷ୍ଟକାର୍ଗୋ (ଧୂଳିଯୁକ୍ତ ପଣ୍ୟ) ପରିବହନ ହେଉଛି। ଗତ ୯ ତାରିଖରୁ ‘ଏମଭି ଏଶିପି ଡୁଗନ’ ନାମକ ଜାହାଜରୁ ଲାଇମଷ୍ଟୋନ (ଚୂନପଥର) ଖଲାସ କରାଯାଉଛି। କ୍ଲିନ୍‌ କାର୍ଗୋ ବର୍ଥରେ ଏଭଳି ଡଷ୍ଟ କାର୍ଗୋ ପରିବହନକୁ ନେଇ ଆପତ୍ତି ଉଠାଇଛନ୍ତି ବନ୍ଦର ଟ୍ରଷ୍ଟି ପରେଶ ମୁର୍ମୁ। ଏନେଇ ମଙ୍ଗଳବାର ସେ ଏକ ପ୍ରତିବାଦପତ୍ର ବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ, ଚୁକ୍ତି ଅନୁସାରେ ପିଆଇସିଟି ବର୍ଥରେ କ୍ଲିନ କାର୍ଗୋ ଲାଗିବା କଥା। ଏବେ ଡଷ୍ଟ କାର୍ଗୋ ସେଠାକୁ ଯିବା ଦ୍ୱାରା ସମ୍ପୃକ୍ତ ଘରୋଇ ସଂସ୍ଥା ଲାଭବାନ ହେଉଛି ଓ ବନ୍ଦର ରାଜସ୍ବ ହରାଉଛି। କାରଣ ଚୁକ୍ତି ଅନୁସାରେ ୩୦ବର୍ଷ ପର୍ଯ୍ୟନ୍ତ ପିଆଇସିଟି ବର୍ଥରେ ଲାଗୁଥିବା ଜାହାଜ ଓ ପଣ୍ୟର ରାଜସ୍ବ ସମ୍ପୃକ୍ତ ସଂସ୍ଥା ପାଇବ। ଏପରି ହେବା ଦ୍ୱାରା ସମ୍ପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ସେ କହିଛନ୍ତି। ଏ ପ୍ରସଙ୍ଗରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ପଚାରିବାରେ ସେ କହିଲେ ଯେ, ସେମିତି କିଛି ନିୟମ ଖିଲାପ ହୋଇନାହିଁ। ଯେଉଁ ଲାଇମ ଷ୍ଟୋନ ଜାହାଜ ଲାଗିଛି, ତାହା ଉନ୍ନତମାନର। ପ୍ରଦୂଷଣ ଯାଞ୍ଚ ମଧ୍ୟ ହୋଇଛି। ବିଭିନ୍ନ ପ୍ରକାର ଲାଇମ ଷ୍ଟୋନ ଅଛି। ଏହା ଡଷ୍ଟ ଯୁକ୍ତ ନୁହେଁ। ସୂଚନାଯୋଗ୍ୟ, ଉକ୍ତ ଜାହାଜକୁ ଆମଦାନୀକାରୀ ସଂସ୍ଥା ଟାଟା ଆଣିଛି। ଏଥିରେ ୟୁଏଇର ମିନାସାକର ବନ୍ଦରରୁ ୪୪୨୯୦ ମେଟ୍ରିକ ଟନ୍‌ ଚୁନ ପଥର ଆସିଛି। ଏହିଭଳି ପଣ୍ୟ ପୂର୍ବରୁ ଆସୁଥିଲା। ଚୂନପଥର କାରବାର ବେଳେ ସେହି ଅଞ୍ଚଳରେ ଧଳା ଗୁଣ୍ଡ ଉଡିଥାଏ। ଏହି ପଣ୍ୟ ବିଭିନ୍ନ ଷ୍ଟିଲ କାରଖାନାରେ ବ୍ୟବହୃତ ହୁଏ। ଲୁହାପଥର ଗୁଣ୍ଡକୁ ବିଶୋଧନ କରିବା ବେଳେ ଚୂନପଥର ବ୍ୟବହାର ହୁଏ। ଓଡ଼ିଶାରେ ଜିନ୍ଦଲ, ଟାଟା, ସେଲ ଓ ଅନ୍ୟ ଆଲୁମିନିୟମ କମ୍ପାନୀମାନେ ଏହା ଆଣିଥାନ୍ତି। ଏହି ପଣ୍ୟ ଅନ୍ୟ ବର୍ଥରେ କାରବାର ହେଲେ ବିଭିନ୍ନ ଷ୍ଟିଭେଡର୍ସ ସଂସ୍ଥା ଏହାକୁ ହ୍ୟାଣ୍ଡେଲ କରିଥାନ୍ତି। ଏହା ଦ୍ୱାରା ବନ୍ଦର ପ୍ରଶାସନ ପୂର୍ଣ୍ଣ ରାଜସ୍ବ ପାଇଥାଏ। ପିଆଇସିଟି ବର୍ଥରେ କାରବାର ହେଲେ ପଣ୍ୟ ପରିମାଣ ବର୍ଷ ଶେଷରେ ଯାହା ହେବା କଥା ତାହା ଘୋଷଣା କରାଯିବ। କିନ୍ତୁ ରାଜସ୍ବ କେତେ ହରାଇବ ତାହା କୁହାଯିବ ନାହିଁ। ପିଆଇସିଟି ଚୁକ୍ତି ବେଳେ କୁହାଯାଇଥିଲା ଏହି ପ୍ରକଳ୍ପ ମୂଲ୍ୟ ୪୩୦ କୋଟି ଟଙ୍କା। ୪୫୦ ମିଟର ଏହି ବର୍ଥର ଲମ୍ବ ଓ ଗଭୀର ୧୬ ମିଟର। ଏଥିରେ କ୍ୟାପ୍‌ ସାଇଜ ଜାହାଜ ଲାଗିପାରିବ। ପ୍ରକଳ୍ପ ୩ବର୍ଷ ଲାଗିବ। କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପ କାମ ଶେଷ ହେବା ସହ ପଣ୍ୟ କାରବାର ହୋଇଛି। ୪୩୦ କୋଟି ଟଙ୍କାରୁ ଏହା ବୃଦ୍ଧିପାଇ ୧୧ଶହ କୋଟି ଟଙ୍କାରେ ପହଞ୍ଚତ୍ଛି। ସେତେବେଳେ ଉକ୍ତ କମ୍ପାନୀକୁ ବର୍ଥ ଓ ପଣ୍ୟ ରଖିବା ପାଇଁ ୧,୦୩,୦୦୦ ବର୍ଗ ମିଟର ଜାଗା ଦିଆଯାଇଥିଲା। ଏବେ ପୁଣି ୮.୬୩ ଏକର ଜାଗା ଦିଆଯାଇଛି। ଏମିତି ଅନେକ ଅହେତୁକ ଅନୁକମ୍ପା ଉକ୍ତ କମ୍ପାନୀ ପ୍ରତି ପ୍ରଦର୍ଶନ କରାଯାଉଛି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡା କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏଭଳି ପଣ୍ୟ ଜାହାଜ ଲାଗି ସାରିଛି। ଉକ୍ତ ଚୂନପଥର ପଣ୍ୟ କାରବାର ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ସ୍ବୀକୃତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri