ବିଦ୍ୟୁତ୍‌ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ

ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି ଯାଉଥିଲା। ହେଲେ ବର୍ତ୍ତମାନ ଆଉ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ରାସ୍ତା ପାର୍ଶ୍ୱ କି ଗାଁ ଗଣ୍ଡାରେ ଖଜୁରି, ତାଳ ଆଦି ଗଛ ଦେଖିବାକୁ ମିଳୁନାହିଁ।
ତାଳ, ନଡ଼ିଆ ଆଦି ଉଚ୍ଚ ଗଛରେ ବାଇଚଢ଼େଇମାନେ ବସା ବାନ୍ଧି ରୁହନ୍ତି। ନଡ଼ିଆ ଗଛ ଥିଲେ ମଧ୍ୟ ଗଁାଗଣ୍ଡାରେ ଆଗ ଭଳି ଚାଳଘର ନ ଥିବାରୁ ସେମାନଙ୍କୁ କୁଟା ସଂଗ୍ରହକରି ବସା ବାନ୍ଧିବାରେ ସୁବିଧା ହେଉନାହିଁ। ଫଳରେ ବାଇଚଢ଼େଇମାନେ ବର୍ତ୍ତମାନ ଗହୀର ବିଲ ମଧ୍ୟ ଦେଇ ଯାଇଥିବା ତାରରେ ବସା ବାନ୍ଧୁଥିବା ଦେଖିବାକୁ ମିଳୁଛି। ପରିବେଶବିତ୍‌ ତଥା ଯନ୍ତ୍ରୀ ଆଦିତ୍ୟ କୁମାର ଦାଶ କୁହନ୍ତି, ଗହୀର ଓ ନିକାଞ୍ଚନ ସ୍ଥାନ ବିଲଗୁଡ଼ିକ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ବସା ବାନ୍ଧିବା ପାଇଁ ବାଇଚଢ଼େଇମାନେ ସୁରକ୍ଷିତ ଭାବୁଛନ୍ତି। ସେହିଭଳି ବିଲରେ ଆଖୁ ଓ ମକାଚାଷ ହେଉଥିବାରୁ ସେହି ପତ୍ରରେ ସେମାନଙ୍କୁ ବସା ତିଆରି କରିବା ପାଇଁ ସୁବିଧା ହୋଇଥାଏ।
ବାର୍ଡ କଞ୍ଜରଭେସନ ନେଟ୍‌ୱାର୍କ ପକ୍ଷରୁ ସାରା ଦେଶରେ ବାଇଚଢ଼େଇଙ୍କ ସଂଖ୍ୟା ଗଣନା କରାଯାଏ। ଭୁବନେଶ୍ୱରରେ ଥିବା ଏହାର ଶାଖା ୱାଇଲ୍ଡ ଓଡ଼ିଶା ବ୍ରାଞ୍ଚ ପକ୍ଷରୁ ୨୦୧୯ ମସିହା ଜୁଲାଇ ମାସରେ ଜିଲାର ୧୭୨୨୮ଟି ବାଇଚଢ଼େଇ ଥିବା ନେଇ ଗଣନା କରାଯାଇଥିଲା। ୨୦୧୮ ମସିହାରେ ୧୪୭୩୭ ବାଇଚଢ଼େଇ ବସା ଗଣନା କରାଯାଇଥିଲା। ବିଲୁପ୍ତ ପ୍ରାୟ ଏହି କ୍ଷୁଦ୍ର ଚଢ଼େଇଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାଯାଇଛି। ଏହାକୁ ପରିବେଶବିତ୍‌ମାନେ ସ୍ବାଗତ କରିଛନ୍ତି। ଏହି କ୍ଷୁଦ୍ର ଚଢ଼େଇକୁ କୃଷକଙ୍କ ବନ୍ଧୁ ବୋଲି କୁହାଯାଏ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢ଼େଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରି ଦେଇଥାଏ। ସେଥିପାଇଁ ବିଗତ ଦିନରେ ବାଇଚଢ଼େଇକୁ ଚାଷୀକ୍‌ୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଉଥିଲା। ସେହିଭଳି ଫସଲରେ ଲାଗିଥିବା ପୋକମାନଙ୍କୁ ଏହି ଚଢ଼େଇ ମାରି ଖାଇ ଦେଇଥାଏ। କ୍ଷୁଦ୍ର ବାଇଚଢ଼େଇର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ କେହି କେହି ବାଇଚଢେଇକୁ ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାଆନ୍ତି। ବାଇଚଢ଼େଇ ଦୁଇ ପ୍ରକାରର ବସା କରିଥାଏ। ମାଈ ବାଇଚଢ଼େଇଟି ଯେଉଁ ବସାରେ ଛୁଆ ଦେଇଥାଏ ତାହାକୁ ସେ ସୁରକ୍ଷିତ ଭାବେ ରଖିବା ପାଇଁ ଏକ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢ଼େଇ ଲମ୍ବା ବସା କରି ବସାରେ ବସି ରହି ଦୋହଲୁଥାଏ। ଧୂସର ରଙ୍ଗର ଏହି ଚଢ଼େଇ ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ଯଦି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ବିଭିନ୍ନ ସ୍ଥାନରେ ଲଗାଯାଆନ୍ତା ତା’ହେଲେ ଏହି ପକ୍ଷୀମାନଙ୍କ ବଂଶ ଆହୁରି ବୃଦ୍ଧି ପାଇପାରନ୍ତା ବୋଲି କେତେଜଣ ପରିବେଶବିତ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri