୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ: ନିଲମ୍ବିତ ହୋଇଥିଲେ ୭ପୋଲିସ କର୍ମଚାରୀ

ଭାପୁର,୧୪।୮(ଡି.ଏନ.ଏ)-ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ କୁମାର ରାଉତ (୨୭)। ସେ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଖଣ୍ଡପଡ଼ା ଜେଲ ହାଜତରେ ଥିଲେ। ତେବେ ସମ୍ପୃକ୍ତ କଏଦୀ ଅତି ଚତୁରତାର ସହ ଜୁନ୍‌ ୧୦ ତାରିଖରେ ପ୍ରଥମେ ଖଣ୍ଡପଡ଼ା ଜେଲରୁ ଚମ୍ପଟ ମାରିଥିଲେ। ପୋଲିସ ତାଙ୍କୁ ଗିରଫ କରି ପୁଣି ଜେଲ ହାଜତକୁ ପଠାଇଦେଇଥିଲା। ମାତ୍ର ପୁନର୍ବାର ଚଳିତ ମାସ ୩ ତାରିଖରେ ଖଣ୍ଡପଡ଼ା ଜେଲରୁ ସେ ଖସି ପଳାଇଥିଲେ। ଏହି ଘଟଣାରେ ୨ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ। କଏଦୀ ତପନଙ୍କୁ ପୋଲିସ ଗିରଫ କରି ପୁଣି ଥରେ ଜେଲରେ ରଖିଥିବା ବେଳେ ଗତ ୯ ତାରିଖରେ ଭାପୁର କୋର୍ଟରେ ହାଜର ପାଇଁ ଆଣିଥିଲା। କୋର୍ଟ କାର୍ଯ୍ୟ ଶେଷ ପରେ ତାଙ୍କୁ ପୋଲିସ ଭ୍ୟାନରେ ବସାଇବା ପାଇଁ ନିଆଯାଉଥିବାବେଳେ ପୋଲିସକୁ ଧକ୍କା ମାରି ସେ ତୃତୀୟ ଥର ପାଇଁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ନୟାଗଡ଼ ଏସ୍‌ପି ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଶେଷରେ ଅଭିଯୁକ୍ତ ତପନଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଫତେଗଡ଼ ଥାନା ଆଇଆଇସି ନିରଞ୍ଜନ ଧିର ସଦଳବଳ ଚଢ଼ାଉ କରି ପଦ୍ମାବତୀ ଗ୍ରାମ ମୁଣ୍ଡରେ ଥିବା ବୁଦାଳିଆ ସ୍ଥାନରୁ ଗିରଫ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri