ଆମ ଜିଲା ଖବର

ସିନାପାଲିରେ ବର୍ଷା ବିତ୍ପାତ, ବ୍ୟାପକ କ୍ଷୟକ୍ଷତି: ସିନାପାଲି ବିଡିଓ, ରାଜସ୍ବ ଅଧିକାରୀଙ୍କ ଅଞ୍ଚଳ ପରିଦର୍ଶନ

ସିନାପାଲି,୯।୮(ଡି.ଏନ.ଏ.)-ନୂଆପଡା ସିନାପାଲି ଅଞ୍ଚଳରେ ଗତ ୨ ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘରଦ୍ୱାରା ଭୁଶୁଡି ପଡିଥିବା ବେଳେ ଚାଷଜମିଗୁଡିକରେ ହିଡ ଭାଙ୍ଗି ପୋତି ହୋଇଯାଇଛି। ଶହ ଶହ ଏକର ଜମି ବାଲିଚର ହୋଇଯାଇଛି ।…

ବିପଦ ସୃଷ୍ଟି କରୁଛି ବାଡ଼ା ବିହୀନ ପୋଲ

ବାଲିଆ,୯।୮: ଜଳସେଚନ ବିଭାଗର ବେପରୁଆ ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜଳସେଚନ ବିଭାଗ ଅଧୀନ ମାଛଗାଁ ମୁଖ୍ୟ କେନାଲର କଇଜଙ୍ଗା ସେକ୍ସନ ଅନ୍ତର୍ଗତ ଧ୍ୟାନକୁଦ…

ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦିନତମାମ ଜଙ୍ଗଲରେ ଥିବା ପାହାଡ଼ ଶିଖରରେ ବାଘ ହାକୁଟି ମାରୁଥିବାବେଳେ ରାତିରେ ଜଙ୍ଗଲ…

କର୍ଲାମୁଣ୍ଡା ବ୍ଲକ: ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

କର୍ଲାମୁଣ୍ଡା,୯।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବୁଧବାର ୮୭ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ୩୦୯.୨ ମି.ମି.…

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ, ଧର୍ମଗଡ ବିଧାୟକ

କଲମପୁର,୯।୮(ଡି.ଏନ.ଏ.)-୩ ଦିନ ଧରି ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଞ୍ଚଳର ନଈକୂଳିଆ ଟେମରା, ପୋରୁଆଗୁଡା, ଖଙ୍ଗାରଗୁଡା, ସାନକୁଟ୍ରୁ, ବିରିପୁର, ମାଟିଖାଲ, ଜାମପଡା, କର୍ମେଲଡଙ୍ଗରୀଗୁଡା, କର୍ମେଲ, ବାଲିଛଡା, ଖଣ୍ଡିଡଙ୍ଗରୀଗୁଡା, ବଙ୍କାପଲା ଆଦି ଗଁାର ଲୋକେ…

ହାତୀ ନଦୀରେ ବନ୍ୟା: ୭୫ ହଜାର ଲୋକ ପ୍ରଭାବିତ; ୫୫୩୨ ହେକ୍ଟର ଚାଷ ଜମି ଜଳମଗ୍ନ

ଜୁନାଗଡ,୯।୮(ଡି.ଏନ.ଏ.)ମଙ୍ଗଳବାର, ବୁଧବାର ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୫ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ମଙ୍ଗଳବାର ବିଳମ୍ବିତ ରାତିରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳପୁର ହାତୀ ବ୍ୟାରେଜର ୫ଟି ଗେଟରୁ ବର୍ତ୍ତମାନ…

ସାତ୍‌ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍‌

ପୁରୁଣାକଟକ, ୯ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ ସଉଭାଏଗ୍‌କେ କୁଟୁମବସିଆ ଗୁଟେ ବଡ଼ ବିପତିରୁ ବରତି ଯାଇଛନ୍‌। ସୂଚନା ଅନ୍‌ସାରେ ବୁଧୁବାର ରାତି…

ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ି ପିଟିଲେ ବୋହୂ

ପରଜଙ୍ଗ, ୯।୮(ଡି.ଏନ.ଏ.)-ଢେଙ୍କାନାଳ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗ୍ରାମର ଜଣେ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ଗଁା ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ଏ ନେଇ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇନାହିଁ। ଅନ୍ୟପଟେ…

ଜିଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ: ‘ସାମୂହିକ ଔଷଧ ସେବନ ଲାଭଦାୟକ’

ଢେଙ୍କାନାଳ ଅଫିସ, ୯।୮-ଢେଙ୍କାନାଳକୁ ଫାଇଲେରିଆ ମୁକ୍ତ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ବଟିକା ଖାଇ ଏହାର ଶୁଭାରମ୍ଭ କରିଥିଲେ। ସାମୂହିକ ଔଷଧ ସେବନ ରୋଗ…

ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର ଶ୍ମଶାନ ନିର୍ମାଣ ଲୋକଙ୍କ ବିରୋଧ ପାଇଁ ଆଗେଇ ପାରି ନାହିଁ। ଏପରିସ୍ଥଳେ କରଡ଼ାଗାଡ଼ିଆ ଶ୍ମଶାନ…

ରାଇଗୋଡ଼ା ଗ୍ରାମ ପୁନଃସ୍ଥାପନ କାର୍ଯ୍ୟ ସମୀକ୍ଷା: ୨୦ ମଧ୍ୟରେ ମିଳିବ ଅନୁକମ୍ପା ଅର୍ଥ

ଅନୁଗୋଳ ଅଫିସ, ୯।୮-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସାରୁଆଳିକୁ ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡ଼ା ଗ୍ରାମବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ସାରୁଆଳି ଠାରେ ପୁନଃସ୍ଥାପନ ହୋଇଥିବା…

ସମସ୍ୟା ଘେରରେ ପିବିକେ ଉଚ୍ଚ ବିଦ୍ୟାଳୟ: ୬୪୪ ଛାତ୍ରୀଛାତ୍ରଙ୍କୁ ୮ ଶ୍ରେଣୀଗୃହ

ବଅଁରପାଳ,୯।୮ (ଡିି.ଏନ୍‌.ଏ.)-ବଅଁରପାଳ ବ୍ଲକ ଅଫିସ ନିକଟରେ ଥିବା ପିବିକେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ ବି ନାହିଁ। ଏପରି କି ବେଞ୍ଚ ଓ ଡେସ୍କ ଅଭାବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?