ଦାଦନ ଯାଇ ଜୀବନ ଗଲା

କାମାକ୍ଷାନଗର, ୩୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲାରେ ଦାଦନ ଦୁଃଖର ଦାରୁଣ ଚିତ୍ର ପଦାକୁ ଆସିଛି। ପେଟ ପାଟଣା ଚିନ୍ତାରେ ବାଙ୍ଗାଲୋର ଯାଇଥିବା ଜଣେ ଯୁବକ ରୋଗଗ୍ରସ୍ତ ହୋଇ ଘରକୁ ଫେରିବା ବାଟରେ ଟ୍ରେନ୍‌ରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ପାରିଖେତା ସାହିର ତନୁଜ ପ୍ରଧାନ (୨୪)। ଅର୍ଥାଭାବରୁ ମୃତଦେହ ଗଁାକୁ ଅଣାଯାଇପାରିନାହିଁ। ସାଙ୍ଗସାଥୀଙ୍କ ସହାୟତାରେ ମରଶରୀରକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ନନ୍ଦିଆଲ ଷ୍ଟେଶନ ନିକଟରେ ପୋତି ଦିଆଯାଇଛି। ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଗ୍ରାମର ମଳୟ ପ୍ରଧାନଙ୍କ ୩ ସନ୍ତାନ ମଧ୍ୟରୁ ତନୁଜ ବଡ଼। ଦୁଇଝିଅ ବିବାହ କରି ସାରିଛନ୍ତି। ପରିବାରର ଆର୍ଥିକସ୍ଥିତି ଭଲ ନ ଥିବାରୁ ୮ମାସ ତଳେ ତନୁଜ ଗ୍ରାମର ଜନକ ପ୍ରଧାନ, କରୁଣା ପ୍ରଧାନ, ଭାଗୀରଥି ସାମଲ ଏବଂ ଗୋପୀନାଥ ସାମଲଙ୍କ ସହ ବାଙ୍ଗାଲୋର ଯାଇଥିଲେ। ସେଠାରେ ତନୁଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ଅତ୍ୟଧିକ ଅସୁସ୍ଥ ହୋଇପଡ଼ିବାରୁ ଦୁଇବନ୍ଧୁ ଜନକ ଏବଂ କରୁଣାଙ୍କ ସହ ସେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇ ପ୍ରଶାନ୍ତି ଏକ୍ସପ୍ରେସରେ ଟିକେଟ କରିଥିଲେ। ବୁଧବାର ଅପରାହ୍ନ ୨ଟାରେ ବାଙ୍ଗାଲୋର ଷ୍ଟେଶନରୁ ୩ବନ୍ଧୁ ଟ୍ରେନ୍‌ରେ ଚଢ଼ିଥିଲେ। ହେଲେ ତନୁଜଙ୍କ ଅବସ୍ଥା ହଠାତ୍‌ ସଙ୍କଟାପନ୍ନ ହୋଇଗଲା। ରାତି ୯ଟାରେ ଟ୍ରେନ୍‌ରେ ହିଁ ତାଙ୍କର ଜୀବନ ଚାଲିଗଲା। ଆର୍‌ପିଏଫ୍‌ କର୍ମଚାରୀ ଏ ସମ୍ପର୍କରେ ସୂଚନା ପାଇ ନନ୍ଦିଆଲ୍‌ ଷ୍ଟେଶନରେ ମୃତଦେହ ଟ୍ରେନ୍‌ରୁ ବାହାର କରିଦେଇଥିଲେ। ବାଧ୍ୟ ହୋଇ ଅନ୍ୟ ଦୁଇ ବନ୍ଧୁ ମଧ୍ୟ ଟ୍ରେନ୍‌ରୁ ଓହ୍ଲାଇଥିଲେ। ଏହାପରେ ପରିବାର ଲୋକଙ୍କୁ ଜଣାଇବା ପରେ ବାପା ମଳୟ ଏବଂ ଗ୍ରାମର କେତେଜଣ ସମ୍ପର୍କୀୟଙ୍କ ସହ ନନ୍ଦିଆଲ ଯିବାକୁ ବାହାରିଥିଲେ। ହେଲେ ପୁଅର ମୃତଦେହ ଗ୍ରାମକୁ ଆଣିବାକୁ ଆମ୍ବୁଲାନ୍ସ ଭଡ଼ା ୭୫ ହଜାର ଟଙ୍କା ଦେବାକୁ ପଡ଼ିବ ଶୁଣି ତାଙ୍କ ହୋସ୍‌ ଉଡ଼ିଯାଇଥିଲା। ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନ ଥିବାରୁ ମଳୟ ବାଧ୍ୟ ହୋଇ ଢେଙ୍କାନାଳ ଷ୍ଟେଶନରୁ ବାହୁଡ଼ି ଆସିଥିଲେ। ସେପଟେ ଅନ୍ୟ କିଛି ଉପାୟ ନ ପାଇ ଜନକ ଏବଂ କରୁଣା ଗୁରୁବାର ଅପରାହ୍ନ ୩ଟାରେ ସ୍ଥାନୀୟ କେତେଜଣ ଯୁବକଙ୍କ ସହାୟତାରେ ୫୦୦୦ ଟଙ୍କା ଖର୍ଚ୍ଚ କରି ମୃତଦେହ ପୋତିଦେଇଛନ୍ତି।
ଏ ନେଇ ମଳୟ କୁହନ୍ତି, ପେଟ ପାଟଣା ଚିନ୍ତାରେ ପୁଅ ଦାଦନ ଖଟି ଯାଇ ଆଉ ବାହୁଡ଼ିଲାନି। ତା’ ମୁହଁକୁ ଚାହିଁ ଦିନ କାଟିବି ବୋଲି ଭାବିଥିଲି। ସବୁ ଅନ୍ଧାର ଦିଶୁଛି। ପୁଅ ମୃତଦେହକୁ ଥରେ ଦେଖିପାରିଲି ନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ଏ ନେଇ କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ମୃତଦେହ ଆଣିବା ପାଇଁ ଢେଙ୍କାନାଳ ଜିଲାପାଳଙ୍କ ସହାୟତାରେ ସେଠାକାର ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିଲା। ମୃତକଙ୍କ ୨ ସାଙ୍ଗ ଘଟଣାକୁ ନେଇ ଅତ୍ୟଧିକ ଭୟଭୀତ ହୋଇପଡ଼ିଥିଲେ। ଫଳରେ ମୃତଦେହ ପୋତି ଦେଇଛନ୍ତି। ମୃତ ଯୁବକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ସହାୟତା ଦିଆଯିବ। ଏଥିସହ ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri