ଦାଦନ ଯାଇ ଜୀବନ ଗଲା

କାମାକ୍ଷାନଗର, ୩୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲାରେ ଦାଦନ ଦୁଃଖର ଦାରୁଣ ଚିତ୍ର ପଦାକୁ ଆସିଛି। ପେଟ ପାଟଣା ଚିନ୍ତାରେ ବାଙ୍ଗାଲୋର ଯାଇଥିବା ଜଣେ ଯୁବକ ରୋଗଗ୍ରସ୍ତ ହୋଇ ଘରକୁ ଫେରିବା ବାଟରେ ଟ୍ରେନ୍‌ରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ପାରିଖେତା ସାହିର ତନୁଜ ପ୍ରଧାନ (୨୪)। ଅର୍ଥାଭାବରୁ ମୃତଦେହ ଗଁାକୁ ଅଣାଯାଇପାରିନାହିଁ। ସାଙ୍ଗସାଥୀଙ୍କ ସହାୟତାରେ ମରଶରୀରକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ନନ୍ଦିଆଲ ଷ୍ଟେଶନ ନିକଟରେ ପୋତି ଦିଆଯାଇଛି। ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଗ୍ରାମର ମଳୟ ପ୍ରଧାନଙ୍କ ୩ ସନ୍ତାନ ମଧ୍ୟରୁ ତନୁଜ ବଡ଼। ଦୁଇଝିଅ ବିବାହ କରି ସାରିଛନ୍ତି। ପରିବାରର ଆର୍ଥିକସ୍ଥିତି ଭଲ ନ ଥିବାରୁ ୮ମାସ ତଳେ ତନୁଜ ଗ୍ରାମର ଜନକ ପ୍ରଧାନ, କରୁଣା ପ୍ରଧାନ, ଭାଗୀରଥି ସାମଲ ଏବଂ ଗୋପୀନାଥ ସାମଲଙ୍କ ସହ ବାଙ୍ଗାଲୋର ଯାଇଥିଲେ। ସେଠାରେ ତନୁଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ଅତ୍ୟଧିକ ଅସୁସ୍ଥ ହୋଇପଡ଼ିବାରୁ ଦୁଇବନ୍ଧୁ ଜନକ ଏବଂ କରୁଣାଙ୍କ ସହ ସେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇ ପ୍ରଶାନ୍ତି ଏକ୍ସପ୍ରେସରେ ଟିକେଟ କରିଥିଲେ। ବୁଧବାର ଅପରାହ୍ନ ୨ଟାରେ ବାଙ୍ଗାଲୋର ଷ୍ଟେଶନରୁ ୩ବନ୍ଧୁ ଟ୍ରେନ୍‌ରେ ଚଢ଼ିଥିଲେ। ହେଲେ ତନୁଜଙ୍କ ଅବସ୍ଥା ହଠାତ୍‌ ସଙ୍କଟାପନ୍ନ ହୋଇଗଲା। ରାତି ୯ଟାରେ ଟ୍ରେନ୍‌ରେ ହିଁ ତାଙ୍କର ଜୀବନ ଚାଲିଗଲା। ଆର୍‌ପିଏଫ୍‌ କର୍ମଚାରୀ ଏ ସମ୍ପର୍କରେ ସୂଚନା ପାଇ ନନ୍ଦିଆଲ୍‌ ଷ୍ଟେଶନରେ ମୃତଦେହ ଟ୍ରେନ୍‌ରୁ ବାହାର କରିଦେଇଥିଲେ। ବାଧ୍ୟ ହୋଇ ଅନ୍ୟ ଦୁଇ ବନ୍ଧୁ ମଧ୍ୟ ଟ୍ରେନ୍‌ରୁ ଓହ୍ଲାଇଥିଲେ। ଏହାପରେ ପରିବାର ଲୋକଙ୍କୁ ଜଣାଇବା ପରେ ବାପା ମଳୟ ଏବଂ ଗ୍ରାମର କେତେଜଣ ସମ୍ପର୍କୀୟଙ୍କ ସହ ନନ୍ଦିଆଲ ଯିବାକୁ ବାହାରିଥିଲେ। ହେଲେ ପୁଅର ମୃତଦେହ ଗ୍ରାମକୁ ଆଣିବାକୁ ଆମ୍ବୁଲାନ୍ସ ଭଡ଼ା ୭୫ ହଜାର ଟଙ୍କା ଦେବାକୁ ପଡ଼ିବ ଶୁଣି ତାଙ୍କ ହୋସ୍‌ ଉଡ଼ିଯାଇଥିଲା। ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନ ଥିବାରୁ ମଳୟ ବାଧ୍ୟ ହୋଇ ଢେଙ୍କାନାଳ ଷ୍ଟେଶନରୁ ବାହୁଡ଼ି ଆସିଥିଲେ। ସେପଟେ ଅନ୍ୟ କିଛି ଉପାୟ ନ ପାଇ ଜନକ ଏବଂ କରୁଣା ଗୁରୁବାର ଅପରାହ୍ନ ୩ଟାରେ ସ୍ଥାନୀୟ କେତେଜଣ ଯୁବକଙ୍କ ସହାୟତାରେ ୫୦୦୦ ଟଙ୍କା ଖର୍ଚ୍ଚ କରି ମୃତଦେହ ପୋତିଦେଇଛନ୍ତି।
ଏ ନେଇ ମଳୟ କୁହନ୍ତି, ପେଟ ପାଟଣା ଚିନ୍ତାରେ ପୁଅ ଦାଦନ ଖଟି ଯାଇ ଆଉ ବାହୁଡ଼ିଲାନି। ତା’ ମୁହଁକୁ ଚାହିଁ ଦିନ କାଟିବି ବୋଲି ଭାବିଥିଲି। ସବୁ ଅନ୍ଧାର ଦିଶୁଛି। ପୁଅ ମୃତଦେହକୁ ଥରେ ଦେଖିପାରିଲି ନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ଏ ନେଇ କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ମୃତଦେହ ଆଣିବା ପାଇଁ ଢେଙ୍କାନାଳ ଜିଲାପାଳଙ୍କ ସହାୟତାରେ ସେଠାକାର ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିଲା। ମୃତକଙ୍କ ୨ ସାଙ୍ଗ ଘଟଣାକୁ ନେଇ ଅତ୍ୟଧିକ ଭୟଭୀତ ହୋଇପଡ଼ିଥିଲେ। ଫଳରେ ମୃତଦେହ ପୋତି ଦେଇଛନ୍ତି। ମୃତ ଯୁବକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ସହାୟତା ଦିଆଯିବ। ଏଥିସହ ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?