ପ୍ରସ୍ତାବରେ ଅଟକିଛି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ: ୨୦୧୫ରୁ ପ୍ରସ୍ତୁତ ହୋଇଛି (ସିଡିପି) ମାଷ୍ଟର ପ୍ଲାନ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ମହାନଗର ନିଗମ ଏବଂ ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ସହିତ ଏହି ୩ ସହରାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକୁ ମିଶ୍ରଣ କରି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ ପ୍ରସ୍ତାବରେ ଅଟକି ଯାଇଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଥିପାଇଁ ୧.୦୮ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ସିଡିପି (କମ୍ପ୍ରେହେନସିଭ ଡେଭଲପମେଣ୍ଟ ପ୍ଲାନ) ବା ମାଷ୍ଟର ପ୍ଲାନ ୨୦୧୫ରୁ ଲୋକାର୍ପିତ ହୋଇଛି । ଏହାର ୪ ବର୍ଷ ପୂରିବା ପରେ ବି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନିଶ୍ଚିତତା ଦେଖାଯାଇଛି ।
ସୂଚନାଯୋଗ୍ୟ, ୧୯୭୬ରେ ବ୍ରହ୍ମପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ) ଗଠନ କରାଯାଇଥିଲା। ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା। ଏହାର ୧୬ ବର୍ଷ ପରେ ବ୍ରିଟ ଭଙ୍ଗାଯାଇ ୧୯୯୩ରେ ବିଡିଏ ଗଠନ କଲେ ସରକାର । ଏହି ୩ ସହରାଞ୍ଚଳରେ କେତେକ ବିକାଶମୂଳକ କାର୍ଯ୍ୟ ବିଡିଏ ପକ୍ଷରୁ କରାଯାଉଛି। ପୁରାତନ ସହର ବ୍ରହ୍ମପୁରର ମାଷ୍ଟର ପ୍ଲାନ ହୋଇ ନ ଥିବାରୁ ଏହା ପ୍ରସ୍ତୁତି ପାଇଁ ବିଡିଏ ପକ୍ଷରୁ ଉଦ୍ୟମ କରାଗଲା ।
କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଅଧୀନ ଦିଲୀର ଟିସିପିଓକୁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ଦ୍ୱାରା ପ୍ରସ୍ତୁତ ସିଡିପି ବା ପୂର୍ଣ୍ଣାଙ୍ଗ ମାଷ୍ଟର ପ୍ଲାନ ବହୁବାର ଏଠାରେ ପ୍ରଦର୍ଶନ କରାଯାଇ ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯିବା ପରେ ତାହା ପୂର୍ଣ୍ଣାଙ୍ଗ ହୋଇଥିଲା ।
ରାଜ୍ୟ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିବା ପରେ ବିଡିଏ ବୈଠକରେ ଉପସ୍ଥାପନ ହୋଇଥିଲା। ୨୦୧୫ରେ ବିଡିଏ ମଧ୍ୟ ଅନୁମୋଦନ କରିଛି। ତେବେ ସିଡିପି ଅନୁସାରେ ଉପରୋକ୍ତ ସହରାଞ୍ଚଳଗୁଡ଼ିକ ପାର୍ଶ୍ୱରେ ଥିବା ୧୩୯ ମୌଜାର ଗ୍ରାମଗୁଡ଼ିକୁ ନେଇ ଗ୍ରେଟର ବ୍ରହ୍ମପୁର ଗଠନ ଏଯାବତ୍‌ ହୋଇ ନ ଥିବା ରହସ୍ୟ ଘେରକୁ ଆସିଛି। ଅପରପକ୍ଷରେ ବ୍ରହ୍ମପୁର ପୂର୍ବ ପୌର ପରିଷଦ ୨୦୧୮ ଡିସେମ୍ବର ଶେଷରୁ ମହାନଗର ନିଗମରେ ପରିଣତ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ ମହାନଗର ନିଗମ ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ପଞ୍ଚାୟତର ୨୪ରୁ ଊର୍ଦ୍ଧ୍ୱ ଗ୍ରାମ ନିଗମ ଗଠନର ୧୦ ବର୍ଷ ବିତିବା ପରେ ମଧ୍ୟ ବିଏମ୍‌ସିରେ ମିଶ୍ରଣ ହୋଇନାହିିଁ।
ମହାନଗର ପାର୍ଶ୍ୱରେ ଥିବା ତଳ ଅଞ୍ଚଳଗୁଡ଼ିକ ନିଗମରେ ମିଶ୍ରଣ ଦାବି ନେଇ ଆନ୍ଦୋଳନ ଚାଲିଛି। ତଥାପି କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି । ମହାନଗରର ଅନେକ ଲୋକ ପାର୍ଶ୍ୱରେ ଥିବା ବ୍ରଜନଗର ସମେତ ବିଭିନ୍ନ ପଞ୍ଚାୟତ ଅଧିନ ଅଞ୍ଚଳରେ ବସବାସ କରୁଛନ୍ତି। ସେମାନେ ବିଏମ୍‌ସିର ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ପ୍ରପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଯୋଗାଯୋଗ ବେଳେ ଦୀର୍ଘବର୍ଷରୁ ପ୍ରସ୍ତାବିତ ବୃହତ୍ତର (ଗ୍ରେଟର) ବ୍ରହ୍ମପୁର ଗଠନ ଲାଗି ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଏଥିପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଦୁଇ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରାଯିବାର ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?