ପ୍ରସ୍ତାବରେ ଅଟକିଛି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ: ୨୦୧୫ରୁ ପ୍ରସ୍ତୁତ ହୋଇଛି (ସିଡିପି) ମାଷ୍ଟର ପ୍ଲାନ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ମହାନଗର ନିଗମ ଏବଂ ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ସହିତ ଏହି ୩ ସହରାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକୁ ମିଶ୍ରଣ କରି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ ପ୍ରସ୍ତାବରେ ଅଟକି ଯାଇଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଥିପାଇଁ ୧.୦୮ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ସିଡିପି (କମ୍ପ୍ରେହେନସିଭ ଡେଭଲପମେଣ୍ଟ ପ୍ଲାନ) ବା ମାଷ୍ଟର ପ୍ଲାନ ୨୦୧୫ରୁ ଲୋକାର୍ପିତ ହୋଇଛି । ଏହାର ୪ ବର୍ଷ ପୂରିବା ପରେ ବି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନିଶ୍ଚିତତା ଦେଖାଯାଇଛି ।
ସୂଚନାଯୋଗ୍ୟ, ୧୯୭୬ରେ ବ୍ରହ୍ମପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ) ଗଠନ କରାଯାଇଥିଲା। ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା। ଏହାର ୧୬ ବର୍ଷ ପରେ ବ୍ରିଟ ଭଙ୍ଗାଯାଇ ୧୯୯୩ରେ ବିଡିଏ ଗଠନ କଲେ ସରକାର । ଏହି ୩ ସହରାଞ୍ଚଳରେ କେତେକ ବିକାଶମୂଳକ କାର୍ଯ୍ୟ ବିଡିଏ ପକ୍ଷରୁ କରାଯାଉଛି। ପୁରାତନ ସହର ବ୍ରହ୍ମପୁରର ମାଷ୍ଟର ପ୍ଲାନ ହୋଇ ନ ଥିବାରୁ ଏହା ପ୍ରସ୍ତୁତି ପାଇଁ ବିଡିଏ ପକ୍ଷରୁ ଉଦ୍ୟମ କରାଗଲା ।
କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଅଧୀନ ଦିଲୀର ଟିସିପିଓକୁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ଦ୍ୱାରା ପ୍ରସ୍ତୁତ ସିଡିପି ବା ପୂର୍ଣ୍ଣାଙ୍ଗ ମାଷ୍ଟର ପ୍ଲାନ ବହୁବାର ଏଠାରେ ପ୍ରଦର୍ଶନ କରାଯାଇ ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯିବା ପରେ ତାହା ପୂର୍ଣ୍ଣାଙ୍ଗ ହୋଇଥିଲା ।
ରାଜ୍ୟ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିବା ପରେ ବିଡିଏ ବୈଠକରେ ଉପସ୍ଥାପନ ହୋଇଥିଲା। ୨୦୧୫ରେ ବିଡିଏ ମଧ୍ୟ ଅନୁମୋଦନ କରିଛି। ତେବେ ସିଡିପି ଅନୁସାରେ ଉପରୋକ୍ତ ସହରାଞ୍ଚଳଗୁଡ଼ିକ ପାର୍ଶ୍ୱରେ ଥିବା ୧୩୯ ମୌଜାର ଗ୍ରାମଗୁଡ଼ିକୁ ନେଇ ଗ୍ରେଟର ବ୍ରହ୍ମପୁର ଗଠନ ଏଯାବତ୍‌ ହୋଇ ନ ଥିବା ରହସ୍ୟ ଘେରକୁ ଆସିଛି। ଅପରପକ୍ଷରେ ବ୍ରହ୍ମପୁର ପୂର୍ବ ପୌର ପରିଷଦ ୨୦୧୮ ଡିସେମ୍ବର ଶେଷରୁ ମହାନଗର ନିଗମରେ ପରିଣତ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ ମହାନଗର ନିଗମ ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ପଞ୍ଚାୟତର ୨୪ରୁ ଊର୍ଦ୍ଧ୍ୱ ଗ୍ରାମ ନିଗମ ଗଠନର ୧୦ ବର୍ଷ ବିତିବା ପରେ ମଧ୍ୟ ବିଏମ୍‌ସିରେ ମିଶ୍ରଣ ହୋଇନାହିିଁ।
ମହାନଗର ପାର୍ଶ୍ୱରେ ଥିବା ତଳ ଅଞ୍ଚଳଗୁଡ଼ିକ ନିଗମରେ ମିଶ୍ରଣ ଦାବି ନେଇ ଆନ୍ଦୋଳନ ଚାଲିଛି। ତଥାପି କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି । ମହାନଗରର ଅନେକ ଲୋକ ପାର୍ଶ୍ୱରେ ଥିବା ବ୍ରଜନଗର ସମେତ ବିଭିନ୍ନ ପଞ୍ଚାୟତ ଅଧିନ ଅଞ୍ଚଳରେ ବସବାସ କରୁଛନ୍ତି। ସେମାନେ ବିଏମ୍‌ସିର ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ପ୍ରପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଯୋଗାଯୋଗ ବେଳେ ଦୀର୍ଘବର୍ଷରୁ ପ୍ରସ୍ତାବିତ ବୃହତ୍ତର (ଗ୍ରେଟର) ବ୍ରହ୍ମପୁର ଗଠନ ଲାଗି ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଏଥିପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଦୁଇ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରାଯିବାର ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri