‘ସୁସ୍ଥ ଓଡ଼ିଶା’କୁ ନେଇ ସୁଖୀ ନୁହନ୍ତି ପରଦେଶୀ: ମୁନାଙ୍କ ଅପରେଶନ ପାଇଁ ଖୋଜୁଛନ୍ତି ଦରଦୀ ମନ

ବନ୍ତଳା,୩୦ା୮-ମୂଲିଆ ମଣିଷକୁ ତେଲ ଲୁଣର ସଂସାର। ନିଜସ୍ବ ଘର ଢିହ ବୋଲି କିଛି ନାହିଁ। ସରକାରୀ ଜାଗାରେ କରିଥିବା ଚାଳିଆ ଖଣ୍ଡେ ହିଁ ପରିବାରର ସମ୍ବଳ। ଦିନେ ଖଟିବାକୁ ନ ଗଲେ ବିଛଣାରେ ଶୋଇଥିବା ଭେଣ୍ଡିଆ ପୁଅ ମୁନା ମୁହଁରେ ଦାନାଟିଏ ଦେଇପାରିବେନି। ଏପରି ଅବସ୍ଥାରେ ପୁଅର ଅପରେଶନ ପାଇଁ ୪ ଲକ୍ଷ ଟଙ୍କା ଯୋଗାଡ଼ କେମିତି କରିବେ ସେହି ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଢିପସାହିର ପରଦେଶୀ ବେହେରା। ଗରିବଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ସରକାର କାଳେ ବଡ଼ ବଡ଼ ଯୋଜନା କରିଥିବା ସେ ଶୁଣିଛନ୍ତି। ରାଜ୍ୟ ବାହାରେ ଅନେକ ରୋଗୀଙ୍କୁ ଚିକିତ୍ସା କରାଇ ସରକାର ସେମାନଙ୍କୁ ସୁସ୍ଥ, ସୁଖୀ କରିଥିବା ପ୍ରଚାର କରୁଛନ୍ତି। ହେଲେ ସେହିସବୁ ଯୋଜନାକୁ ନେଇ ସୁଖୀ ନୁହନ୍ତି ସେ। ପୁଅକୁ ଭଲ କରିବାକୁ ଏଯାଏ ପ୍ରଶାସନ କିମ୍ବା ସରକାରଙ୍କଠାରୁ କୌଣସି ସହାୟତା ସେ ପାଇନାହାନ୍ତି। ତେଣୁ ୩ ମାସ ହେଲା ବିଛଣାରେ ଶୋଇଥିବା ମୁନା ମୁହଁରେ ହସ ଫେରାଇବାକୁ ଏକ ଦରଦୀ ମନ ଖୋଜି ବୁଲୁଛନ୍ତି ପରଦେଶୀ। ଏପରି କି ତାଙ୍କୁ ବନ୍ଧକ ରଖି ୪ ଲକ୍ଷ ଟଙ୍କା ଦେବାକୁ ବୁଲି ବୁଲି ସେ ଲୋକଙ୍କୁ ଅନୁରୋଧ କରୁଥିବା କହିଛନ୍ତି ପରଦେଶୀ।
ପରଦେଶୀଙ୍କ କହିବା ଅନୁଯାୟୀ, ଗତ ମେ ୫ରେ ଅଜା ସାଇବଙ୍କ ସହ ମୁନା ମଜୁରି ଖଟିବାକୁ ଯାଇଥିଲେ। ଏକ ୬୦ ଫୁଟ ଉଚ୍ଚ ତାଳ ଗଛରେ ଚଢ଼ି ବାହୁଙ୍ଗା କାଟୁଥିବା ବେଳେ ତାହା ହଠାତ୍‌ ଛିଣ୍ଡି ପଡିବାରୁ ମୁନା ତଳକୁ ଖସି ପଡ଼ିଥିଲେ। ଅଣ୍ଟାରେ ଗଭୀର ଆଘାତ ଯୋଗୁ ଗୁରୁତର ହୋଇପଡ଼ିଥିବା ମୁନାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେଠାରୁ କଟକ ପଠାଇ ଦେଇଥିଲେ। ଏକମାତ୍ର ପୁଅକୁ ବଞ୍ଚାଇବା ପାଇଁ ସେ ଧାର କରଜ ସହ ଢିପସାହି ବାସିନ୍ଦାଙ୍କ ସହାୟତାରେ ୬ ଦିନରେ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ। ହେଲେ ଅପରେଶନ ପାଇଁ ଡାକ୍ତର ୪ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିବା ପରେ ସେ ନିରାଶ ହୋଇ ପୁଅକୁ ଧରି ଘରକୁ ଫେରିଆସିଲେ। ସେବେଠାରୁ ପୁଅ ବିଛଣାରେ ଶୋଇଛି। ବଞ୍ଚିବା-ମରିବା ପ୍ରଶ୍ନବାଚୀରେ ଥିବାରୁ ସ୍ତ୍ରୀ ଓ ଗୋଟିଏ ଛୁଆକୁ କେମିତି ଚଳାଇବ ସେ ନେଇ ଆଖିରୁ ଲୁହ ଗଡ଼ାଉଛି। ପାକଳ ବୟସରେ ପୁଅର ଏପରି ଅବସ୍ଥା ତାଙ୍କୁ ଅଥୟ କରିଦେଇଥିବା ପରଦେଶୀ କହିଛନ୍ତି। ତେଣୁ ଢିପସାହି, ବେହେରା ସାହି, ପ୍ରଧାନ ସାହି, ସାହୁ ସାହି, ଦେହୁରୀ ସାହି, ମଝିପାଟଣା ସାହି, ପାଟଣା ସାହି, ଷଣ୍ଢ ଛକ ସାହି, ସଡ଼କ ସାହି ବାସିନ୍ଦାଙ୍କୁ ସହାୟତା ପାଇଁ ସେ ନେହୁରା ହୋଇଛନ୍ତି। ସାରା ଜୀବନ ତାଙ୍କୁ ବନ୍ଧକ ଭାବେ ନେଇ କେହି ପୁଅର ଜୀବନ ରକ୍ଷା କରିବାକୁ ବହୁ ଅନୁରୋଧ କରିଛନ୍ତି। ହେଲେ ଏଯାଏ ଅର୍ଥ ଯୋଗାଡ଼ ହୋଇପାରୁ ନାହିଁ। କେହି ସହୃଦୟ ବ୍ୟକ୍ତି ଯଦି ସହାୟତାର ହାତ ବଢ଼ନ୍ତେ ତା’ହେଲେ ପୁଅ ମୁନାର ଅପରେଶନ ହୋଇପାରନ୍ତା ବୋଲି ପରଦେଶୀ କୋହଭରା କଣ୍ଠରେ କହିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ପ୍ରତାପ କୁମାର ବେହେରା କହିଛନ୍ତି, ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ବହୁ ଯୋଜନା ରହିଛି। ପ୍ରଥମେ ଗୁରୁତର ମୁନାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାନ୍ତୁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ତାଙ୍କୁ ଅନ୍ୟତ୍ର ରେଫର କରାଯାଇ ଅତ୍ୟାଧୁନିକ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍‌ଓ ବେହେରା ପ୍ରକାଶ କରିଛନ୍ତି।

(ଦୀନେଶ ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri