ଜାତୀୟ ରାଜପଥରେ ଲୁଟେରା ସକ୍ରିୟ : ୫ ବର୍ଷରେ ୯ ଜଣଙ୍କ ମୃତ୍ୟୁ
ଖୋର୍ଦ୍ଧା ଅଫିସ,୩୦।୮ : ଖୋର୍ଦ୍ଧା ଜିଲା ଦେଇ ଅତିକ୍ରମ କରିଥିବା କୋଲକାତା-ମାଡ୍ରାସ ୧୬ ନଂ. ଓ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ଦିନବେଳା କାଁ ଭାଁ ଲୁଟ୍ ହେଉଥିବାବେଳେ ସନ୍ଧ୍ୟାରେ ରାଜପଥ ନିରାପଦ ନୁହେଁ।…
ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସହ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇର ପ୍ରାଥମିକ ଚାର୍ଜଶିଟ୍ ସିବିଆଇ କୋର୍ଟରେ ଗୁରୁବାର ଦାଖଲ କରିଛି। ସିବିଆଇ ଓଡ଼ିଶା କ୍ରିକେଟ ଆସୋସିଏଶନ୍(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜଶିଟ୍ ଦାଖଲ କରିଛି। ଅନ୍ୟ…
ପରିବାରର ୪ ସଦସ୍ୟଙ୍କୁ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା,ସୁନାଗହଣା
ଆଳି,୩୦।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘରେ ଡକାୟତି କରିବା ସହ ଘରର ସଦସ୍ୟଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତମାନେ ସମସ୍ତେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁବାର…
ଭାଜପା ପକ୍ଷରୁ ୪୯ ନଂ. ଜାତୀୟ ରାଜପଥ ଅବରୋଧ : ଯାନବାହନ ଚଳାଚଳ ବ୍ୟାହତ
ଦେବଗଡ଼,୩୦।୮(ଡି.ଏନ୍.ଏ.) : ଦେବଗଡ଼ ସହର ଦେଇଯାଇଥିବା ୪୯ ନଂ. ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଥିବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ପ୍ରଶାସନଙ୍କୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ନେତୃତ୍ୱରେ…
ସରପଞ୍ଚ, ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସରପଞ୍ଚ ଓ ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଶୁକ୍ରବାର ସକାଳୁ ବାଲେଶ୍ୱର ଭିଜିଲାନ୍ସର ଏକ ଟିମ୍ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ସଙ୍ଗୀତା ଖଣ୍ଡେଇ ତେସିଙ୍ଗା…
ଚିଲିକା ପାଇଁ ବିପଦ ମାଲେସିଆ ଜାହାଜ : ମିଳୁନି ଆବଶ୍ୟକ ସୁରକ୍ଷା, ବାହାରିପାରୁନି ତେଲ
ବ୍ରହ୍ମଗିରି/କୃଷ୍ଣପ୍ରସାଦ,୩୦।୮(ଡି.ଏନ୍.ଏ.) : ଚିଲିକା ପାଇଁ ଦିନକୁ ଦିନ ବିପଦ ସୃଷ୍ଟିକରୁଛି ମାଲେସିଆ ଜାହାଜ। ଜାହାଜରୁ ତେଲ କାଢ଼ିବା ଜରୁରୀ ହୋଇପଡ଼ିଥିବାବେଳେ ଜିଲା ପ୍ରଶାସନ ଚେଷ୍ଟା ଜାରି ରଖିଛି। ମାତ୍ର ୬ଦିନ ଧରି ତେଲ କାଢ଼ିବା ଲାଗି ଚେଷ୍ଟା କରାଯାଉଥିଲେ ବି ସଫଳତା…
ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା
କାଶୀନଗର, ୩୦ା୮(ଡି.ଏନ.ଏ.)-କାଶୀନଗର ବ୍ଲକ୍ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା ଏହି ବିଦ୍ୟାଳୟରେ ୧୮୮ ଛାତ୍ରୀଛାତ୍ର ରହିଥିବାବେଳେ ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲା ପଢ଼ୁଛନ୍ତି।…
କଥା ଦେଇ ପାସରିଦେଲେ ବିଦ୍ୟୁତ୍ ବିଭାଗ ଏସ୍ଡିଓ: ଭଏଭୀତ ଅବସ୍ତାରେ ଗାଁବାସୀ
ବିନିକା,୩୦।୮(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ୫୦ରୁ ଅଧ୍କା ଚାଷୀ ଉଠା ଜଲସେଚନ ଭରସାରେ ଫିବଛର ୭୦ ହେକ୍ଟର ଜମିରେ ଧାନଚାଷ୍ କରୁଛନ୍। ଜିରାନଦୀରୁ ଲିଫ୍ଟ ଜରିଆରେ ଚାଷୀ ଜମିକେ ପାଏନ୍ ମଡ଼ଉଛନ୍। ଇଥିରଲାଗି ଜିରାନଦୀ ଖଁଡ଼ିରେ ୨ଟା…
ନୂଆପଡା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ: କୋମନା, ମହାମାୟା ବିଜୟୀ
ନୂଆପଡା ଅଫିସ,୩୦ା୮-ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ନୂଆପଡା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଦ୍ୱିତୀୟ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କୋମନା ଦଳ ଦବଙ୍ଗ ଦଳକୁ ୨-୦ ଗୋଲରେ ହରାଇଥିବାବେଳେ ମହାମାୟା ଦଳ ଉଦନ୍ତୀ ସିନାପାଲି ଦଳକୁ ୩-୦ ଗୋଲରେ…
ଲୋୟର ଇନ୍ଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା: ବହୁ ଘର ଦ୍ୱାରା ଭାଙ୍ଗିଲା
ନୂଆପଡା ଅଫିସ,୩୦ା୮ -ନୂଆପଡା ଜିଲାରେ ମୌସୁମୀ ବର୍ଷା ହେବାର ନାଁ ନେଉ ନ ଥିବାବେଳେ ଅଚାନକ ଭାବେ ଲଘୁଚାପ ବର୍ଷା ଲୋକଙ୍କୁ ଦାଉ ସାଧୁଛି । ବିଶେଷ କରି ବୋଡେନ ବ୍ଲକ ଲୋୟର ଇନ୍ଦ୍ର ନଦୀ ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ଲଗାଣ…
ନୂଆପଡାରେ ବୁଦ୍ଧିଜୀବୀ ସମ୍ମିଳନୀ: ସମସ୍ୟା ସମାଧାନର ବାଟ ଖୋଜୁଛନ୍ତି ବୁଦ୍ଧିଜୀବୀ; ପାର୍ଲାମେଣ୍ଟରେ ଉପସ୍ଥାପନ କରିବି: ଏମ୍ପି
ନୂଆପଡା ଅଫିସ,୩୦ା୮-ଲୋକଙ୍କ ବହୁ ଆଶା ଆକାଂକ୍ଷା ଥିଲା ଯେ ନୂଆପଡା ଏକ ଜିଲା ହେବ । ଲୋକଙ୍କର ସବୁ ସମସ୍ୟା ସହଜେ ସମାଧାନ ହେବ । ଜିଲା ଗଠନ ହେବା ଦିନଠାରୁ ସରକାର ଏଠିକାର ଉନ୍ନୟନ ସକାଶେ କୋଟି କୋଟି ଟଙ୍କା…
ଚାକିରି ପ୍ରଲୋଭନ ଦେଖାଇ ୪୦ ଲକ୍ଷ ଟଙ୍କା ଠକେଇ: ଅଭିଯୁକ୍ତ ୱେସ୍କୋ ଲାଇନ୍ମ୍ୟାନ ଫେରାର
ଭବାନୀପାଟଣା,୩୦।୮(ଡି.ଏନ.ଏ.)-ଭବାନୀପାଟଣାର ଜଣେ ଓ୍ବେସ୍କୋ ଲାଇନ୍ମ୍ୟାନ ଚାକିରୀ ପ୍ରଲୋଭନ ଦେଖାଇ ଏକାଧିକ ଯୁବକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନାମ ଜ୍ୟୋତି ରଞ୍ଜନ ସାମଲ ା ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ ହେବା…

