ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନର ସୁଖବନ୍ଧନରେ ଅନ୍ତର୍ଭୁକ୍ତ ଦାବି: ଦସ୍ତଖତ ଅଭିଯାନ ସଂଗ୍ରହ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନ ମୁଖବନ୍ଧରେ ସ୍ଥାନ ପାଇବା ପାଇଁ ଏକ ସଭା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ନିର୍ବାଚନମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନ ମୁଖ୍ୟବନ୍ଧରେ ସ୍ଥାନ ପାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଗାନ୍ଧୀଙ୍କ ଅହିଂସା ସତ୍ୟାଗ୍ରହ ଆନ୍ଦୋଳନ ଯୋଗୁ ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିସ ଶାସନରୁ ମୁକ୍ତ ହୋଇ ଭାରତ ସ୍ବାଧୀନତା ପ୍ରାପ୍ତ ହୋଇଥିଲା । ଗାନ୍ଧୀଙ୍କ ଏହି ଅହିଂସାକୁ ଭାରତ ବର୍ଷରେ ଯୁଗ ଯୁଗଧରି ବଞ୍ଚାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଆଗତ କରିଥିବାରୁ ଓଡିଶାର ସ୍ବାଧୀନତା ସଂଗ୍ରାମୀ ସମିତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଏବଂ ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଚାଲିଥିବାରୁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ଭୁପିନ୍ଦର ସିଂହଙ୍କୁ ୩୪ ଶହ ଦସ୍ତଖତ ସଂଗ୍ରହ କରିବାକୁ ଦାୟୀତ୍ୱ ଦିଆଯାଇଥିବାରୁ ଗୁରୁବାର କଶୃପଡା ଯୁକ୍ତ ୨ ମହାବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଗାନ୍ଧୀଙ୍କ ଶାନ୍ତି, ପ୍ରୀତି ଓ ଅହିଂସା, ଆଦର୍ଶ, ସର୍ବ ଧର୍ମ ସମନ୍ବୟ ଆଦି ବିଷୟରେ ଛାତ୍ରୀଛାତ୍ରମାନଙ୍କୁ ଆଲୋକପାତ କରି ଛାତ୍ରୀଛାତ୍ରମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରିଥିଲେ। ନର୍ଲା, କେସିଙ୍ଗା, ଭବାନୀପାଟଣା ଆଦି ଅଞ୍ଚଳରୁ ୭ ଦିନ ଏହି ଦସ୍ତଖତ ଅଭିଯାନ ଚାଲିବ। ଏହି ଅହିଂସା ପ୍ରସ୍ତାବକୁ ଅଞ୍ଚଳ ତଥା ଦେଶବାସୀ ସମ୍ମତି ପ୍ରଦାନ କରିବାକୁ ନର୍ଲା ବିଧାୟକ ଅନୁରୋଧ କରିଛନ୍ତି । ଏହି ଦସ୍ତଖତ ଅଭିଯାନରେ ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ଶର୍ମା, ରାମଜୀମାତ ଖଣ୍ଡିଆ, ରିସବ ଜୈନ ପ୍ରମୁଖ ଯୋଗଦେଇଥିଲେ। କଶୃପଡା ଯୁକ୍ତ ୨ ପ୍ରିନ୍ସିପାଲ ରମେଶ ନାଏକ, ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ ବି. ସୁରଲିଧର ଆଚାରୀ ଓ ଚନ୍ଦନ ସେନାପତି ନିଜସ୍ବ ମତ ପ୍ରଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri