ଘରୋଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ବିରୋଧ: ସହର ଅଳିଆ ଫେରିଲା ସହରକୁ

ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ପୌର ସଂସ୍ଥାକୁ ଛାଡ଼ୁନି ଅଳିଆ ବିବାଦ। ସହରର ଅଳିଆ ଯେଉଁଠି ପକାଯିବାକୁ ସ୍ଥାନ ଚିହ୍ନଟ ହେଉଛି ସେଠାରେ ବିରୋଧର ସ୍ବର ଦେଖିବାକୁ ମିଳୁଛି। ଗୁରୁବାର ଏପରି ଏକ ବିରୋଧ ଘଟଣା ଯୋଗୁ ଅଳିଆ ପକାଇବାକୁ ସକାଳୁ ଯାଇଥିବା ଟ୍ରାକ୍ଟର ସନ୍ଧ୍ୟାରେ ସେହି ଅଳିଆ ଧରି ପୁଣି ସହରକୁ ଫେରିଆସିଛି। ତେବେ ଏଥର ଗ୍ରାମବାସୀ ନୁହନ୍ତି ବରଂ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ଏପରି ବିରୋଧ କରିଛନ୍ତି। ସେମାନେ ରାସ୍ତାରେ କାଠଗଣ୍ଡି ପକାଇ ଅବରୋଧ କରିବାରୁ ପୌର ସଂସ୍ଥାର ଅଡ଼ୁଆ ବଢ଼ିବାରେ ଲାଗିଛି।
ଅନୁଗୋଳ ସହରର ଅଳିଆ ପଞ୍ଚମହଲା ଠାରେ ଥିବା ଲିକୁଇଡ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଖରେ ପକାଯିବାକୁ ଜିଲା ପ୍ରଶାସନ ଜାଗା ଚିହ୍ନଟ କରିଥିଲା। ଗତ ୧ ତାରିଖରୁ ଉକ୍ତ ଚିହ୍ନଟ ଜାଗାରେ ପୌର ପ୍ରଶାସନ ପକ୍ଷରୁ ଅଳିଆ ପକାଯାଉଥିଲା। କିନ୍ତୁ ଗୁରୁବାର ସକାଳୁ ଅଳିଆ ଗାଡ଼ି ସେଠାକୁ ଯିବାବେଳେ ଉକ୍ତ ଘରୋଇ ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ରମାନେ ଏହାକୁ ବିରୋଧ କରିଥିଲେ। ଅଳିଆ ପକାଯିବାରୁ ସେଠାରେ ଦୁର୍ଗନ୍ଧ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତେଣୁ ଏଠାରେ ଅଳିଆ ନ ପକାଇ ବାକୁ ସେମାନେ ଦାବି କରିଥିଲେ। ଏପରି କି ଅଳିଆ ନେଇ ଟ୍ରାକ୍ଟର ଯାଉଥିବା ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ। ଫଳରେ ସେଠାରେ ଅଳିଆ ବୋଝେଇ ଟ୍ରାକ୍ଟର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା ହେବା ପରେ ସନ୍ଧ୍ୟାରେ ପୁଣି ସହରକୁ ଫେରି ଆସିଥିଲା। ଏ ନେଇ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, ସେଠାରେ ଅଳିଆ ପକାଗଲେ କୌଣସି ସମସ୍ୟା ନାହିଁ। ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ର କହିଁକି ବିରୋଧ କରୁଛନ୍ତି ତାହା ସେ ଜାଣି ନାହାନ୍ତି। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରାଯିବ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri