ଆମ ଜିଲା ଖବର

ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍‌ ମୃତ

ବୌଦ୍ଧ,୨୬।୮(ଡି.ଏନ୍‌.ଏ.) : ବୌଦ୍ଧ ଜିଲା ଏଡିଏମ୍‌ ରମାକାନ୍ତ ସେଠୀ(୫୫)ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସେଠୀ ସୋମବାର ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କରଡ଼ାକୋଠା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି…

ମନ୍ଦିର ହୁଣ୍ଡି, ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ନିରାକାରପୁର, ୨୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାମ ମନ୍ଦିର ଓ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିରର ତାଲା କାଟି ହୁଣ୍ଡି, ଆଲମାରି ଏବଂ ସାଇ ବାବା ଲଗାଇଥିବା ରୁପାର ମୁକୁଟକୁ…

ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଏତଲା ପ୍ରତିବାଦରେ ବିକ୍ଷୋଭ

ବରଗଡ ଅଫିସ, ୨୬।୮: ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଘଟଣାକୁ ନେଇ କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହାର ପ୍ରତିବାଦରେ ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛ।…

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କ ପରଲୋକ

କଟକ ଅଫିସ, ୨୬।୮: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କର ସୋମବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଖାତନାମା…

କାଠ ବୋଝେଇ ପିକ୍‌ଅପ୍‌ ଜବତ: ଜଣେ ଗିରଫ

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ସହର ଭାଲୁକି ପତଳା ସାହିରୁ ସୋମବାର ସକାଳେ ଟାଉନ ଥାନା ପୋଲିସ ଏକ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଗାଡ଼ି ଚାଳକ ଶଙ୍ଖାଳି ମହାକୁଡ଼କୁ ପୋଲିସ ଧରି ବନବିଭାଗକୁ ହସ୍ତାନ୍ତର କରିଛି। ଶଙ୍ଖାଳିଙ୍କ ଘର ମୟୂରଭଞ୍ଜ…

ବନବିଭାଗ ପକ୍ଷରୁ ଚଢ଼ାଉ: ଶାଳକାଠ ବୋଝେଇ ଅଟୋରିକ୍ସା ଜବତ, ଚାଳକ ଫେରାର

କେନ୍ଦୁଝର, ୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ଗ୍ରାମ ମେଡିକାଲ ନିକଟରୁ ରବିବାର ରାତିରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବିଟ ହାଉସ ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏକ ଶାଳ କାଠ…

ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍‌ ଗୁରୁତର

ବୌଦ୍ଧ,୨୬।୮(ସ୍ବ.ପ୍ର.) : ବୌଦ୍ଧ ଜିଲା କରଡ଼ାକୋଠା ନିକଟରେ ସୋମବାର ସକାଳୁ କାର୍‌ ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍‌ ରମାକାନ୍ତ ସେଠୀ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କରଡ଼ାକୋଠା ନିକଟରେ କାର୍‌ଟି ଭାରସାମ୍ୟ ହରାଇ…

ନୂତନ ଜିଲାପାଳଙ୍କ ପ୍ରଥମ ପଦକ୍ଷେପ, ବରିଷ୍ଠ ନାଗରିକଙ୍କ ପାଇଁ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

ବରଗଡ଼ ଅଫିସ, ୨୬।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଦାୟିତ୍ୱଗ୍ରହଣ କରିଛନ୍ତି। ଦାୟିତ୍ୱଗ୍ରହଣ କରିବା ପରେ ସୋମବାର ସେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ନିଜ ଅଫିସ ସମ୍ମୁଖରେ…

ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା ତାଲା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ତେଣୁ ସ୍କୁଲ ଆସିଥିବା ସମସ୍ତ ଛାତ୍ରୀଛାତ୍ର,…

ରାସ୍ତା ଦବିଲା : ରାଇକିଆ-ଦାରିଙ୍ଗବାଡ଼ି ଯାତାୟାତ ବନ୍ଦ

ରାଇକିଆ,୨୬।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡିକୁପୁଡ଼ା ନିକଟରେ ଏକ ଡାଇଭର୍ସନ ରାସ୍ତା ଦବି ଯିବା ଫଳରେ ସୋମବାର ରାଇକିଆରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି । ଗତ ତିତ୍‌ଲି ପ୍ରଭାବରେ ମୁରୁଡିକୁପୁଡ଼ା ନିକଟରେ ପୋଲ ସମ୍ପୂର୍ଣ୍ଣ…

ମହୁରୋଳ ଆକ୍ରମଣରେ ଶିଶୁକନ୍ୟାଙ୍କ ପ୍ରାଣଗଲା

ବାସୁଦେବପୁର,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପାରାପୋଖରୀ ଗ୍ରାମରେ ରବିବାର ମହୁରୋଳ ନାମକ ଏକ ବିଷାକ୍ତ ପୋକ ଆକ୍ରମଣରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟା ହେଉଛନ୍ତି ପାରାପୋଖରୀ ଗ୍ରାମର ଗଣେଶ ବିଶ୍ୱାଳଙ୍କ ଝିଅ ସାବିତ୍ରୀ।…

ଭୁଲ ଇଞ୍ଜେକ୍‌ସନ ଦେବାରୁ ନାବାଳିକା ମୃତ : କ୍ଲିନିକ୍‌ରେ ଭଙ୍ଗାରୁଜା, ଡାକ୍ତର ଅଟକ

ନିଆଳି,୨୬ା୮(ଡି.ଏନ୍‌.ଏ.)ନିଆଳି ଥାନା ଅଧୀନ ନିଆଳି ପବ୍ଲିକ କ୍ଲିନିକ୍‌ରେ ରବିବାର ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲିପାଟଣା ଥାନା ଅଧୀନ ଦରଡା ଗ୍ରାମର କ୍ରିଷ୍ଣା ନାୟକ(୭)। ଡାକ୍ତର ଭୁଲ୍‌ ଇଞ୍ଜେକଶନ ଦେବାରୁ କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?