ଆମ ଜିଲା ଖବର

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଏବିଭିପିର ବିରୋଧ

ଫୁଲବାଣୀ ଅଫିସ, ୨୬ା୮-ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିବାରୁ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି । ସୋମବାର କନ୍ଧମାଳ ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି) ପକ୍ଷରୁ ନିର୍ବାଚନ ବନ୍ଦକୁ ବିରୋଧ…

ବିଦ୍ୟୁତ୍‌ ଆଘାତରେ ଜଣେ ଗୁରୁତର

ବୁଗୁଡ଼ା,୨୬ା୮(ଡି.ଏନ.ଏ.)-ବୁଗୁଡ଼ା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଟେଲିଫୋନ ବିଭାଗରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ ଆଘାତରେ ସୋମବାର ଗୁରୁତର ହୋଇଛନ୍ତି। ସେ ହେଲେ ଧୋବା ସାହୁ। ଧୋବା ଅପରାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାତ ଉପରେ ରହି ଟେଲିଫୋନ ତାର ସଜାଡୁ ଥିଲେ।…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଭଞ୍ଜନଗର ଶଙ୍ଖସାହିର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ରବିବାର ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ସାହୁ (୩୮)। ସୋମବାର ସକାଳେ ଘର ପାଖ ଲୋହରାଖଣ୍ଡି ନଦୀ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବା ପରେ ପୋଲିସକୁ ଖବର…

୧୫ରୁ ଜାତୀୟ ଫୁଟବଲ ଟୁର୍ନାମେଣ୍ଟ

ଢେଙ୍କାନାଳ ଅଫିସ,୨୬ା୮- ଆସନ୍ତା ସେପ୍ଟେମ୍ବର ୧୫ ତାରିଖଠାରୁ ଢେଙ୍କାନାଳ ଷ୍ଟାଡିୟମଠାରେ ଜାତୀୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଏ ସଂକ୍ରାନ୍ତରେ ସୋମବାର ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ଜିଲା କ୍ରୀଡ଼ା ସଂସଦ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏମ୍‌ପି ମହେଶ…

ରାସ୍ତାଘାଟରେ ହାତୀ, ଲୋକେ ଭୟଭୀତ

ପରଜଙ୍ଗ, ୨୬ା୮(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ହାତୀ ଉପଦ୍ରବରୁ ତ୍ରାହି ମିଳୁନି। ସୋମବାର ସକାଳେ ନରହନ୍ତା ଦନ୍ତା କନ୍ଦରସିଂହା ଗ୍ରାମରେ ପଶି ତାଣ୍ଡବ କରିଥିଲା। ଦନ୍ତାଟି ସକାଳୁ ବିଭିନ୍ନ ସ୍ଥାନରେ ଧାନ କ୍ଷେତ ନଷ୍ଟ କରିବା ସହ ମନଇଚ୍ଛା ଏଣେତେଣେ…

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ, କଚେରୀ, ସରକାରଙ୍କ ସମସ୍ତ ଅଫିସ ବନ୍ଦ

ଭବାନୀପାଟଣା,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଜିଲା ଓକିଲ ସଂଘ ଆହ୍ବାନକ୍ରମେ ସୋମବାର ଭବାନୀପାଟଣାରେ ସମସ୍ତ କୋର୍ଟ, କଚେରୀ, ତହସିଲ ସମେତ ସମସ୍ତ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ ୧୨ ଘଣ୍ଟିଆ ବନ୍ଦ ରହିଛି । ସେହିପରି…

ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି: ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଜୁନାଗଡ,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ସୋମବାର ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଜରିଆରେ ଜିଲା ଉପକୃଷି ନିର୍ଦ୍ଦେଶକଙ୍କୁ ଏକ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜୁନାଗଡ ବ୍ଲକରେ ୩୪ଟି ପଞ୍ଚାୟତରେ ବାସ କରୁଥିବା…

ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର ଖାନ୍‌କା ଶରିଫଠାରେ ଉତ୍ସବ ପାଳନ ହେବ। ଏହି ଉତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରରୁ ଲକ୍ଷାଧିକ…

ଗଳାକାଟି ମହିଳାଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ଯୋଡ଼ା, ୨୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଲହୁଣିପଶି ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ରବିବାର ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାମ ଶୁକ୍ରା ମୁଣ୍ଡା(୩୨)। ଗତ ୧୫ ତାରିଖ ଅପରାହ୍ନରେ ଉକ୍ତ…

‘ଆଗେ ଜମି ଦିଅ, ପରେ ଉଚ୍ଛେଦ’

ବାଲେଶ୍ୱର ଅଫିସ,୨୬।୮- ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ, କରଞ୍ଜିଆ, ଆଇଟିଆଇ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଉଚ୍ଛେଦ କରିବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏହାକୁ ସ୍ଥାନୀୟ ବାସିନ୍ଦର ବିରୋଧ କରି…

ଟ୍ରକ୍‌ ଧକ୍କାରେ ମହିଳା ମୃତ, ଡ୍ରାଇଭର ଗିରଫ

ବଡ଼ବିଲ,୨୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନାଲଦାଠାରେ ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ପୌରାଞ୍ଚଳ ୱାର୍ଡ ନଂ. ୧ ନାଲଦାରେ ରହୁଥିବା ଲକ୍ଷ୍ମୀ ସିଂ (୫୫)। ସୂଚନାଯୋଗ୍ୟ, ଲକ୍ଷ୍ମୀ ରାସ୍ତା ପାରି ହେଉଥିବା ବେଳେ…

ଗୋଷ୍ଠୀ ସଂଘର୍ଷ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ, ନୂଆପଡ଼ା ଅଶାନ୍ତ, ପୋଲିସ ମୁତୟନ

ଦିଗପହଣ୍ଡି,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ାର ୪ ଜଣ ଯୁବକଙ୍କୁ ଗୋଷ୍ଠୀ ସଂଘର୍ଷ ମାମଲାରେ କେ.ନୂଆଗାଁ ପୋଲିସ ସୋମବାର ଗିରଫକରି ଅପରାହ୍ନରେ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛି। ସେମାନେ ହେଲେ କାହ୍ନୁ ପ୍ରଧାନ, ଶଙ୍କର ପ୍ରଧାନ, ସୁମନ ପ୍ରଧାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?