ଶିଶୁକନ୍ୟାକୁ ଜନ୍ମ ଦେଇ ମା’ ମୃତ
ସଜନାଗଡ଼, ୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ନରଣପୁର ପଞ୍ଚାୟତର ବିଜିରାସାହି ଗ୍ରାମର ସୁନି ମାଝି(୪୫) ନାମ୍ନୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ମୃତ୍ୟୁବରଣ କରିଛନ୍ତି। ସୁନି ବାପଘରେ ରହି ଆସୁଥିଲେ। ଶୁକ୍ରବାର ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା…
ବିଦ୍ୟୁତ ତାର ଚୋରି ର଼୍ୟାକେଟ୍ ଠାବ : ଜେଲ୍ ଗଲେ ୪ ଅଭିଯୁକ୍ତ
ବସ୍ତା/ରୂପ୍ସା,୨୪।୮(ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ଅଧୀନ ସଦର, ରୂପ୍ସା, ବସ୍ତା, ସିଂଲା ଓ ବାଲିଆପାଳ ଥାନା ଅଞ୍ଚଳରୁ ଲଗାତର ବିଦ୍ୟୁତ୍ ତାର ଚୋରି ଘଟଣାରେ ଏକ ର଼୍ୟାକେଟ କାମ କରୁଥିବା ଜଣାପଡିଛି। ବସ୍ତା ଏସ୍ଡ଼ିପିଓ ରଣଜିତ୍ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ ଓ…
ପାଇପରେ ୫୦ ଫୁଟର ବର ଚେର କଢାଗଲା : ୬ ମାସ ବନ୍ଦ ପରେ ଜଳଯୋଗାଣ ହେଲା ସ୍ବାଭାବିକ
ଖୋର୍ଦ୍ଧା ଅଫିସ, ୨୪।୮: ଜଟଣୀ ବ୍ଲକ ପଳାସପୁରର ପାନୀୟଜଳ ପ୍ରକଳ୍ପର ପ୍ଲାଷ୍ଟିକ ପାଇପକୁ ବରଚେର ଫଟାଇ ବଢୁଥିବାରୁ ପ୍ରାୟ ୬ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ତେବେ କୁମ୍ଭାରସାହି ନିକଟରେ ପାଣି ଲିକ୍ ହେବାରୁ…
ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା: ରାସ୍ତାରେ ଯାଉଛି ନର୍ଦ୍ଦମା ଜଳ
ଖୋର୍ଦ୍ଧା ଅଫିସ, ୨୪।୮: ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରି ନିର୍ମାଣ କରାଗଲା ଡ୍ରେନ। ଏଣୁ ବର୍ଷା ହେଲେ ବର୍ଷାଜଳ ସହ ନର୍ଦ୍ଦମା ଜଳ ରାସ୍ତା ଉପରେ ଯାଉଛି। ଠିକାଦାର ଡ୍ରେନ ନିର୍ମାଣ କରି ସରକାରୀ ଅନୁଦାନକୁ ହାତେଇ ନେଲେ। ପାଣି…
ଡ୍ରାଇଭରଙ୍କୁ ହତ୍ୟା ଘଟଣା : ଢାବା କର୍ମଚାରୀ ଗିରଫ
ସୋନପୁର,୨୪।୮(ନି.ପ୍ର.) : ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ସୋନପୁର ଟାଉନ ପୋଲିସ ଅଭିଯୁକ୍ତ ସୁଶାନ୍ତ ଗୁରୁ(୨୦)ଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଶାନ୍ତଙ୍କ ଘର ତରଭା ଥାନା କୁଟସିରା ଗ୍ରାମରେ। ସୋନପୁର-ବିନିକା ରାସ୍ତାର ଶରଧାପାଲି ନିକଟରେ ଥିବା ଏକ…
ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ
ସୋନପୁର,୨୪।୮(ନି.ପ୍ର.) : ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ଶନିବାର ଅପରାହ୍ନ ୪ଟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ୧୮ ଦିନ ପଞ୍ଚମୀ ତିଥି ମଙ୍ଗଳବାର ସମଲେଇ ମନ୍ଦିରରୁ…
ପୋଖରୀରେ ପଡ଼ି ମହିଳା ମୃତ
ତିହିଡ଼ି, ୨୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଖରିଦାସାହି ଗ୍ରାମର ମୌନାବତୀ ସାହୁ(୫୦) ଶନିବାର ପୋଖରୀରେ ପଡ଼ି ପ୍ରାଣ ହରାଇଛନ୍ତି। ସେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର…
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ
ଭୁବନ,୨୪।୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୂଆ ଜିରାଳ ଗ୍ରାମର ସନାତନ ସେଠୀ( ୬୫) ଶନିବାର ଡମଶାଳ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସନାତନ ସବୁଦିନ ପରି ଡମଶାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର…
ଟିମ୍ କ୍ଲିନ ସିଟି ପକ୍ଷରୁ ହିଞ୍ଜିଳିକାଟୁରେ ପୋଷ୍ଟର ଚିରା
ହିଞ୍ଜିଳିକାଟୁ,୨୪।୮(ଡ଼ି.ଏନ୍.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରର ରାସ୍ତା କଡ଼ରେ ଟିମ୍ କ୍ଲିନ ସିଟି ଶନିବାର ହିଞ୍ଜିଳିକାଟୁରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଛି। ବ୍ରହ୍ମପୁର ମହାନଗରରେ ଲଗାତାର ୪୯ ଦିନ ଧରି ଏହି କାର୍ଯ୍ୟକ୍ରମ ପରେ ହିଞ୍ଜିଳିକାଟୁ ଅଭିଯାନକୁ ବିପୁଳ ସମର୍ଥନ…
ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା
ନାଉଗାଁ,୨୪ା୮(ସ୍ବ.ପ୍ର.): ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି। ଉକ୍ତ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଗଣତନ୍ତ୍ରଭାବେ ସରକାର ଛାତ୍ର ସଂସଦ ନିର୍ବଚନ ବନ୍ଦ କରିବା ପ୍ରତିବାଦରେ ବିଭିନ୍ନ ମହାବିଦ୍ୟାଳୟ ତରଫରୁ ଏହାକୁ ବିରୋଧ…
ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣା: ୨ କର୍ମଚାରୀ ନିଲମ୍ବିତ
ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣାରେ ଶନିବାର ୨ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ, ବରଗଡ଼ ସବ୍ଜେଲରେ କାର୍ଯ୍ୟରତ କିରଣ ଯୋଶୀ ଏବଂ ରମେଶ ହରି । ପ୍ରକାଶ ଯେ, ବରପାଲିର ନକୁଳ…
ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା
ଚଢ଼େଇଧରା,୨୪ା୮(ଡି.ଏନ୍.ଏ)- ଯାଜପୁର ଜିଲା ଜେନାପୁର ଥାନା ପୁରୁଣା ବଉଳମାଳ ପଞ୍ଚାୟତ କୃଷ୍ଣପଶି ଗ୍ରାମସ୍ଥିତ ଶ୍ୱଶୁର ଘରେ ଶୁକ୍ରବାର ଜ୍ୱାଇଁ ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଧର୍ମଶାଳା ଥାନା ଗୋପାଳପୁର ଗ୍ରାମର ଅନନ୍ତ ଦାସ (୩୫)।…

