‘ଜିନ ଓ୍ବା’ରୁ କଢ଼ାଯିବ ତେଲ
ଚିଲିକା,୨୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ଓ୍ବା’ରୁ ତେଲ କଢ଼ାଯିବ। ତେଲ କାଢ଼ିବା ପାଇଁ ସମ୍ପୃକ୍ତ ଜାହାଜ ମାଲିକଙ୍କ ସହ ଜିଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗତ ୨ ଦିନ…
ହରିଣ ମାଂସ ଜବତ: ୨ ଅଟକ
ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତନେଇପାଳ ଗ୍ରାମରୁ ସୋମବାର ୨ ଶିକାରୀଙ୍କୁ ବନ ବିଭାଗ କାବୁ କରିବା ସହିତ ସେମାନଙ୍କଠାରୁ କଟା ହରିଣ ମାଂସ ଜବତ କରିଛି। ଶିକାରୀ ଦ୍ୱୟ ହେଲେ ଉକ୍ତ ଗ୍ରାମର ଦୁର୍ଗା ବିନ୍ଧାଣୀଙ୍କ ପୁଅ ଗୋପବନ୍ଧୁ(୨୮),…
ଟ୍ରକ ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ୨ ଆହତ
ଆର୍.ଉଦୟଗିରି,୨୬।୮(ଡି.ଏନ୍.ଏ.) : ଗଜପତି ଜିଲା ଆର୍.ଉଦୟଗିରି ଥାନା ଅଞ୍ଚଳରେ ଟ୍ରକ୍ ଧକ୍କାରେ ଜଣେ ବାଇକଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ଜାମସାହି ଗ୍ରାମର ବନ୍ଧୁ ମାଝି…
ଜେଏମ୍ଏଫ୍ସି କୋର୍ଟ ଉଦ୍ଘାଟିତ
ଧର୍ମଗଡ଼,୨୬।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍ଏଫ୍ସି କୋର୍ଟ ଉଦ୍ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନ ଜଜ୍ ଶିଶିର କୁମାର ରଥ ଯୋଗଦେଇ…
ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ
ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଭାଜପା ପକ୍ଷରୁ ୨ ଘଣ୍ଟିଆ ରାସ୍ତାରୋକୋ…
ତାଳସାରି ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ଜିଲାପାଳ, ଏସ୍ପିଙ୍କୁ ଘେରିଲେ ଭୋଗରାଇବାସୀ
ଭୋଗରାଇ, ୨୬।୮( ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇର ତାଳସାରି ମେରାଇନ ଥାନା ଅଧୀନ ବହୁ ଚର୍ଚ୍ଚିତ ନାବାଳିକା ଛାତ୍ରୀ ଅଶ୍ଳୀଳ ଭିଡିଓ ଭାଇରାଲ ଓ ବ୍ଲାକ୍ମେଲିଂ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୋଗରାଇ ବୁଦ୍ଧିଜୀବୀ ସଂଗଠନ ପକ୍ଷରୁ ସୋମବାର ଜିଲାପାଳ…
ଋଷିକୂଲ୍ୟାରେ ଭାସିଯାଇ ନିଖୋଜ ଥିବା ସିଲିଙ୍କ ମୃତଦେହ ଉଦ୍ଧାର
ଶେରଗଡ଼/ହିଞ୍ଜିଳିକାଟୁ,୨୬ା୮ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ ଯାଇ ୫ ଯୁବତୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା।…
ପଲିଥିନ୍ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ
ଲୋଇସିଂହା,୨୬।୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ କରିଛନ୍ତି। ପଲିଥିନ୍ ବଣ୍ଟନ ପାଇଁ ତହସିଲ ପକ୍ଷରୁ ସୋମବାରକୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର…
ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଞ୍ଚଳିକ ପରିବହନ ଅଫିସ ନିକଟରେ ଥିବା ମୋବାଇଲ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍ ଚୋରି ହୋଇଛି। ଏ ନେଇ ସୋମବାର ଟାଉନ ଥାନାରେ ଦୋକାନ ମାଲିକ ଭାଗବତ ପ୍ରଧାନ(୩୫) ଅଭିଯୋଗ…
କାଡ଼ାନାଳ ଅବରୋଧ ପ୍ରତିବାଦ: କଟକ-ପାରାଦୀପ ରାସ୍ତାରୋକୋ
କଟକ ସଦର,୨୬।୮(ଡି.ଏନ୍.ଏ.): କିଶନନଗର ତହସିଲ ଅନ୍ତର୍ଗତ ବାରାହପାଟ କାଡ଼ାନାଳକୁ ଅବରୋଧମୁକ୍ତ କରିବା ଦାବିରେ ସୋମବାରଠାରୁ ଚାଷୀମାନେ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଏହି ନାଳକୁ ସଫା କରିବା ସହ ଅବରୋଧ ହଟାଇବା ପାଇଁ ଗତ ୩ ବର୍ଷ ହେବ ସ୍ଥାନୀୟ ତହସିଲଦାରଙ୍କୁ…
ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ଢେଙ୍କାନାଳ ଅଫିସ,୨୬।୮: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ନଦୀଆଳି ଗ୍ରାମର…
ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା : କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ
କାକଟପୁର,୨୬।୮(ଡି.ଏନ୍.ଏ.): ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପିଟିପିଟି ମାରିଦେବା ପରେ କଟୁରିରେ ମୁଣ୍ଡଗଣ୍ଡି ଅଲଗା କରି କଟାମୁଣ୍ଡ ଧରି ଅସ୍ତରଙ୍ଗ ଥାନାରେ…

