ଚିକିତ୍ସା ଅବହେଳା ଅଭିଯୋଗ: ଅକ୍ସିଜେନ ଦିଆ ନ ଯିବାରୁ ଝିଅର ମୃତ୍ୟୁ

କେନ୍ଦୁଝର,୧୭।୯(ସ୍ବ.ପ୍ର.): ସାପ କାମୁଡ଼ାରେ ଅସୁସ୍ଥହୋଇ କେନ୍ଦୁଝର ଜିଲା ମୁଖ୍ୟ ଡକ୍ତରଖାନାରେ ଚିକିତ୍ସଧୀନ ଜଣେ ଯୁବତୀଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଯାତ୍ରୀ ପାତ୍ର(୧୭)। ତାଙ୍କ ଘର ମୟୂରଭଞ୍ଜ ଜିଲା ବଡ଼କରଞ୍ଜିଆ ଗ୍ରାମରେ। ଯାତ୍ରୀଙ୍କୁ ଠିକ୍‌ ସମୟରେ ଅକ୍ସିଜେନ ଦିଆ ନ ଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସୋମବାର ଯାତ୍ରୀଙ୍କ ବାପା ବିଲକୁ ବଳଦ ଚରାଇବାକୁ ଯାଇଥିଲେ। ବାପାଙ୍କ ପାଖକୁ ଯାତ୍ରୀ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ଓ ସନ୍ଧ୍ୟାରେ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ଝିଅର ଅବସ୍ଥା ଭଲ ଥିଲା। ତେବେ ଠିକ୍‌ ସମୟରେ ଅକ୍ସିଜେନ ଦିଆ ନ ଯିବାରୁ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ମାଫିଆଙ୍କ ଉପରେ ରହିବ କଡ଼ା ନଜର: ଦାୟିତ୍ୱ ଗ୍ରହଣ କରି ଚେତାବନୀ ଦେଲେ ନୂତନ ବନପାଳ

ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଦୁଇଜଣ ବନପାଳଙ୍କ ବଦଳି ହୋଇଥିବା ବେଳେ ନୂତନ ଭାବେ ଦୁଇଜଣ ବନପାଳ ଯୋଗଦେଇଛନ୍ତି। ଏହି ଅବସରରେ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ମେରୁଦଣ୍ଡ ଭାଙ୍ଗିଲା ‘ଅର୍ଣ୍ଣବ’: ଜକର ପଞ୍ଚାୟତରେ ଉଜୁଡ଼ିଗଲା ଚାଷଜମି, ବାସହରା ପରିବାର, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଶେଷ ହେଲା ଅପେକ୍ଷା: ଜାନୁଆରୀ ୨୫ରୁ ଜନଗଣନା; ଉତ୍ତର ପ୍ରଦେଶ-ପଞ୍ଜାବ ସହ ଏସବୁ ରାଜ୍ୟରେ ହେବନି…

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ଦେଶରେ ବହୁ ପ୍ରତୀକ୍ଷିତ ଜନଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?