ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି ଗାଡି ଧୁଆ ଯନ୍ତ୍ରକୁ ଜବତ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସୋମବାର ରାତି ପ୍ରାୟ ୮ଟାରେ ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ ଟ୍ରାଫିକ ଜାମ୍‌ ହୋଇଥିଲା। ଘଟଣାସ୍ଥଳକୁ ପୋଲିସ ଯିବାପରେ ସେଠାରେ ଜଣେ ବ୍ୟବସାୟୀ ଗାଡ଼ି ଧୋଇବା ପାଇଁ ରାସ୍ତାକୁ ଅତିକ୍ରମ କରିଥିଲେ। ଫଳରେ ଟ୍ରାଫିକ ଜାମ୍‌ ସମସ୍ୟା ଉପୁଜିଥିଲା। ବିଶ୍ୱକର୍ମା ପୂଜା ଉପଲକ୍ଷେ ଭାରିଯାନ ଗାଡି ଧୁଆ ଯନ୍ତ୍ର ଲଗାଇ ସେଠାରେ ଗାଡି ଧୁଆ ବ୍ୟବସାୟ ଚାଲିଥିଲା। ଏପରିକି ଗାଡି ଧୁଆ ପାଣିରେ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଲୋକ ମଧ୍ୟ ଅଭିଯୋଗ କରିଥିଲେ। ପରେ ସମସ୍ୟା ଉପୁଜିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ସାବଧାନ! ପେଟ୍ରୋଲ-ଡିଜେଲ କିଣିବା ଉପରେ ଲାଗିଲା କଟକଣା: ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍‌!

ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri