ଆମ ଜିଲା ଖବର

ମହାନଦୀ ପୋଲକୁ ବିପଦ ଭାରିଯାନ: ଅଟକି ରହୁଛି ଶତାଧିକ ଟ୍ରକ

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ଚଣ୍ଡିଖୋଲ ୫ନଂ (କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏକ ବୃହତ ପୋଲ। ୯୭୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ଉପରେ ଏବେ ଶତାଧିକ ଭାରିଯାନ ଧାଡ଼ିରେ ଅଟକି ରହୁଛି। ଅର୍ଥାତ୍‌ ପୋଲର ଗୋଟିଏ…

ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ ଆସେସମେଣ୍ଟ)କୁ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି। ସୂଚନା ଅନୁଯାୟୀ,…

ବିପଦସଙ୍କୁଳ ପିଣ୍ଡାରେ ଚାଲିଛି ପାଠପଢ଼ା

ଚମ୍ପୁଆ,୨୩। ୮(ଡି.ଏନ.ଏ.)-ସରକାର ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷିତ ହାର ବୃଦ୍ଧି କରିବା ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ଶିକ୍ଷିତ ହାର ବୃଦ୍ଧି ପାଇଁ…

ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନିଜେ ଚା’ ପ୍ରସ୍ତୁତ କରି ପିଆଇଲେ

ଭୋଗରାଇ, ୨୩।୮(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ଦୀଘା ସୈକତ ସହରକୁ ୪ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସି ଗୁରୁବାର ପୂର୍ବାହ୍ନରେ ଫେରିଛନ୍ତି। ସେ ଦୀଘାରେ ୪ଦିନ ରହଣି କାଳରେ ୭୪ ଶିଳାନ୍ୟାସ ଓ ୪୭ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ସେଥିମଧ୍ୟରୁ…

ବିଦ୍ୟାଳୟରେ ରନ୍ଧା ଖାଦ୍ୟ ଦିଆଗଲାନି: ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିମୁଳିଆ, ୨୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କୁଣ୍ଡି ହରିହର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ରନ୍ଧାଖାଦ୍ୟ ଦିଆ ନ ଯିବାରୁ ଗୁରୁବାର ଛାତ୍ରୀଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଘଟଣାସ୍ଥଳରେ ଏବିଇଓ ବିଦ୍ୟାଧର ମହାଳିକ,…

ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ବାରିପଦା ଅଫିସ,୨୩।୮- ମୟୂରଭଞ୍ଜ ଜିଲାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ ତଥା କ୍ରୀଡ଼ା ଆଦିର ସଂରକ୍ଷଣ ଏବଂ ବିକାଶ ସକାଶେ ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଜିଲା ପ୍ରଶାସନ, ମାରୱାଡି ଯୁବା ମଞ୍ଚ ଓ ଫାଉଣ୍ଡେଶନ ଫର୍‌…

ଗୋସମ୍ପଦକୁ ନେଇ ଚିନ୍ତାରେ ଚାଷୀ

ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର, ଆଡିଆ, ପୁରୁଷଣ୍ଢ, କାଦବରାଙ୍ଗ, ଅଣିଜୋ ସମେତ ବହୁ ପଞ୍ଚାୟତରେ ଗୋରୁଙ୍କଠାରେ ଏହି ରୋଗ ଦେଖାଯାଇଛି।…

ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା :ଆକ୍‌ଶନ ପ୍ଲାନ ସରିଛି

ଆନନ୍ଦପୁର, ୨୩। ୮(ସ୍ବ.ପ୍ର.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁରର ଭିତ୍ତିଭୂମି ବିକାଶ ପାଇଁ ୧୭ କୋଟି ୬୪ ଲକ୍ଷର ଆକ୍‌ଶନ ପ୍ଲାନ୍‌ ଆପ୍ରୁଭ ସରିଛି, ବାକି ରହିଛି ଟେଣ୍ଡର ପ୍ରକ୍ରିୟା। ଏହି ଅନୁଦାନରେ ବିଦ୍ୟାଳୟର ପାଚେରି, ମୁଖ୍ୟ ଗେଟ୍‌, ଆପ୍ରୋଚ ରୋଡ,…

ଗାଈକୁ ବାଘ ଖାଇଗଲା

କପ୍ତିପଦା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କଟୁରିଆ ହୁଡିସାହି ଗ୍ରାମର ଦୁଲି ମୁର୍ମୁ ନାମକ ଜଣେ ମହିଳାଙ୍କ ଏକ ଗାଈକୁ ନଟୋ ସଂରକ୍ଷିତ ଜଙ୍ଗଲରେ ବାଘ ଖାଇ ଯାଇଥିବା ଅଭିଯୋଗ ହୋଇଛି ା ସ୍ବେଚ୍ଛାସେବୀ ଜୟ ମୁର୍ମୁଙ୍କ ସହାୟତାରେ ସମ୍ପୃକ୍ତ…

ଭାଲୁ ଆକ୍ରମଣରେ ୫ ଆହତ

ଠାକୁରମୁଣ୍ଡା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର କୋଇଲିପାଳ ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ସକାଳେ ଏକ ଭାଲୁ ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗୁରା ପୂର୍ତ୍ତି, ମଙ୍ଗୁଲୁ ଶୁଣ୍ଢି, ଜଗବନ୍ଧୁ ପୂର୍ତ୍ତି, ସାନଗି…

ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍‌ ନିର୍ମାଣ ଦାବି

କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରି ହେଲେ ଅମୂଲ୍ୟ ପ୍ରାଣୀ ସମ୍ପଦ ବିଲୁପ୍ତ ହୋଇଯିବ କହିଲେ…

କୃଷି ଋଣ ନ ମିଳିବା ପ୍ରତିବାଦରେ ଧାରଣା

ଗୋପ, ୨୨।୮(ଡି.ଏନ୍‌.ଏ.)-ଗୋପ ବ୍ଲକ୍‌ ଅଧୀନ ବଡ଼ତରା ସେବା ସମବାୟ ସମିତିରୁ ଚାଷୀମାନଙ୍କୁ କୃଷି ଋଣ ମିଳୁ ନ ଥିବା ନେଇ ଚାଷୀମାନେ ଗୁରୁବାର ୫ରୁ ଊର୍ଦ୍ଧ୍ୱ ମିଳିତ ଦେୟ ଗୋଷ୍ଠୀର ସଦସ୍ୟାମାନେ ଧାରଣା ଦେଇଥିଲେ। ସେବା ସମବାୟ ସମିତି ସମ୍ପାଦକ ବ୍ରଜବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?