୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ ସବୁ ଉଚ୍ଛେଦ କରାଯିବ। କୌଣସି ବାସଗୃହ ରହିବ ନାହିଁ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗି ରହିଥିବା ସରକାରୀ ଏବଂ ବେସରକାରୀ ନିର୍ମାଣକୁ ଉଚ୍ଛେଦ କରାଯାଇଥିବା ବେଳେ ଅସୁରକ୍ଷିତ ଦର୍ଶାଇ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠ ଭଙ୍ଗାଯାଇଛି। ସୋମବାରଠାରୁ ୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ଡିଜିପିଏସ୍‌ ସର୍ଭେରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମାର୍କିଂ କରାଯାଇଛି। ଏଥିସହ ପୂର୍ବ ଏବଂ ଉତ୍ତର ପାର୍ଶ୍ୱରେ କେଉଁ ପର୍ଯ୍ୟନ୍ତ ୭୫ ମିଟର ରହିଛି ତାହା ମାପ କରାଯାଇ ଚିହ୍ନ ଦିଆଯାଇଛି। ତେବେ ନିର୍ଭୁଲ ମାର୍କିଂ ଲାଗି ଡିଜିପିଏସ୍‌ ସର୍ଭେ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଗଣମାଧ୍ୟମକୁ ସର୍ଭେ ଏବଂ କ୍ଷତିଗ୍ରସ୍ତଙ୍କ ଥଇଥାନ ସଂକ୍ରାନ୍ତରେ ସୂଚନା ଦେଇ ଜିଲାପାଳ କହିଥିଲେ, ୭୫ ମିଟର ଐତିହ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ହେବ। ଏଥିଲାଗି ସୋମବାରଠାରୁ ବିଧିବଦ୍ଧ ଭାବେ ସର୍ଭେ ଆରମ୍ଭ ହୋଇ ଡିମାର୍କେଶନ କରାଯାଉଛି। ଏଥିସହ ଜମି ଅଧିଗ୍ରହଣ ଆଇନ-୨୦୧୩ର ପ୍ରପୋଜାଲ ମଧ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ସର୍ଭେ ପରେ ଉଚ୍ଛେଦ କାର୍ଯ୍ୟ ଚାଲିବ। ତେବେ ସାଧାରଣତଃ ରାଜସ୍ବ ବା ଜମିଜମା ସଂକ୍ରାନ୍ତୀୟ କାମ ମାନୁଆଲ ଭାବେ କରାଯାଇଥାଏ। ଫାଙ୍କା ଜମିରେ ମାନୁଆଲରେ ମାପଚୁପ କିମ୍ବା ଚିହ୍ନ ଦେବାରେ ସେମିତି ସମସ୍ୟା ହୁଏ ନାହିଁ। କିନ୍ତୁ ଯେଉଁଠି ବହୁତ ନିର୍ମାଣ ଥାଏ ସେଠାରେ ମାନୁଆଲରେ ମାପଚୁପ କଲାବେଳେ ଭୁଲ୍‌ଭଟକା ହେବାର ସମ୍ଭାବନା ଅଧିକ ରୁହେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧି ମଧ୍ୟରେ ବହୁ ମଠ, ମନ୍ଦିର, ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ରହିଛି। ବିଶେଷକରି ପଶ୍ଚିମ ପାର୍ଶ୍ୱରେ ଅଧିକାଂଶ ବାସଗୃହ ରହିଥିବା ବେଳେ ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ ବି ପୁରୁଣା କୋଠା ରହିଛି। ତେଣୁ ମାପଚୁପ ଏବଂ ଚିହ୍ନଟକୁ ନିର୍ଭୁଲ କରିବା ଲାଗି ଡିଜିପିଏସ୍‌ ସର୍ଭେ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କରାଯାଉଛି। ଏହାଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ତ୍ରୁଟିଶୂନ୍ୟ ହୋଇପାରିବ। ଡିଜିପିଏସ୍‌ର ମାପ ଏବଂ ଚିହ୍ନଟକୁ ମାନୁଆଲ ସହିତ ମଧ୍ୟ କ୍ରସ୍‌ ଚେକ୍‌ କରାଯିବ। ସେହିପରି ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଥିବା ଘରୋଇ ଲୋକ ହୁଅନ୍ତୁ କି ମଠ ମହନ୍ତ ଅବା ବ୍ୟବସାୟୀ ସେମାନଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସିଧାସଳଖ ପ୍ରଶାସନ ସହିତ ଆଲୋଚନା କରିପାରିବେ। ଏଥିଲାଗି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାରଠାରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏହାର ମୁଖ୍ୟ ରହିଛନ୍ତି। କଣ୍ଟ୍ରୋଲ ରୁମ୍‌କୁ ଆସି ତାଙ୍କ ଅଭିଯୋଗ ଉପସ୍ଥାପନ କରିବା ସହ କ୍ଷତିପୂରଣ କିମ୍ବା ପୁନର୍ବାସ ଥଇଥାନ ସଂକ୍ରାନ୍ତରେ ଯାହା ବି କିଛି ସନ୍ଦେହ ଥିବ ତାହା ବୁଝିପାରିବେ। ଅତିରିକ୍ତ ଜିଲାପାଳଙ୍କ ସହିତ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିବେ। କିନ୍ତୁ ଏଥିରେ ଅନ୍ୟ କାହାରିକୁ ମାଧ୍ୟମ ନ କରିବାକୁ ଜିଲାପାଳ କ୍ଷତିଗ୍ରସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ୫ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀଙ୍କ ବିଭିନ୍ନ ପ୍ରକାର ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?