୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ ସବୁ ଉଚ୍ଛେଦ କରାଯିବ। କୌଣସି ବାସଗୃହ ରହିବ ନାହିଁ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗି ରହିଥିବା ସରକାରୀ ଏବଂ ବେସରକାରୀ ନିର୍ମାଣକୁ ଉଚ୍ଛେଦ କରାଯାଇଥିବା ବେଳେ ଅସୁରକ୍ଷିତ ଦର୍ଶାଇ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠ ଭଙ୍ଗାଯାଇଛି। ସୋମବାରଠାରୁ ୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ଡିଜିପିଏସ୍‌ ସର୍ଭେରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମାର୍କିଂ କରାଯାଇଛି। ଏଥିସହ ପୂର୍ବ ଏବଂ ଉତ୍ତର ପାର୍ଶ୍ୱରେ କେଉଁ ପର୍ଯ୍ୟନ୍ତ ୭୫ ମିଟର ରହିଛି ତାହା ମାପ କରାଯାଇ ଚିହ୍ନ ଦିଆଯାଇଛି। ତେବେ ନିର୍ଭୁଲ ମାର୍କିଂ ଲାଗି ଡିଜିପିଏସ୍‌ ସର୍ଭେ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଗଣମାଧ୍ୟମକୁ ସର୍ଭେ ଏବଂ କ୍ଷତିଗ୍ରସ୍ତଙ୍କ ଥଇଥାନ ସଂକ୍ରାନ୍ତରେ ସୂଚନା ଦେଇ ଜିଲାପାଳ କହିଥିଲେ, ୭୫ ମିଟର ଐତିହ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ହେବ। ଏଥିଲାଗି ସୋମବାରଠାରୁ ବିଧିବଦ୍ଧ ଭାବେ ସର୍ଭେ ଆରମ୍ଭ ହୋଇ ଡିମାର୍କେଶନ କରାଯାଉଛି। ଏଥିସହ ଜମି ଅଧିଗ୍ରହଣ ଆଇନ-୨୦୧୩ର ପ୍ରପୋଜାଲ ମଧ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ସର୍ଭେ ପରେ ଉଚ୍ଛେଦ କାର୍ଯ୍ୟ ଚାଲିବ। ତେବେ ସାଧାରଣତଃ ରାଜସ୍ବ ବା ଜମିଜମା ସଂକ୍ରାନ୍ତୀୟ କାମ ମାନୁଆଲ ଭାବେ କରାଯାଇଥାଏ। ଫାଙ୍କା ଜମିରେ ମାନୁଆଲରେ ମାପଚୁପ କିମ୍ବା ଚିହ୍ନ ଦେବାରେ ସେମିତି ସମସ୍ୟା ହୁଏ ନାହିଁ। କିନ୍ତୁ ଯେଉଁଠି ବହୁତ ନିର୍ମାଣ ଥାଏ ସେଠାରେ ମାନୁଆଲରେ ମାପଚୁପ କଲାବେଳେ ଭୁଲ୍‌ଭଟକା ହେବାର ସମ୍ଭାବନା ଅଧିକ ରୁହେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧି ମଧ୍ୟରେ ବହୁ ମଠ, ମନ୍ଦିର, ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ରହିଛି। ବିଶେଷକରି ପଶ୍ଚିମ ପାର୍ଶ୍ୱରେ ଅଧିକାଂଶ ବାସଗୃହ ରହିଥିବା ବେଳେ ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ ବି ପୁରୁଣା କୋଠା ରହିଛି। ତେଣୁ ମାପଚୁପ ଏବଂ ଚିହ୍ନଟକୁ ନିର୍ଭୁଲ କରିବା ଲାଗି ଡିଜିପିଏସ୍‌ ସର୍ଭେ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କରାଯାଉଛି। ଏହାଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ତ୍ରୁଟିଶୂନ୍ୟ ହୋଇପାରିବ। ଡିଜିପିଏସ୍‌ର ମାପ ଏବଂ ଚିହ୍ନଟକୁ ମାନୁଆଲ ସହିତ ମଧ୍ୟ କ୍ରସ୍‌ ଚେକ୍‌ କରାଯିବ। ସେହିପରି ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଥିବା ଘରୋଇ ଲୋକ ହୁଅନ୍ତୁ କି ମଠ ମହନ୍ତ ଅବା ବ୍ୟବସାୟୀ ସେମାନଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସିଧାସଳଖ ପ୍ରଶାସନ ସହିତ ଆଲୋଚନା କରିପାରିବେ। ଏଥିଲାଗି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାରଠାରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏହାର ମୁଖ୍ୟ ରହିଛନ୍ତି। କଣ୍ଟ୍ରୋଲ ରୁମ୍‌କୁ ଆସି ତାଙ୍କ ଅଭିଯୋଗ ଉପସ୍ଥାପନ କରିବା ସହ କ୍ଷତିପୂରଣ କିମ୍ବା ପୁନର୍ବାସ ଥଇଥାନ ସଂକ୍ରାନ୍ତରେ ଯାହା ବି କିଛି ସନ୍ଦେହ ଥିବ ତାହା ବୁଝିପାରିବେ। ଅତିରିକ୍ତ ଜିଲାପାଳଙ୍କ ସହିତ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିବେ। କିନ୍ତୁ ଏଥିରେ ଅନ୍ୟ କାହାରିକୁ ମାଧ୍ୟମ ନ କରିବାକୁ ଜିଲାପାଳ କ୍ଷତିଗ୍ରସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ୫ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀଙ୍କ ବିଭିନ୍ନ ପ୍ରକାର ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri