ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍‌ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ

ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ସନ୍ଦେହରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମଙ୍ଗଳବାର ମୃତ ଦମ୍ପତିଙ୍କ ପୁଅ ରମେଶ ବରିହା ଜିଲା ପୋଲିସ କାର୍ଯ୍ୟାଳୟକୁ ଆସି ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ଙ୍କୁ ଭେଟି ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି । ଏପରିକି ମୃତ ମାତାପିତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇବାକୁ ସେ ନିବେଦନ କରିଛନ୍ତି । ଅପପ୍ରଚାର ଓ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ହତ୍ୟାକାରୀମାନେ ତାଙ୍କ ମାତାପିତାଙ୍କୁ ବୀଭତ୍ସଭାବେ ହତ୍ୟା କରି ତାଙ୍କ ପରିବାରକୁ ଛିନ୍‌ଭିନ୍‌ କରିଦେଇଛନ୍ତି ବୋଲି ସେ କହିଛନ୍ତି। ସୁରକ୍ଷା ଲୋଡିବା ପରେ ଏସପି ସମ୍ପତ୍‌ ରମେଶଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଇଛନ୍ତି । ପୋଲିସ ସୁରକ୍ଷା ଭିତରେ ଯାଇ ରମେଶ ମୃତ ମାତାପିତାଙ୍କ ଅନ୍ତିମ ସଂସ୍କାର କରିବେ ବୋଲି ସୂଚନା ମିଳିଛି।

ସୋମବାର ସକାଳୁ ଚିଟିକାମାଲ ଗାଁ ନିକଟ ପାହାଡରୁ ଚିନ୍ତାମଣି ବରିହା (୫୫) ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ବରିହା (୫୦)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ା ଗୁଣିଗାରେଡି ସନ୍ଦେହରେ କେତେକ ଲୋକ ମିଳିତ ଭାବେ ସେମାନଙ୍କୁ ହତ୍ୟା କରି ପାହାଡରେ ଫିଙ୍ଗି ଦେଇଥିତ୍ବା ଅନୁମାନ କରାଯାଉଛି ା ହତ୍ୟାକାଣ୍ଡକୁ ନେଇ ୪ ଜଣ ସନ୍ଦିଗ୍ଧଙ୍କୁ ଲରମ୍ଭା ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଏବେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସମ୍ପତ୍‌ ସୂଚନା ଦେଇଛନ୍ତି ା ଗତ ଅଗଷ୍ଟ ମାସରେ ଚିଟିକାମାଲ ଗାଁରେ ଏକ ଶିଶୁମୃତ୍ୟୁ ହୋଇଥିଲା । ମୃତ ଶିଶୁ ପୋତା ଯାଇଥିତ୍ବା ସ୍ଥାନରେ କେହି ଗତ ଶୁକ୍ରବାର ସିନ୍ଦୂର, ଫୁଲ ପକାଇ ପୂଜାର୍ଚ୍ଚନା କରିଥିଲେ । ଏହାକୁ ନେଇ ଗାଁରେ ଗୁଣିଗାରେଡି ସନ୍ଦେହ କରାଯାଇଥିଲା । ଚିନ୍ତାମଣି ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ କେତେଜଣ ଗ୍ରାମବାସୀ ଡାହାଣୀ ଓ ଗୁଣିଗାରେଡି କରୁଥିତ୍ବା ସନ୍ଦେହ କରିଥିଲେ । ଏହାପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ସେଠାକୁ ଚିନ୍ତାମଣି ଓ ରୁକ୍ମିଣୀଙ୍କୁ ଆସିବା ପାଇଁ ଗ୍ରାମବାସୀ ଡାକିଥିଲେ । ତେବେ ସେଠାକୁ ପ୍ରଥମେ ଚିନ୍ତାମଣି ନ ଯାଇ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏହାକୁ ନେଇ ଗାଁର କେତେଜଣ ଲୋକଙ୍କୁ ଥାନାକୁ ଡାକି ଚିନ୍ତାମଣି ଓ ରୁକ୍ମିଣୀଙ୍କ ଉପସ୍ଥିତିରେ ମିଳାମିଶା କରିଥିଲେ । ରବିବାର ସକାଳ ପ୍ରାୟ ୮ଟାରେ ଚିନ୍ତାମଣି ତାଙ୍କ ପୁଅ ରମେଶଙ୍କୁ ଫୋନ୍‌ କରି ଗାଁରେ ଏକ ବୈଠକ ବସୁଥିବା ସୂଚନା ଦେଇ ତାଙ୍କୁ ସେଠାକୁ ଡାକିଥିବା ସମ୍ପର୍କରେ କହିଥିଲେ । ଏହାର କିଛି ସମୟ ପରେ ରମେଶ ତାଙ୍କ ପିତାଙ୍କୁ ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଜ୍‌ ଅଫ୍‌ ଥିତ୍ବା ଜାଣିବାକୁ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri