ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ

ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି। ଅକ୍ଷୟ ପରିବେଶ ଓ ପକ୍ଷୀ ସୁରକ୍ଷା, ପ୍ଲାଷ୍ଟିକ, ପଲିଥିନ ଓ ନିଶା ମୁକ୍ତ ଭାରତ ଏବଂ ଶ୍ରୀକ୍ଷେତ୍ରର ସ୍ବଚ୍ଛତା ଉପରେ ଗୁରୁତ୍ୱରୋପ କରିଛନ୍ତି।
ସକାଳ ସମୟରେ ପୌର ସଦନ ଛକ ସ୍ଥିତ ଜୟସିଂ ଚାହା ଦୋକାନରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ କେକ କାଟି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କିସମର ଚାରା ରୋପଣ କରି ପରିବେଶ ସୁରକ୍ଷାର ବାର୍ତା ଦେଇଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଷୟ ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମାଟିପାତ୍ର ରେ ଚାହା ଏବଂ ରସଗୋଲା ବଣ୍ଟନ କରିଥିଲେ। ସେ କହିଲେ ଯେ, ଶ୍ରୀକ୍ଷେତ୍ରର ସ୍ବଚ୍ଛତା ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ। ବାହାରରେ କୌଣସି ସ୍ଥାନରେ ଅଳିଆ ପକାଇବା ପରିବର୍ତ୍ତେ ପୌର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଡଷ୍ଟବିନର ବ୍ୟବହାର ଏବଂ ନିଜ ଅଞ୍ଚଳରେ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଆହ୍ବାନ ଦେଇଛନ୍ତି। ସପ୍ତାହ ବ୍ୟାପୀ ଚାରାରୋପଣ, ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟଙ୍କ ଝିଅ ଆର୍ଯ୍ୟା ଜୟସିଂ, ଭାଜପା ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ଉପସଭାପତି ଦିଗଦର୍ଶନ ପଟ୍ଟନାୟକ, ରବି ନାରାୟଣ ଦାଶ, ବ୍ରଜବନ୍ଧୁ ମହାରଣା, ଚନ୍ଦ୍ରଶେଖର ମିଶ୍ର, ଜଗନ୍ନାଥ ପ୍ରତିହାରୀ, ସୌମ୍ୟରଞ୍ଜନ ପାତ୍ର, ବଦ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏମ.କେ ଜୁଡୋ ଗ୍ରୁପ ପକ୍ଷରୁ ଗାନ୍ଧୀ ପାର୍କ ଠାରେ ମୋଦିଙ୍କ ଜନ୍ମଦିବସ ପାଳନ କରି ତାଙ୍କ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ପୁରୀରେ ଏକ ଉନ୍ନତମାନର ଷ୍ଟ୍ରାଡିୟମ ନିର୍ମାଣ ଲାଗି ଦାବି କରିଥିଲେ। ଅନୁଷ୍ଠାନର ଆବାହକ ମନୋଜ କୁମାର ସାହୁ, ଅଭିରାମ ବିଶ୍ୱକର୍ମା, ସୁନିଲ କୁମାର ମହାପାତ୍ର, ବିନୟ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?