ଆମ ଜିଲା ଖବର

ତହସିଲ କାର୍ଯ୍ୟାଳୟରେ ଜିଲାପାଳଙ୍କ ଚଢ଼ାଉ

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଶନିବାର ରାତିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ଚଢ଼ାଉ କରିଛନ୍ତି। ତାଙ୍କ ସହ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ରାତିରେ କାର୍ଯ୍ୟାଳୟ ଖୋଲାଥିବା ସୂଚନା…

କଟକ ଯିବାକୁ ଆଠମଲ୍ଲିକବାସୀ ହନ୍ତସନ୍ତ: ୩ ଦିନ ହେଲା ଆସୁନି ‘କୃଷ୍ଣପ୍ରିୟା’

ଆଠମଲ୍ଲିକ,୧।୯(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରଠାରୁ କଟକ ଯିବାକୁ ୩ ଦିନ ହେଲା ଅସୁବିଧା ଭୋଗୁଛନ୍ତି ଲୋକେ। ଦୀର୍ଘଦିନରୁ ଆଠମଲ୍ଲିକ ଉପାନ୍ତ ଅଞ୍ଚଳରୁ ଯାତାୟାତ କରୁଥିବା ‘କୃଷ୍ଣପ୍ରିୟା’ ନାମକ ଏକ ଘରୋଇ ବସ୍‌ ଆଠମଲ୍ଲିକକୁ ଆସୁ ନ ଥିବାରୁ ଅଞ୍ଚଳବାସୀ…

ସ୍ବାୟତ୍ତ ଶାସନ ଦିବସ ପାଳିତ: ‘ମିଳିତ ଉଦ୍ୟମରେ ଢେଙ୍କାନାଳ ହେବ ୧ ନମ୍ବର’

ଢେଙ୍କାନାଳ ଅଫିସ, ୧।୯ – ଢେଙ୍କାନାଳ ହେଉଛି ବୁଦ୍ଧିଜୀବୀଙ୍କ ସହର। ମିଳିତ ପ୍ରଚେଷ୍ଟା, ସମ୍ମିଳିତ ଉଦ୍ୟମରେ ଢେଙ୍କାନାଳ ରାଜ୍ୟରେ ଏକ ନମ୍ବର ପୌରସଂସ୍ଥା ହୋଇପାରିବ ବୋଲି କହିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ପୌର…

ମାଈ ହାତୀର ଗଳିତ ମୃତଦେହ ଠାବ

ପରଜଙ୍ଗ ୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସାଆନ୍ଦା ବିଟ୍‌ ଅଧୀନ ବସନ୍ତପଡ଼ା ଗ୍ରାମ ନିକଟ ବାଙ୍କଧରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରମୁଣ୍ଡରେ ଥିବା ଖାଲରୁ ଶନିବାର ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ…

ମୂର୍ତ୍ତି ମନସ୍କ ଶିଶିର

ସାତମାଇଲ, ୧।୯ – ଶିଶିର କୁମାର ବେହେରା। ବୟସ ୨୫। ଘର ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡ଼ା ଗ୍ରାମରେ। ମା’ ଆଉ ଜଣେ ଭାଇଙ୍କୁ ନେଇ ତାଙ୍କ ପରିବାର। ବାପା ଛୁଆବେଳୁ ଆରପାରିରେ। ପିଲାଦିନରୁ ଜୀବନ ସଂଘର୍ଷକୁ ଭଲଭାବେ…

ଆସନ୍ନ ପ୍ରସବାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୧ା୯- ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର କକ୍ଷରେ ମୃତ୍ୟୁ ଘଟିଛି । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରାଯାଇଛି। ଘଟଣା ଘଟିବା ପରେ ମୃତକଙ୍କ ପରିବାର ଲୋକ…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ନାବାଳିକାଙ୍କ ମା’ଙ୍କ ଅଭିଯୋଗ ହେଲା, ଝିଅ ଗଁା ପାଖ ବିଦ୍ୟାଳୟରେ ନବମ…

ଡଙ୍ଗା ଯାତ୍ରୀଙ୍କୁ ମିଳିଲା ଲାଇଫ୍‌ ଜାକେଟ

ପାତ୍ରପୁର,୧ା୯(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ବାଘଲଟି ଜଳ ଭଣ୍ଡାର ଦେଇ ଡଙ୍ଗାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ଶନିବାର ଲାଇଫ୍‌ ଜାକେଟ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଘଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ଦାସ ବର୍ମା ଲୋକଙ୍କୁ ଜାକେଟ ପ୍ରଦାନ କରିଛନ୍ତି। ବାଘଲଟି…

ପଞ୍ଚାୟତ ସମ୍ମୁଖରୁ ଜବରଦଖଲ ହଟିଲା

ବେଗୁନିଆପଡ଼ା,୧ା୯(ଡି.ଏନ.ଏ.)-ଦୀର୍ଘଦିନ ପରେ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଶନିବାର ଜବରଦଖଲ ହଟିଛି। ପୋଲିସ ଓ ପ୍ରଶାସନ ସହାୟତାରେ ଏହା ହଟାଯାଇଛି। ସୁମଣ୍ଡଳଠାରୁ ଶାଳିଆ ଡ୍ୟାମ ପର୍ଯ୍ୟନ୍ତ ୧୦ କୋଟି ୯୨ ଲକ୍ଷ ଟଙ୍କା ଅନୁଦାନରେ ୨୦୧୬ରୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା…

ଭିଡିଓ କନଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧ା୯(ଡି.ଏନ.ଏ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲାର ୪ ସହରାଞ୍ଚଳରେ ମଳ ଉପଚାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହି ସହରାଞ୍ଚଳଗୁଡିକ ମଧ୍ୟରେ ହିଞ୍ଜିଳି ମ୍ୟୁନିସିପାଲିଟି, ଆସିକା, ପୋଲସରା ଓ ସୋରଡା ଏନ୍‌ଏସି ରହିଛି ା ଶନିବାର…

ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ମିଳୁନି ମୌଳିକ ସୁବିଧା

ବ୍ରହ୍ମପୁର ଅଫିସ,୧ା୯-ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ବିସ୍ଥାପିତ ପରିବାରକୁ ମିଳୁନି ମୌଳିକ ସୁବିଧା । ସମାଧାନ ଲାଗି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା (ଆରପିଡିଏସି) କମିଟି ବୈଠକ। ଏଥିରେ…

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ, ଜଣଙ୍କର ବିଷ କ୍ରିୟା ଓ ଅନ୍ୟ ଜଣେ ୭ ବର୍ଷର ଶିଶୁ ଚେୟାରରୁ ପଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?