ଖୋଲା ବୋରୱେଲ ଶିଶୁଙ୍କ ପାଇଁ ବିପଦ : ଗାଇଡ୍‌ଲାଇନ ମାନୁ ନାହାନ୍ତି ଖନନକାରୀ ସଂସ୍ଥା

ଯାଜପୁର ଅଫିସ,୨୩ା୯: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିପଦ ହୋଇଛି। ଖନନକାରୀ ସଂସ୍ଥା କିମ୍ବା ସମ୍ପୃକ୍ତ ମାଲିକ ଗାଇଡଲାଇନ ମାନୁ ନ ଥିବାରୁ ଏହା ବିପଦାପନ୍ନ ହୋଇଛି। ଯାଜପୁର ଜିଲାରେ ଅନେକ ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପାଖରେ ପଞ୍ଜୀକୃତ କରୁ ନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଅତୀତରେ ହୋଇଥିବା ସୁପ୍ରିମକୋର୍ଟଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜିଲାପାଳଙ୍କ ସମେତ ଓଡ଼ିଶା ଉଠାଜଳସେଚନ ନିଗମ ଲିଃ, ଭୂତଳ ଜଳ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ପତ୍ରସଂଖ୍ୟା ୨୦୯୯୬/୨୦ା୯ା୨୦୧୯ରେ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗର ଜଳଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗୀୟ ସଚିବ ୟୁ.ପି. ସିଂ ତାଙ୍କ ପତ୍ରସଂଖ୍ୟା ୨୪୬୦୩/୪ା୯ା୨୦୧୯ରେ ଦର୍ଶାଇଛନ୍ତି ଯେ, ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋରୁ ମିଳିଥିବା ସୂଚନା ମୁତାବକ ପରିତ୍ୟକ୍ତ କିମ୍ବା ଖୋଲା ବୋରୱେଲରେ ପଡି ଅନେକ ଶିଶୁଙ୍କ ଜୀବନ ଯାଉଛି। ଏହି ଦୁର୍ଭାଗ୍ୟଜନକ ଘଟଣାରୁ ଦୂରେଇ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ। ଏଥିପାଇଁ ୧୧ା୨ା୨୦୧୦ ଓ ୬ା୮ା୨୦୧୦ରେ ସୁପ୍ରିମକୋର୍ଟ ପକ୍ଷରୁ ସୁରକ୍ଷା ଗାଇଡଲାଇନ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି। ଏଥିପାଇଁ ଆବଶ୍ୟକ ନିରାକରଣ ବ୍ୟବସ୍ଥା ଗ୍ରହଣ କରି ଜିଲାପାଳ ଗାଇଡଲାଇନ ପାଳନ ଉପରେ ତଦାରଖ ଓ ନୀରିକ୍ଷଣ କରିବାକୁ ନିର୍ଦ୍ଦେଶ ହୋଇଛି। ଗାଇଡଲାଇନ ଅନୁସାରେ ବୋରୱେଲ କିମ୍ବା ଟ୍ୟୁବୱେଲ ଖୋଲିବାର ୧୫ ଦିନ ପୂର୍ବରୁ ସମ୍ପୃକ୍ତ ଜମି ଓ ପରିସର ମାଲିକ ଜିଲାପାଳ କିମ୍ବା ସ୍ଥାନୀୟ ସରପଞ୍ଚ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇବେ। ସମସ୍ତ ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପକ୍ଷରୁ ପଞ୍ଜୀକୃତ ହୋଇଥିବ। ଏହାସହ ଖନନ ସମୟରେ ଖନନକାରୀ ସଂସ୍ଥା ଓ ବୋରୱୋଲ/ଟ୍ୟୁବୱେଲ ଖନନ କରୁଥିବା ମାଲିକର ସମ୍ପୂର୍ଣ୍ଣ ଠିକଣା ସମ୍ପୃକ୍ତ ସ୍ଥାନରେ ସୂଚିତ କରିବେ। ଏହାସହ ଖନନ ସମୟରେ ଚାରିପଟେ ତାରବାଡ଼ କିମ୍ବା ଅନ୍ୟ ଉପାୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବେ। ଖନନ ସ୍ଥାନରେ ୦.୩୦ ମିଟର ଗ୍ରାଉଣ୍ଡ ଲେବୁଲ ଓ ୦.୩୦ ମିଟର ଗ୍ରାଉଣ୍ଡ ଲେବୁଲରୁ କମ୍‌ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ କରାଯିବ। ପମ୍ପ ମରାମତି ସମୟରେ ଟ୍ୟୁବୱେଲ ଖୋଲା ଛଡାଯିବ ନାହିଁ। ଏଭଳି ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗାଇଡଲାଇନକୁ ସ୍ବୀକୃତି ଦିଆଯାଇଛି। କିନ୍ତୁ ବୋରୱେଲ/ଟ୍ୟୁବୱେଲ ଖନନ ସମୟରେ ଯାଜପୁର ଜିଲାରେ ଏହିସବୁ ଗାଇଡଲାଇନକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଛି। ଯଦ୍ଦ୍ବାରା ଶିଶୁଙ୍କ ଜୀବନ ବିପଦରେ ପଡିବାର ସମ୍ଭାବନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri