ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ରହିଛି। ମାଛ ଚାଷ କରି ଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହିତ ରୋଜଗାରକ୍ଷମ ହୋଇପାରିଛନ୍ତି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଉନ୍ନୟନ ଯୋଜନାରେ ‘ମୋ ମାଛ ପୋଖରୀ’ ମାଧ୍ୟମରେ ମଧୁର ଜଳରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ୩୧ ଜଣ ମତ୍ସ୍ୟଚାଷୀଙ୍କୁ ଏହି ଯୋଜନାରେ ୧୪୮.୬୮ ହେକ୍ଟର ଜମି(ଶାରଦ ୨) ଯୋଗାଇ ଦିଆଯାଇଥିବା ବେଳେ ପୋଖରୀ ଖୋଳାଯାଇ ମାଛ ଚାଷ କରାଯାଇଛି। ସର୍ବନିମ୍ନ ୧୮ ଗୁଣ୍ଠ ଜମିରେ ପୋଖରୀ ଖୋଳାଯାଇ ୫୦ ଡିସିମିଲ ଓ ସର୍ବାଧିକ ୭ ଏକର ଜମିରେ ପୋଖରୀ ଖୋଳାଯାଇ ୫ ଏକର ଜମିର ଜଳଭାଣ୍ଡରେ ମାଛଚାଷ ଲାଗି ବ୍ୟବସ୍ଥା ଅଛି। ହେକ୍ଟର ପିଛା ୮.୫୦ ଲକ୍ଷ ଟଙ୍କାର ଯୋଜନା ଥିବାବେଳେ ପ୍ରତି ଚାଷୀଙ୍କ ପାଇଁ ୪.୨୫ ଲକ୍ଷ ଟଙ୍କାର ସବ୍‌ସିଡି ବ୍ୟବସ୍ଥା ମଧ୍ୟ ରହିଛି।
ଉଲ୍ଲେଖନୀୟ ଯେ, ଚଳିତବର୍ଷ ମତ୍ସ୍ୟ ପୋଖରୀ ଖୋଳିବା ପାଇଁ ବ୍ଲକର ୨୦ରୁ ଊର୍ଦ୍ଧ୍ୱ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଏଥିସହ ସେମାନଙ୍କର ଶାରଦ(୨) ଜମିର କାଗଜପତ୍ର ମତ୍ସ୍ୟ ଅଧିକାରୀଙ୍କ ପୋଖରୀ ଯାଞ୍ଚ ନିମନ୍ତେ ଜମା ଦେଇଥିବା ଜଣାପଡ଼ିଛି। ମଧୁର ଜଳରେ ମାଛ ଚାଷ ଏକ ଲାଭଦାୟକ ବ୍ୟାପାର। ଏହାଛଡ଼ା ପୋଖରୀ ହୁଡା, ଆଡିରେ ମଧ୍ୟ ସମନ୍ନିତ କୃଷି ତଥା ପରିବା ଚାଷ କରି ଚାଷୀମାନେ ବାର୍ଷିକ ହେକ୍ଟର ପିଛା ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କମାଇ ପାରୁଛନ୍ତି। ସମନ୍ନିତ କୃଷିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଥିବା ଅଗ୍ରଣୀ ଚାଷୀ ଅରଣ୍ଡୁଆର ଅରୁଣ କୁମାର ମହାନ୍ତି ଓ ବ୍ରାହ୍ମଣଗଁାର ସଞ୍ଜୀବ କୁମାର ମହାପାତ୍ର କହିଛନ୍ତି। ସେହିପରି ଭେଡ଼ା ଅଞ୍ଚଳ କୁହାଯାଉଥିବା କ୍ଷେମପୁର ଗ୍ରାମର ଯୁବ ମତ୍ସ୍ୟଚାଷୀ ବ୍ରଜକିଶୋର ମଲ୍ଲିକ ନିଜର ୩୨ ଗୁଣ୍ଠ ଜମିରେ ମଧୁର ଜଳ ପୋଖରୀ ଖୋଳି ମାଛ ଓ ପରିବା ଚାଷ କରିଛନ୍ତି। ଏହି ଚାଷ ତାଙ୍କ ପରିବାରକୁ ଦାନ ଯୋଗାଇବା ସହ ସ୍ବାବଲମ୍ବୀ କରିଛି ବୋଲି ସେ କହନ୍ତି। ଏହି ଯୋଜନାରେ ବରଣ୍ଡୁଆ ଗ୍ରାମର ଅଗ୍ରଣୀ ଚାଷୀ ନାରାୟଣ ପଣ୍ଡା ନିଜ ପୋଖରୀରୁ ମାଛ ଓ ଯାଅଁାଳ ଉତ୍ପାଦନ କରି ଜିଲାରେ ଜଣେ ଅଗ୍ରଣୀ ଚାଷୀ ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏ ସମ୍ପର୍କରେ ବ୍ଲକ ମତ୍ସ୍ୟ ଅଧିକାରୀ ଗଦାଧର ରାଉତଙ୍କୁ ପଚାରିବାରୁ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ୧୫ରୁ ଊର୍ଦ୍ଧ୍ୱ ଓ ୨୦୧୮-୧୯ ବର୍ଷରେ ୩୧ ଚାଷୀଙ୍କୁ ମୋ ମାଛ ପୋଖରୀ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସବ୍‌ସିଡି ସହିତ ସମ୍ପୂର୍ଣ୍ଣ ଋଣ ଦିଆଯାଇଛି। ଏହା ଏକ ଲାଭଦାୟକ ଚାଷ ବୋଲି ସେ ମତ ରଖିବା ସହିତ ତାଙ୍କ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ପରିବାରର ପିଲାଙ୍କୁ ଚିହ୍ନଟ କରାଯାଇ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri