ଆମ ଜିଲା ଖବର

ମେଡିକାଲରେ ଦମ୍ପତିଙ୍କୁ ଠକେଇ ଅଭିଯୋଗ: ସରକାରୀ ସହାୟତା ମିଳିବ କହି ନେଇଗଲେ ୭ଶହ

ଅନୁଗୋଳ ଅଫିସ, ୨୮।୮-ସରକାରୀ ସହାୟତା ଯୋଗାଇ ଦେବାକୁ କହି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଏକ ଦମ୍ପତିଙ୍କଠାରୁ ଅର୍ଥ ଠକେଇ କରାଯାଇଛି। ପୂର୍ବରୁ ଏଭଳି ୩ଟି ଘଟଣା ଘଟିଥିଲେ ବି ମେଡିକାଲରେ ଯେ ଦଲାଲମାନେ ସକ୍ରିୟ ଅଛନ୍ତି ତାହା ମଙ୍ଗଳବାର…

ପିଓଏସ୍‌ ମେଶିନ୍‌ରେ ହୋଲଡିଂ ଟ୍ୟାକ୍ସ ଆଦାୟ

ଅନୁଗୋଳ ଅଫିସ, ୨୮।୮-ଅନୁଗୋଳ ପୌରପାଳିକା ପକ୍ଷରୁ ମଙ୍ଗଳବାର ପିଓଏସ୍‌ ମେଶିନ୍‌ରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟର ଶୁଭାରମ୍ଭ ହୋଇଛି। ଏଣିକି ଲୋକମାନଙ୍କ ନିକଟରୁ ଏପରି ଭାବେ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି। ୮…

ତିଲକପଙ୍ଗା ସ୍କୁଲରେ ଛତା ଧରି ପିଲା ପଢ଼ିବା ଘଟଣା: ପ୍ରଶାସନ ଚେତିଲା,ଶ୍ରେଣୀଗୃହ ପାଇଁ ହେବ ନୂଆ ଟେଣ୍ଡର

ଫୁଲବାଣୀ ଅଫିସ, ୨୮ା୮- କ. ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ଶ୍ରେଣୀ ଗୃହରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବାରୁ ପିଲାମାନେ ଛତା ଧରି ପାଠ ପଢ଼ୁଥିବା ଦେଖାଯାଇଥିଲା। ଏ…

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ସୃଷ୍ଟି ହୋଇଛି ା ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ ପରେ ଏସ୍‌ସି/ଏସଟି…

୪୦ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି

ଆସିକା,୨୮ା୮(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମର ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ନିଖୋଜ ଥିବା ବେଳେ ମଙ୍ଗଳବାର ଘରକୁ ଫେରିଛନ୍ତି। ସେ ହେଲେ କାଶୀନାଥ ନାୟକ ଓରଫ ବଙ୍ଗାଳି (୬୦)। ବଙ୍ଗାଳିଙ୍କୁ ଯେତବେଳେ ୨୦ ବର୍ଷ ହୋଇଥିଲା ସେତେବେଳେ…

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୨୮ା୮- ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ -୨ ତଥା ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ବଳାତ୍କାରୀଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୭…

ହଳଦିଆପଦରକୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ଅକ୍ଟୋବର ୨ରୁ

ବ୍ରହ୍ମପୁର ଅଫିସ,୨୮ା୮- ବ୍ରହ୍ମପୁର ବସ୍‌ଷ୍ଟାଣ୍ଡର ସ୍ଥାନାନ୍ତର ନେଇ ରହିଥିବା ସମସ୍ୟାର ଏବେ ଅନ୍ତ ଘଟିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ହଳଦିଆପଦର ବସ୍‌ଟର୍ମିନାଲକୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ଭାବେ ଘୋଷଣା କରାଯିବ। ଉକ୍ତ ଷ୍ଟାଣ୍ଡରୁ ସମସ୍ତ ବସ୍‌ ଚଳପ୍ରଚଳ କରିବ। ନୂଆ ଷ୍ଟାଣ୍ଡକୁ…

ଟୁଇଟ୍‌ ପରେ ପାଞ୍ଚାଳୀଙ୍କୁ ମିଳିଲା ରାଶନ ସାମଗ୍ରୀ: ଏକକାଳୀନ ପାଇଲେ ୯ ମାସର ଚାଉଳ

ଭଦ୍ରକ ଅଫିସ, ୨୮ା୮- ଭଦ୍ରକ ଜିଲାରେ ବହୁ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ୍‌ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଇ ଆସୁଛି। ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଗାଁର ପାଞ୍ଚାଳୀ ଜେନା ନାମ୍ନୀ ଜଣେ ହତାଧିକାରୀ ୯ ମାସ ଧରି…

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ ହୋଇଛି ା ବିଭିନ୍ନ ସୋସିଆଲ ମିଡିଆ ସମେତ ଟିଭି ଓ ପ୍ରିଣ୍ଟ ମିଡିଆରେ ମଧ୍ୟ…

ଦିବ୍ୟାଙ୍ଗ ହୋଇ ବି ହାର ମାନି ନାହାନ୍ତି ମୋନିକା

ବନ୍ତ,୨୮।୮(ଡି.ଏନ୍‌.ଏ.)- ଦିବ୍ୟାଙ୍ଗ ହୋଇ ବି ନିଜ ପାଖରେ ହାର୍‌ ମାନିନାହାନ୍ତି ମୋନିକା ା ଉଚ୍ଚ ଶିକ୍ଷାଲାଭ କରିବା ସହ ସେ ନୃତ୍ୟକଳାରେ ପାରଦର୍ଶିତା ହାସଲ କରିଛନ୍ତି ା ଜନ୍ମରୁ ଶ୍ରବଣ ଶକ୍ତି କମ୍‌ ଥିଲେ ମଧ୍ୟ ଦୃଢ ମନୋବଳ ତାଙ୍କୁ ଆଗକୁ…

ଏଠି ବୁଣିପଡ଼େ ପରମ୍ପରା ଓ ସଂସ୍କୃତିର ଭିନ୍ନ ମହକ: ବୁଢ଼ା, ଟୋକା ଓ ପିଲା ରୂପରେ ପୂଜା ପାଆନ୍ତି ବିଦ୍ୟାଦାତା

ଭଦ୍ରକ ଅଫିସ,୨୮।୮-ଐତିହ୍ୟ ଓ ଭାଇଚାରାର ସହର ଭଦ୍ରକରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜାର ସାଂସ୍କୃତିକ ମହତ୍ତ୍ୱ ନିଆରା। ଏଠି ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ପେଟୁଆ ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ ଆଦି ନାମରେ ବିଦ୍ୟାଦାତା ପୂଜା…

୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଠାକୁରମୁଣ୍ଡା,୨୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ ଗ୍ରାମବାସୀମାନେ ବିଦ୍ୟାଳୟର ଶ୍ରେଣୀ ଗୃହରେ ତାଲା ପକାଇ ଦେଇଛନ୍ତି। ଏଥିଯୋଗୁଁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?