ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା: ଶିକ୍ଷା ସହିତ ବୃକ୍ଷରୋପଣ ଉଦ୍ୟମ

ଆନନ୍ଦପୁର,୨୩। ୯(ସ୍ବ.ପ୍ର.)- ଛାତ୍ର ଜୀବନରେ ଜଣେ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ୍‌ ଲାଭ କରିଛନ୍ତି ଶିକ୍ଷାବିତ୍‌ ଦେବାଶିଷ। ଏବେ ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା। ସମ୍ପ୍ରତି ସମାଜରେ ପରିବେଶ ପ୍ରଦୂଷଣର ହାର ବୃଦ୍ଧି ପାଇବାକୁ ବସିଥିବାବେଳେ ବିଶ୍ୱ ତାପାୟନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ସନ୍ତୁଳିତ କରିବାକୁ ହେଲେ ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଏବଂ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ତପତ୍ରତା ପ୍ରକାଶ ପାଇଛି। ହେଲେ ସରକାରୀ ତପତ୍ରତା କାଗଜ କଲମରେ ଠିକ୍‌ ରହିଥିବାବେଳେ ପ୍ରକୃତ ପକ୍ଷେ ଏହାର ସଫଳ ରୂପାୟନ ହୋଇପାରୁନି। ଫଳରେ ବହୁ ସମୟରେ ବିଭିନ୍ନ ସ୍ଥାନରେ ବହୁ ସ୍ବେଚ୍ଛାସେବୀ ସଂଗଠନ, ବ୍ୟକ୍ତି ବିଶେଷ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ସେହିଭଳି ଏକ ନିଆରା ମଣିଷ ହେଉଛନ୍ତି ଶିକ୍ଷାବିତ୍‌ ଦେବାଶିଷ ପଣ୍ଡା।
ଘସିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ଗ୍ରାମର ଦେବାଶିଷ ଏବେ ହରିଚନ୍ଦ୍ରପୁର ବ୍ଲକ ଶଗଡପଟା ଶିକ୍ଷା ସର୍କଲ ଦାନ୍ତୁଆଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ବୃକ୍ଷରୋପଣ ମାଧ୍ୟମରେ କିପରି ପରିବେଶକୁ ସନ୍ତୁଳିତ ରଖାଯାଇପାରିବ ସେଥିପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ପ୍ରୋତ୍ସାହିତ କରିବା ସହିତ ନିଜେ ବୃକ୍ଷରୋପଣ ପାଇଁ ଅଣ୍ଟା ଭିଡିଛନ୍ତି। ଏତଦ୍‌ବ୍ୟତୀତ ବିଭିନ୍ନ ଗ୍ରାମକୁ ଯାଇ ଯୁବପିଢିଙ୍କୁ ମଧ୍ୟ ବୃକ୍ଷରୋପଣ କରିବା ପାଇଁ ଆହ୍ବାନ ଦେଉଛନ୍ତି। ବୃକ୍ଷରୋପଣ ସହିତ ତାହାର ସୁରକ୍ଷା ପାଇଁ ମଧ୍ୟ ସେ ଉଦ୍ୟମ ଜାରି ରଖିଛନ୍ତି। ସେ ଅଦ୍ୟାବଧି ଶହେରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରି ସେଗୁଡିକର ଯତ୍ନ ନେଉଛନ୍ତି। ତାଙ୍କର ଏଭଳି ଉଦ୍ୟମ ପାଇଁ ସମସ୍ତଙ୍କ ଠାରେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri