ବର୍ଷାରେ ଧୋଇଗଲା ନଗଡ଼ା ବିକାଶ : ୨ ବର୍ଷ ଗଲାନି ୧୨.୯୫ କୋଟିର ରାସ୍ତା

ଯାଜପୁର ଅଫିସ,୨୩ା୯ : ନଗଡ଼ା ବିକାଶକୁ ଅଧାପନ୍ତରିଆ କରି ବସିଯାଇଛି ପ୍ରଶାସନ। ନଗଡ଼ା ଆଧିବାସୀଙ୍କୁ ସେବା ପ୍ରଦାନ ପାଇଁ କୌଣସି ସରକାରୀ କର୍ମଚାରୀ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। ଚିକିସତ୍କ, ସମନ୍ବିତ ଶିଶୁ ବିକାଶ ଅଧିକାରୀ/କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ପ୍ରମୁଖ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ସ୍ବଳ୍ପ ଓ ଦୀର୍ଘମିଆଦୀ ଯୋଜନା କାଗଜକଲମରେ ସୀମିତ ରହିଛି। ଅଶୋକଝର ପାହାଡ଼ ପାଦଦେଶରୁ ତଳନଗଡ଼ା ପର୍ଯ୍ୟନ୍ତ ୧୨.୯୫କୋଟି ଟଙ୍କାରେ ନିର୍ମିତ ରାସ୍ତା ୨ବର୍ଷ ନ ପୁଋଣୁ ଗମନାଗମନ ଅନୁପଯୋଗୀ ହେବା ଏହାର ପ୍ରମୁଖ କାରଣ ସାଜିଛି। ଏହି ମର୍ମରେ ଗତ ୧୩ ତାରିଖରେ ଧରିତ୍ରୀରେ ଆରଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆରଡି ବିଭାଗ ଅଧିକାରୀମାନେ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ବର୍ଷାର ସହଯୋଗ ନେଇଛନ୍ତି। ଗତ ୨ ମୌସୁମୀ ଋତୁରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସଫେଇ ଦେଇଛନ୍ତି। କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସିଂହଭାଗ ଅର୍ଥ ଚଳୁ ହୋଇଛି। ଯାହା ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ଧୋଇ ହୋଇଯାଇଥିବା କୁହାଯାଉଛି। ଏହାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।
୨୦୧୬ ଜୁଲାଇରେ ନଗଡ଼ା ଶିଶୁ ମୃତ୍ୟୁ ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା। ଏଥିଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ମୁଣ୍ଡେଇଥିବା ବଦନାମକୁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ। ସରକାର ନଗଡ଼ା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗଢି ତୋଳିବାକୁ ପଣ କରିଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ମାସିକ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାକୁ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ। ନଗଡାର ବିକାଶ ପାଇଁ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ, ଆରଡବ୍ଲ୍ୟୁଏସ୍‌ଏସ୍‌, ଗ୍ରାମ୍ୟ ନିର୍ମାଣ, କୃଷି, ଉଦ୍ୟାନ ପ୍ରମୁଖ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ନଗଡା ଗ୍ରାମର ୬୧ ପରିବାରଙ୍କୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଛି। କିନ୍ତୁ ଗମନାଗମନ ଅନୁପଯୋଗୀ ଯୋଗୁ ବର୍ତ୍ତମାନ ସମସ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣଛେଦ ପଡିଛି। ୧୦ା୧୧ା୨୦୧୬ରେ ହାଇଗ୍ରୀଭା ଇନଫ୍ରାଷ୍ଟ୍ରକ୍ଚର ଠିକାସଂସ୍ଥାକୁ ନଗଡାକୁ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ୯ା୩ା୨୦୧୭ ସୁଦ୍ଧା କାର୍ଯ୍ୟ ସମ୍ପାଦନ କରିବାକୁ ଚୁକ୍ତିରେ ଦର୍ଶାଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗର ପତ୍ରସଂଖ୍ୟା ୮୦୪୭/୨୩ା୮ା୨୦୧୬ରେ ଆବଶ୍ୟକ ଗାଇଡଲାଇନ ଅନୁସାରେ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨ କୋଟି ଏବଂ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରୁ ୧୨.୮୧ କୋଟି ଭାବେ ସମୁଦାୟ ୧୪.୮୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ୧୨.୯୫ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରିବାକୁ ଠିକାଦାର ସହ ଚୁକ୍ତି ହୋଇଥିଲା। ୩୧ା୭ା୨୦୧୭ରେ ରାସ୍ତା ସମ୍ପୂର୍ଣ୍ଣ ହୋଇଥିଲା। ଏଥିରେ ୭.୬୬ କି.ମି. କଟିଂ ଲେଙ୍ଗ୍‌ଥ, ୧୨ଟି ଶିଡି କାର୍ଯ୍ୟ, ୪୫୭ ମିଟର ସୁରକ୍ଷା କାନ୍ଥ, ୩ କି.ମି. ପର୍ଯ୍ୟନ୍ତ ଡ୍ରାଏ ଗାର୍ଡଓ୍ବାଲ, ୭୫ ମିଟର ମାଟି ଡ୍ରେନ ନିର୍ମାଣ ହୋଇଥିଲା। ଏଥିରୁ ସମୁଦାୟ ୧୨.୯୫ କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇଥିବାବେଳେ ବାକି ଟଙ୍କା ବିଭାଗରେ ପଡିରହିଛି। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଏବଂ ଚୁକ୍ତି ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ନ ହୋଇ ଯେନତେନ ପ୍ରକାରେ କାର୍ଯ୍ୟ ସମ୍ପାଦିତ ହୋଇଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଓ ମେଟାଲ ପରସ୍ତ ଉଠିଯାଇଛି। ଏହାଦ୍ୱାରା ନଗଡ଼ା ରାସ୍ତା ଖାଲଖମାରେ ଭର୍ତ୍ତି ହେବା ସହିତ ରାସ୍ତା ଉପରେ ନର୍ଦ୍ଦମା ସୃଷ୍ଟି ହୋଇଛି। ଗାଡ଼ି ମୋଟର ଯିବା ତ ଦୂରର କଥା ପାଦରେ ଚାଲିଚାଲି ଯିବା କଷ୍ଟକର ବ୍ୟାପାର ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀ ବିଜୟକୁମାର ମହାରଣା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ଇତିମଧ୍ୟରେ ୩ଟି ବର୍ଷା ଋତୁ ଅତିକ୍ରାନ୍ତ ହୋଇ ସାରିଛି। ବର୍ଷା ଯୋଗୁ ମାଟି ଡ୍ରେନ ଅବରୋଧ ହୋଇଯିବାରୁ ରାସ୍ତାରେ ବ୍ୟବହୃତ ସାମଗ୍ରୀ ଧୋଇ ହୋଇଯାଇଛି। ବର୍ତ୍ତମାନ ଆରଡବ୍ଲ୍ୟୁଏସସର ପାଇପ ଜଳଯୋଗାଣ କାର୍ଯ୍ୟ ଚାଲିଥିବାରୁ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଛିବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri