ଆମ ଜିଲା ଖବର

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଯୋଡ଼ା ଥାନାରେ ଅଭିଯୋଗ

ଯୋଡ଼ା, ୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ତଥା ସହରର ୭ନଂ ଓ୍ବାର୍ଡସ୍ଥିତ କମାରଯୋଡାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ା…

ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଧାଡ଼ି

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): ଡିସେମ୍ବର ପହିଲାରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ଥିବାବେଳେ କନ୍ଧମାଳ ଜିଲାପାଳ ବୃନ୍ଦା ଡି. ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ିଚାଳନା ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ଶନିବାର…

କୋରାପୁଟରେ ଶୀତ ଲହରି: ଜନଜୀବନ ପ୍ରଭାବିତ

କୋରାପୁଟ,୨୩।୧୧(ସ୍ବ.ପ୍ର.):କୋରାପୁଟ ଜିଲାରେ ସପ୍ତାହେ ଧରି ପ୍ରବଳ ଶୀତ ଲହରି ଜାରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଜିଲାରେ ତାପମାତ୍ରା ଦିନରେ ସବନିମ୍ନ ୨୫ ଡିଗ୍ରୀ ରହୁଥିବା ବେଳେ ସର୍ବାଧିକ ୩୦ ଡିଗ୍ରୀ ରହୁଛି। ସେହିପରି ରାତିରେ ପାରଦ ୧୬ରୁ ୨୦ଡିଗ୍ରୀ ମଧ୍ୟରେ…

କୋମ୍ବିଂ ଅପରେଶନ ବେଳେ ପୋଲିସ, ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ

ମାଲକାନଗିରି,୨୩।୧୧: (ଡି.ଏନ୍‌.ଏ.) ବହୁଦିନର ନୀରବତା ପରେ ପୁଣି ଶନିବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାଲକାନଗିରି ସୀମାନ୍ତବର୍ତ୍ତୀ ସୁକୁମା ଜିଲା ମଦେପାରା…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା ଯାଉଥିବା ଏହି ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ପାଇ ଗୋଡ଼ଭାଗା ଷ୍ଟେଶନ ମାଷ୍ଟର ଆଶିଷ…

ଟ୍ରେନ୍‌ ଧକ୍କାରେ ମା’, ଝିଅ ମୃତ

ଯାଜପୁର ରୋଡ୍‌,୨୩।୧୧(ଡି.ଏନ୍‌.ଏ.): ଯାଜପୁର କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନ ନିକଟ ଅହମ୍ମଦନଗର ନିକଟରେ ଶନିବାର ହାଓ୍ବଡା-ପୁରୀ ପାସେଞ୍ଜର ଟ୍ରେନ୍‌ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ୟାସନଗର ପୌରାଞ୍ଚଳସ୍ଥିତ ଚାନ୍ଦମା ଗ୍ରାମର କାଠି ରଣା ଏବଂ ଗୁରୁବାରୀ ରଣା। ସେମାନେ…

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟାର ପଳାସ ବଣିଆ ଛକ ନିକଟରେ ଶନିବାର ପୂର୍ବାହ୍ନରେ ପିକ୍‌ଅପ୍‌ ଧକ୍କାରେ ଜଣେ ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ତେଣ୍ଟଲୋଇ ଗ୍ରାମର ହାଡିବନ୍ଧୁ ବାଘ ବୋଲି ଜଣାପଡିଛି। ପ୍ରକାଶ ଯେ, ପିକ୍‌ଅପ୍‌ଟି…

ଡମ୍ପରକୁ ଧକ୍କା ଦେଲା ଟ୍ରକ୍‌ : ୨ ଗୁରୁତର

ରେମୁଣା,୨୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଉଡ଼ୁଣୀ ପୋଖରୀ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଡମ୍ପରକୁ ଟ୍ରକ୍‌ ଧକ୍କା ଦେବାରୁ ଟ୍ରକ୍‌ ଡ୍ରାଇଭ ଓ ହେଲ୍ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଶେରଗଡ଼ ଫାଣ୍ଡି ପୋଲିସ ଉଦ୍ଧାର କରି ଜିଲା…

ଚାଉଳ ଦୁର୍ନୀତି

ରାଉରକେଲାସ୍ଥିତ ଏଫ୍‌ସିଆଇ ଚାଉଳ ଗୋଦାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯୋଗାଣ ବିଭାଗ ଓ ଏଫ୍‌ସିଆଇର କେତେଜଣ ଅସାଧୁ କର୍ମଚାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏହାର ଚେର ବଢ଼ିଥିଲା । ଏ କଥା ପଦାକୁ ଆସିବା ପରେ ନାନା ଚର୍ଚ୍ଚା ସାମନାକୁ…

ଧୁଷୂରୀ ଏରିଆ ହସ୍ପିଟାଲରେ ତାଲା ପକାଇଲେ ଲୋକେ: ରୋଗୀ ହନ୍ତସନ୍ତ

ଧାମନଗର,୨୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ଏରିଆ ହସ୍ପିଟାଲରେ ଶନିବାର ସ୍ଥାନୀୟ ଲୋକେ ତାଲା ପକାଇଛନ୍ତି। ତେବେ ଡାକ୍ତର ସମସ୍ୟା ନେଇ ସେମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି। ଏ…

ସିଂହଦ୍ୱାର ସମ୍ମୁଖ ଭିଡିଓ ଭାଇରାଲ: ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। କେତେଜଣ ମହିଳା ଭକ୍ତ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଡ ଡେଇଁ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ସେମାନଙ୍କ…

ଲାଞ୍ଚ: ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଗିରଫ

କଟକ ଅଫିସ, ୨୩ା୧୧: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ। ସେ ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁଶନ ଡିଭିଜନ-୨ ଅଧୀନରେ ଥିବା ଗୋଡ଼ିସାହି ସେକ୍ସନରେ କାର୍ଯ୍ୟରତ। ଶୁକ୍ରବାର ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?