ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଦାରିଙ୍ଗବାଡି,୧୯ା୧୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବହୁ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ବୁଧବାର ଦାରିଙ୍ଗବାଡି ବ୍ଲକ ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠା ଉଦ୍‌ଘାଟନ କରିଥିଲେ। ସେଠାରେ ଆବଶ୍ୟକ ଭିତ୍ତିଭୂମି ପୂରଣ କରି ଏହାର ବିକାଶ କରିବାକୁ ଜନସାଧାରଣ ଦାବି କରିଥିଲେ। ଏଥିପାଇଁ ମନ୍ତ୍ରୀ ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଏବଂ ପିଡି ବିଶ୍ୱନାଥ ବାରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରିଙ୍ଗବାଡି ପଞ୍ଚାୟତ ସମିତି ଅଧୀନରେ ୨୫ ପଞ୍ଚାୟତ ରହିଥିବାବେଳେ ମାତ୍ର ୮ଜଣ ଯନ୍ତ୍ରୀ ରହିଛନ୍ତି। ତେଣୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ। ପରେ ବାଡାବାଙ୍ଗା ପଞ୍ଚାୟତ ସିକକେତାକୁ ପାଇପ ଯୋଗେ ଜଳ ଯୋଗାଣ କରାଯିବାକୁ ଥିବା ନୂତନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ସମୟରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ବବ୍ରୁବାହନ ବେହେରା, ପ୍ଲିହେରୀ ସରପଞ୍ଚ ତିମତି ପ୍ରଧାନ, ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ କୁମାର ସେଠୀ, ଯନ୍ତ୍ରୀ ଜ୍ୟୋତି ରଞ୍ଜନ ଦାସ, ଜୀବନେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଦାରିଙ୍ଗବାଡି ପରେ କ.ନୂଆଗଁା ବ୍ଲକ ଅଞ୍ଚଳ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି,୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା ବ୍ରାହ୍ମଣୀଗାଁଠାରେ ଗତ ଏକ ଦଶନ୍ଧି ହେଲା ବିଏସଏନଏଲ ମୋବାଇଲ ସେବା ଉପଲବ୍ଧ। ତେବେ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri