ଆମ ଜିଲା ଖବର

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବଇଣ୍ଡା,୧୭।୧୧(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା କଟରଙ୍ଗା ଗ୍ରାମରେ ଶୁକ୍ରବାର ରାତିରେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟର ଚାଳକ ପାପସରା ଗ୍ରାମର ଲମ୍ବୋଦର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି, ଏକ ଟ୍ରାକ୍ଟର (ନଂ.ଓଡ଼ି୧୯ଇ୭୫୦୧) କଟରଙ୍ଗା ଅଭିମୁଖେ ଆସୁଥିବାବେଳେ ଚାଳକ…

ରୂପ୍‌ସା ରେଳ ଜଙ୍କଶନ: ଜାନୁୟାରୀ ସୁଦ୍ଧା ସରିବ ଫୁଟ୍‌ ଓଭରବ୍ରିଜ୍‌

ରୂପ୍‌ସା, ୧୭।୧୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିିଲାର ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଅସମ୍ପୂର୍ଣ୍ଣ ଯୋଗୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ଏନେଇ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ…

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲିଆପାଳ ବ୍ଲକର ପାରୁଳିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ…

ମୃତକଙ୍କ ଆଖି କାଢ଼ିନେବା ଘଟଣା: ମାମଲା ରୁଜୁ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ, ୧୭ା୧୧- ପରିବାର ଲୋକଙ୍କ ଅଜାଣତରେ ଚକ୍ଷୁ ଦାନ କରିବା ଲାଗି କାଗଜପତ୍ରରେ ଦସ୍ତଖତ କରାଇ ନେଇ ମେଡିକାଲରେ ଜଣେ ମୃତବ୍ୟକ୍ତିଙ୍କ ଦୁଇ ଆଖି କାଢି ନିଆଯିବା ଘଟଣା ସମ୍ପର୍କରେ ଅଭିଯୋଗ ପାଇ ଭଦ୍ରକ ଟାଉନ ଥାନା ପୋଲିସ ଏକ…

ସମୁଦ୍ରକୁ ମାଛ ଧରିବାକୁ ଯାଇ ଧୀବର ମୃତ

ପଦ୍ମପୁର, ୧୭ା୧୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅଢୁଆଁ ଗ୍ରାମର ଜଣେ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ଅସୁସ୍ଥ ହୋଇ ପରେ ମୃତ୍ୟୁମୁଖରେ ପଡିଛନ୍ତି। ମୃତକ ହେଲେ ଅଢୁଆଁ ଗ୍ରାମର ସୋମବାରୀ ମଳିକ। ଗତ ୧୪ ତାରିଖରେ ସୋମବାରୀଙ୍କ…

ଚାନ୍ଦବାଲିରେ ଶ୍ରମିକ, କୃଷକ ସମାବେଶ

ଚାନ୍ଦବାଲି,୧୭ା୧୧(ଡି.ଏନ.ଏ.)-ଶୋଷଣମୁକ୍ତ ଭାରତ ଗଠନ ଦିଗରେ କମ୍ୟୁନିଷ୍ଟମାନଙ୍କ ସଂଗ୍ରାମର ଶତବାର୍ଷିକୀ ପାଳନ ଅବସରରେ ରବିବାର ଭଦ୍ରକ ଜିଲା ଚାନ୍ଦବାଲି ବିଜୁସ୍ମୃତି ଭବନରେ ଶ୍ରମିକ ଓ କୃଷକଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରମିକ ଓ କୃଷକମାନେ ଏଥିରେ ଯୋଗ…

ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ ଆସୁଥିଲେ ମଧ୍ୟ ରବିବାର ଛୁଟିଦିନ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଛି। ସୁନ୍ଦର ପରିବେଶ…

ମୃତଦେହକୁ ଜୀବିତ ଭାବି ଜୁଇରୁ ଫେରାଇ ଆଣିଲେ ଆତ୍ମୀୟସ୍ବଜନ: ମୃତ ଘୋଷଣା କଲେ ଡାକ୍ତର

ହାତୀଓଟ,୧୭।୧୧(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଛି ଗୁଜବ। ମୃତଦେହ ଶ୍ମଶାନରେ ଚେଇଁ ଉଠିଛି। ଶ୍ମଶାନକୁ ନେଇଥିବା ବନ୍ଧୁ ପରିଜନ ଜୀବିତ ଭାବି ମୃତ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଏ ନେଇ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଉଛି । ରାସ୍ତାଘାଟ, ପୋଲ, ଗୃହ ନିର୍ମାଣ, କାର୍ଯ୍ୟ ଚାଲିଥିବା ବେଳେ ଠିକାଦାରଙ୍କ ଏହି ଆନ୍ଦୋଳନ…

ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ଶ୍ରୀକ୍ଷେତ୍ର ପରିକ୍ରମା କଲେ ସାଧୁସନ୍ଥ

ପୁରୀ ଅଫିସ,୧୭।୧୧: ମାର୍ଗଶୀର ଶୁକ୍ଳ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମାର ବିଧି ରହିଛି। ଏହି ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛ। କାର୍ତ୍ତିକ ମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ କରିବା ସହ ତୀର୍ଥ…

ବେଆଇନ ମୋରମ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୧୭।୧୧(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବଳରାମପୁର ଶ୍ମଶାନରୁ ବେଆଇନ ମୋରମ ଖୋଳାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ରାମ ନିକଟ ପାହାଡ଼ ତଳେ ସରକାରୀ ଜାଗାକୁ ଗ୍ରାମବାସୀ ବହୁ ବର୍ଷରୁ ଶ୍ମଶାନ ପାଇଁ ବ୍ୟବହାର କରିଆସୁଛନ୍ତି କିନ୍ତୁ…

ଝୁଲନ୍ତା ଅବସ୍ଥାରେ ଯୁବତୀ, ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୭।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁମିଲ୍‌ ପଛପଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ନାବାଳିକା ଓ ନାବାଳକ ବୋଲି ଜଣାପଡିଛି। ରାତିରେ ଯୁବକ ଜଣକ ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?