ଶ୍ରୀକ୍ଷେତ୍ରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା

ପୁରୀ ଅଫିସ, ୧୯।୧୨ : ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର। ଦୈନିକ ଏଠାକୁ ଦେଶ ବିଦେଶର ଲକ୍ଷାଧିକ ଭକ୍ତ ଆସିଥାନ୍ତି। ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବେଳାଭୂମିର ମଜା ନେଇଥାନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ଅପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ଶ୍ରୀମନ୍ଦିର ଭିତର, ବାହାର ସମେତ ବଡଦାଣ୍ଡ, ମେଡିକାଲ ଛକ, କୋର୍ଟ, ସମୁଦ୍ରକୂଳ ରାସ୍ତା, ସିଟି ରୋଡ, ସ୍ବର୍ଗଦ୍ୱାର, ଜାତୀୟ ରାଜପଥ ପ୍ରବେଶ ପଥ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୫୦ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲାଗିଛି। ତେବେ ଫନୀ ବାତ୍ୟାରେ ସମସ୍ତ ସିସିଟିିଭି କ୍ୟାମେରା ନଷ୍ଟ ହୋଇଯାଇଥିଲା। ରଥଯାତ୍ରା ସମୟରେ କେତୋଟିକୁ ମରାମତି କରାଯାଇଥିଲେ ମଧ୍ୟ କେବଳ ଶ୍ରୀମନ୍ଦିର ପରିସର ବ୍ୟତୀତ ଅନ୍ୟଗୁଡ଼ିକ ଅଚଳ ରହିଛି। ଫଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଗତ ଏକ ମାସ ମଧ୍ୟରେ ଘଟିଥିବା ୩ଟି ବଡ ଲୁଟ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ ପାଇପାରିନି ପୋଲିସ। କଲେଜ ରୋଡ଼ରେ ଜଣେ ମହିଳାଙ୍କଠାରୁ ସୁନାଗହଣା ଲୁଟ, ବଡଶଙ୍ଖଠାରେ ଜଣେ ବରିଷ୍ଠ ନାଗରିକଙ୍କୁ ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ଲୁଟ୍‌, ବଡଦାଣ୍ଡରେ ଦଶଟଙ୍କିଆ ନୋଟ ପକାଇ କାର୍‌ ଓ ବାଇକ ଡିକିରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ।
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ଜାତୀୟ ସୁରକ୍ଷା ସଂସ୍ଥା (ଏନ୍‌ଏସ୍‌ଏ) ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍‌ କରିଛନ୍ତି। ୱାଚ୍‌ ଟାୱାର ଓ ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ପରାମର୍ଶ ଦେଇଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ଖାମଖିଆଲି ମନୋଭାବ ପ୍ରଦର୍ଶନ କରୁଛି ବୋଲି ଯୁବ ସାମାଜିକ କର୍ମୀ ପ୍ରତାପ ଶତପଥୀ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ତ ସିସିଟିଭି କ୍ୟାମେରା ମରାମତି କରାଯିବାକୁ ସେ ଦାବି କରିଛନ୍ତି। ଏ ନେଇ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ଫନୀ ପରଠାରୁ ସିସିଟିଭି କ୍ୟାମେରାଗୁଡ଼ିକ ଅଚଳ ହୋଇପଡ଼ିଥିଲା। ରଥଯାତ୍ରା ସମୟରେ ମୁଖ୍ୟ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ମରାମତି କରାଯାଇଥିଲା। ଶ୍ରୀମନ୍ଦିର, ବଡଦାଣ୍ଡ ସିସିଟିଭି କ୍ୟାମେରା ସକ୍ରୀୟ ରହିଛି। ଅନ୍ୟ ସ୍ଥାନରେ ଖୁବ୍‌ଶୀଘ୍ର ସିସିଟିିଭି କ୍ୟାମେରା କାର୍ଯ୍ୟକ୍ଷମ କରାଯିବ। ଶ୍ରୀମନ୍ଦିର, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପୋଲିସ ସଜାଗ ରହିଛି। ଅପରାଧ କ୍ଲିନ ଡ୍ରାଇଭ ଚାଲିଛି। କୌଣସି ପ୍ରକାର ଅପରାଧିକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri