ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭଙ୍ଗା ହେଲା ୨ ଲଜ୍‌, ଘରୋଇ କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଚୌହଦିରେ ଉଚ୍ଛେଦ ଜାରି ରହିଛି। ପ୍ରଥମେ ମଠ ଏହାପରେ ଘରୋଇ କୋଠା ଉଚ୍ଛେଦ ପରେ ବୁଧବାର ୨ଟି ଲଜ୍‌ ଏବଂ ଗୋଟିଏ ଘରୋଇ କୋଠା ଭଙ୍ଗାଯାଇଛି। ଗଡ଼ନ୍ତି ଛକଠାରେ ଥିବା କାଳୀଚରଣ ଲଜ୍‌ ଓ ରାୟବାହାଦୁର ଲଜ୍‌ ସମେତ ଅନ୍ୟ ଏକ ଘରୋଇ କୋଠା ଉଚ୍ଛେଦ ହୋଇଛି। ଫଳରେ ପ୍ରଶାସନ ୪୦ ଡେସିମିଲ ଜାଗାକୁ ନିଜ ଦଖଲକୁ ଆଣିଛି। ସୁରକ୍ଷା ଜୋନ୍‌ ମଧ୍ୟରେ ୫ଟି ମୌଜା ଥିବାବେଳେ ଚୁଡ଼ଙ୍ଗ ସାହି ମୌଜାରୁ ଏହା ପ୍ରଥମ ଉଚ୍ଛେଦ। ପୂର୍ବରୁ ବାସେଳିସାହି ଓ ମଣିକର୍ଣ୍ଣିକା ସାହି ମୌଜାରୁ ଉଚ୍ଛେଦ କରାଯାଇଥିଲା।
ସକାଳେ ୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଡ଼ନ୍ତି ଛକଠାରେ ଥିବା କାଳୀଚରଣ ଲଜ୍‌ ପ୍ରଥମେ ଭଙ୍ଗାଯାଇଥିଲା। ପରେ ରାୟବାହାଦୁର ଲଜ୍‌ ଓ ଗୋଟିଏ ଘରୋଇ କୋଠା ଉଚ୍ଛେଦ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱ ଓ ପଶ୍ଚିମ-ଉତ୍ତର କୋଣକୁ ବ୍ୟାରିକେଡିଂ କରାଯାଇଥିଲା। ଭକ୍ତଙ୍କ ଯା’ଆସରେ ଯେପରି କୌଣସି ସମସ୍ୟା ନ ହୁଏ ତାହାକୁ ମଧ୍ୟ ଦୃଷ୍ଟି ଦିଆଯାଇଥିଲା। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଓ ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ଏହି କୋଠା ଗୁଡ଼ିକର ବଳକା ଅଂଶକୁ ଗୁରୁବାର ଭଙ୍ଗାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ମାଟି ପକାଇ ଜିଲା ସୀମା ସିଲ୍‌ 

ଆରଡି, ୧ା୫(ଡି.ଏନ.ଏ.)-ପଡୋଶୀ ଯାଜପୁର ଜିଲାରେ ଗୁରୁବାର ୧୭ ଜଣଙ୍କର କରୋନା ପଜିଟିଭ ବାହାରିଲା ପରେ ଭଦ୍ରକ ଜିଲା ପ୍ରଶାସନ ଏନେଇ ତପତ୍ର ହୋଇ ଉଠିଛି। ଚାନ୍ଦବାଲି...

୧୦୦ ଫୁଟ ଧସିଲା ପଥର ପ୍ୟାକିଂ

ଆରଡ଼ି,୨୧ା୮(ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କଠାରେ ୨୦ନଂ. ଜାତୀୟ ରାଜପଥର ବୈତରଣୀ ନଦୀର କୟଁାଗୋଲା ସେତୁ ପାର୍ଶ୍ୱ ରାସ୍ତାରେ...

ଆକର୍ଷଣ ଥାଇ ବି ଅବହେଳିତ

କେନ୍ଦୁଝର, ୨୧।୧୨(ସ୍ବ.ପ୍ର.)-ବଣପାହାଡ ଘେରା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିପୂର୍ଣ୍ଣ କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ବିଭବ ଭରି ରହିଛି। ଗମନାଗମନ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଭଳି...

ଲଣ୍ଡନରେ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତାବ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ସଂଯୁକ୍ତରାଷ୍ଟ୍ରର ରାଜଧାନୀ ଲଣ୍ଡନଠାରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ଏହା ଲଣ୍ଡନ, ୟୁରୋପର ଜଗନ୍ନାଥ ଧାମ ରୂପେ ପରିଚୟ ପାଇବ।...

ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ...

ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ...

ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି :କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଏମ୍‌ପି

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଏବଂ ଆଠମଲ୍ଲିକ ବ୍ଲକରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ସମ୍ବଲପୁର ଏମ୍‌ପି ନୀତୀଶ ଗଙ୍ଗଦେବ ଦାବି କରିଛନ୍ତି। ଏ ନେଇ...

ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା...

Coronavirus Update


Archives

Model This Week

Why Dharitri