ଆମ ଜିଲା ଖବର

ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା ଚାଲିଛି। ଅପରପକ୍ଷେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜୀବିକା…

ରେଳପଥ ଆନ୍ଦୋଳନର କର୍ଣ୍ଣଧାର: ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ଅଫିସ,୨୩।୧୧: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକଙ୍କୁ ଶୁକ୍ରବାର ନୟାଗଡ଼ ରେଳ ଷ୍ଟେଶନଠାରେ ସ୍ବାଗତ କରାଯାଇଛି। ରେଲୱେ ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବତନ ଏମ୍‌ପି ଶିବାଜୀଙ୍କୁ ସ୍ବାଗତ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା।…

ଟ୍ରକ୍‌ ଧକ୍କାରେ ରେଳ ଫାଟକ ଭାଙ୍ଗିଲା: ଅଟକିରହିଲା ଗାଡିମୋଟର

ନିରାକାରପୁର,୨୩ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଲେଭଲ କ୍ରସିଂ ଫାଟକ ଏକ ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରାମେଶ୍ୱରରୁ ନିରାକାରପୁର ଆସୁଥିବା ଟ୍ରକ୍‌ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଏଭଳି ଘଟଣା ଘଟିଥିଲା। ଏଥିଯୋଗୁ ନୂଆ ଜଗନ୍ନାଥ…

ଗଞ୍ଜେଇ ଗଛ ନଷ୍ଟବେଳେ ଉତ୍ତେଜନା

ଧରାକୋଟ,୨୩ା୧୧(ଡି.ଏନ୍‌.ଏ.)-ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଧିନସ୍ଥ ବାହାରପୁର ପଞ୍ଚାୟତର ଖଜୁରିପଦା ଗ୍ରାମ ନିକଟସ୍ଥ ପାହାଡ଼ ପାଦଦେଶରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି। ଶୁକ୍ରବାର ସକାଳୁ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ ଥାନାରୁ ଆସିଥିବା ଥାନାଧିକାରୀ, ଅବକାରୀ ବିଭାଗ,…

୪ ବଖରାରେ ୮ ଶ୍ରେଣୀ: ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢ଼ା

ଆସିକା,୨୩ା୧୧ (ଡି.ଏନ୍‌.ଏ.) -ଆସିକା ବ୍ଲକ ଦେବଭୂମି ପଞ୍ଚାୟତ ମାମୁଡିହ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୮ଟି ଶ୍ରେଣୀ ରହିଛି। ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଘୋର ଅସୁବିଧା ଦେଖାଦେଇଛି। ଛାତ୍ରୀଛାତ୍ରମାନେ ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବରୁ…

ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହୁଅନ୍ତୁ ନାହିଁ ’ଏଭଳି ସଚେତନତାର ବାର୍ତ୍ତା ପ୍ରଚାର ଲାଗି ବିହାର ପାଟଣା ଦାନପୁର…

୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା ଆଦାୟ କରାଯିବ। ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ତଦନୁଯାୟୀ…

ଗଁ। ଲୋକେ ପ୍ରତିବର୍ଷ ବାନ୍ଧୁଛନ୍ତି ବନ୍ଧ

ଚାନ୍ଦବାଲି,୨୩।୧୧(ଡି.ଏନ.ଏ.)- ପ୍ରଶାସନ ପକ୍ଷରୁ ହୋଇପାରୁନି ସ୍ଥାୟୀ ପ୍ରତିକାର। ନିଜ ଜମିକୁ ଜୁଆର ପ୍ରଭାବରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରତିବର୍ଷ ମାଟିବନ୍ଧ ତିଆରି କରୁଛନ୍ତି। ବର୍ଷାଦିନେ ଏହି ମାଟିବନ୍ଧ ଧୋଇ ଯାଉଛି। ଶୁକ୍ରବାର ଚାନ୍ଦବାଲି ବ୍ଲକର ଜଳଦେଶ ଅଞ୍ଚଳରେ କେତେକ ଗଁ।ର…

ଡାକ୍ତର ପଦବୀ ପୂରଣ ଦାବିରେ ଧାରଣା

ସୋର, ୨୩ା୧୧(ଡି.ଏନ୍‌.ଏ.)-ସୋର ସିଏଚ୍‌ସିରେ ଏବେ ଡାକ୍ତରଙ୍କ ପଦବୀ ଖାଲି ପଡିଥିବା ବେଳେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ସୋର ସମେତ ୭ଟି ବ୍ଲକର ଲକ୍ଷାଧିକ ରୋଗୀ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ। ଏଠାରେ ୮ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୨…

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ

ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଅଧିକାରୀମାନେ ନିରାଶ ହୋଇ ଫେରିଥିଲେ। ଅନିୟମିତତା ନେଇ…

ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର

ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରାଯାଇ ବାହାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି…

ଶିକ୍ଷା ମାରଣ ନୀତିକୁ ଦଳିତ ଆଦିବାସୀ ମହାସଂଘର ବିରୋଧ

ବାରିପଦା ଅଫିସ,୨୩ା୧୧- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣନୀତିକୁ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ମହାସଂଘର ସଭାପତି ରାକେଶ କୁମାର ସିଂଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଏକ ରାଲିିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?