ଆମ ଜିଲା ଖବର

ଠକେଇ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କୁ ୬ ମାସ ଜେଲ

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଏସ୍‌ଡିଜେଏମ୍‌ (ଉପଖଣ୍ଡ ନ୍ୟାୟାଧିକାରୀ) ସଦ୍ୟସ୍ନାତା ପତି ୨୨ ଲକ୍ଷ ୬୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କୁ ୬ ମାସ କାରାଦଣ୍ଡାଦେଶ କରିଛନ୍ତି । ସେ ହେଲେ ଓଡ଼ଗାଁ ବ୍ଲକ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର…

ବେଧଡକ ଚାଲିଛି ଗଛକଟା, ଧ୍ୱଂସ ପାଉଛି ଜଙ୍ଗଲ

ଲେଫ୍ରିପଡା,୧୫।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡିହି ସେକ୍‌ସନ ଅଞ୍ଚଳରେ ବେଧଡକ ଭାବେ ଗଛକଟା ଚାଲଛି। ଫଳରେ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନବିଭାଗ ନିଷ୍କ୍ରିୟ ହୋଇଥିବା ଦେଖାଦେଇଛି। ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ…

ଡକାୟତି ଘଟଣା ପର୍ଦ୍ଦାଫାଶ; ୬ ଗିରଫ: ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼/ବାରକୋଟ, ୧୫।୧୧ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ଥାନା ସିଂହସାଲ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରୁ ୨୪ ଅକ୍ଟୋବରରେ ଚୋରି ହୋଇଥିବା ସୁନା, ରୂପା, ଟଙ୍କା ଜବତ ହୋଇଛି। ଏହା ସହିତ ୬ଜଣ ଅପରାଧି ଗିରଫ ହୋଇଥିବା ଜଣାଯାଇଛି। ଗୁରୁବାର ଏକ…

ଚର୍ଚ୍ଚାରେ ଚିଲତଇଳା ଆଶ୍ରମ ସ୍କୁଲ: ଛାତ୍ରୀ ମୃତ୍ୟୁର ସପ୍ତାହକ ପରେ ଆଉ ଜଣେ ଅସୁସ୍ଥ

ଢେଙ୍କାନାଳ ଅଫିସ, ୧୫।୧୧- ଅନ୍ତେବାସୀଙ୍କ ବିଗୁଡୁଥିବା ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଚିଲତଇଳା ଆଶ୍ରମ ସ୍କୁଲ। ଏଠାରେ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସବିତା ମୁଣ୍ଡାଙ୍କ ୭ ତାରିଖରେ ମୃତ୍ୟୁ ଘଟିଥିଲା। ଘଟଣାକୁ ୭ଦିନ ବିତି…

ଜେଏସ୍‌ପିଏଲ୍‌ରେ ବିଶ୍ୱ ଗୁଣବତ୍ତା ଦିବସ: ନିରନ୍ତର ଉନ୍ନତି ପାଇଁ ଏକ ସୁଯୋଗ

ଅନୁଗୋଳ ଅଫିସ, ୧୫।୧୧-ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌) ପ୍ଲାଣ୍ଟ ପରିସରରେ ଗୁରୁବାର ବିଶ୍ୱ ଗୁଣବତ୍ତା ଦିବସ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ଦାମୋଦର ମିତ୍ତଲ,…

ବେଲଟିକିରିରେ ପ୍ରାଣୀଧନ ଚିକିତ୍ସକ ଦଳ: ଚିକିତ୍ସା କଲେ, ପ୍ରତିଷେଧକ ଦେଲେ

ଢେଙ୍କାନାଳ ଅଫିସ, ୧୫।୧୧-ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ବଜବଜିଆ ରୋଗ ଆତଙ୍କ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ବିଭାଗର ଏକ ଟିମ୍‌ ଗ୍ରାମରେ ପହଞ୍ଚତ୍ ଗୋରୁଙ୍କ…

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନ: ଟିକାନେବେ ୩ ଲକ୍ଷ ୮୧୮ ଶିଶୁ

ଅନୁଗୋଳ ଅଫିସ, ୧୫।୧୧-ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭଳି ମାରାତ୍ମକ ରୋଗର ଟିକାକରଣ ଅଭିଯାନ ଶୁକ୍ରବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେଉଛି। ଏହି ଅଭିଯାନ ୩ ସପ୍ତାହ ଧରି ଚାଲିବ। ଦୁଇଟି ପର୍ଯ୍ୟାୟରେ ଜିଲାର ୩ ଲକ୍ଷ ୮୧୮ ଜଣ ଶିଶୁଙ୍କୁ ଟିକା ପ୍ରଦାନ…

ନଷ୍ଟ କରାଗଲା ଗଞ୍ଜେଇ ଗଛ

କ.ନୂଆଗାଁ,୧୫ା୧୧(ଡି.ଏନ୍‌.ଏ.):କ.ନୂଆଗାଁ ଥାନା ଅଞ୍ଚଳରେ ଗୁରୁବାର ଚଢ଼ାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସାଇନପଡା, ସାନମୁଣ୍ଡାର ଗାଁ ଓ ବଡମୁଣ୍ଡାରଗାଁ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ତରଫରୁ ମିଳିତ ଚଢାଉ କରି ପ୍ରାୟ ୧୦୦ ଏକର ଜମିରେ ଲାଗିଥିବା ପ୍ରାୟ…

ପରିବା ଗୋଦାମ ପୋଡ଼ିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ, ୧୫ା୧୧ -ସ୍ଥାନୀୟ ହାଟପଦା ହାଟରେ ଥିବା ଏକ ପରିବା ଗୋଦାମ ଗୃହକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି। ଏ ନେଇ ଗୋଦାମ କରିଥିବା ବ୍ୟବସାୟୀ ଟାଉନ…

ଗୁଟ୍‌ଖା ନିଷେଧ ଆଇନ ଧର୍ମକୁ ଆଖିଠାର: ଗଜପତି ଖାଦ୍ୟ ନିରାପତ୍ତା ଅଧିକାରୀ ଗଞ୍ଜାମ ଦାୟିତ୍ୱରେ

ବ୍ରହ୍ମପୁର ଅଫିସ,୧୫ା୧୧- ଗୁଟ୍‌ଖା ଓ ନିକୋଟିନଯୁକ୍ତ ତମାଖୁ ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିବାର ପ୍ରାୟ ୭ ବର୍ଷ ହୋଇଗଲାଣି। ଏବେସୁଦ୍ଧା ଗୁଟ୍‌ଖା ବଜାରରେ ଖୋଲାଖୋଲି ଉପଲବ୍ଧ ହେଉଛି। ଏହାକୁ ରୋକିବାକୁ ଯେପରି କେହି ଉଦ୍ୟମ…

ଫେସବୁକରେ ବନ୍ଧୁତା ମହଙ୍ଗା ପଡିଲା: ବଳାତ୍କାର ଅଭିଯୋଗରେ ଜେଲ ଗଲେ ଯୁବକ

ଦିଗପହଣ୍ଡି,୧୫ା୧୧(ଡି.ଏନ.ଏ.)- ଜଣେ ବିବାହିତାଙ୍କ ସହ ଫେସବୁକ୍‌ରେ ବନ୍ଧୁତା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଗୁରୁବାର ସମ୍ପୃକ୍ତ ଯୁବକ ତଥା ରାୟଗଡ଼ା ଜିଲା ଆମ୍ବାଦୋଳାର ପ୍ରଫୁଲ୍ଲ କୁମାର ସାହୁ ଓରଫ ବୁଲୁଙ୍କୁ…

ବୃଦ୍ଧଙ୍କୁ ହତ୍ୟା ଘଟଣା:ନଦୀପଠାରେ ପୋତିଥିବା କଟାମୁଣ୍ଡ ଉଦ୍ଧାର

ମୋହନା,୧୫ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତରେ ଗୁଣିଗାରେଡି ସନ୍ଦେହରେ ମଙ୍ଗଳବାର ଅପରାହ୍ନରେ ଦାସୁ ମଳିକଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ଥାନାରେ ଅଭିଯୋଗ ପରେ ନଂ.୨୦୨/୧୯ରେ ଏକ ହତ୍ୟା ମାମଲା ରୁଜୁକରି ପୋଲିସ ବେଣୀପଦରର ସାନୁଜ ମଳିକଙ୍କୁ ଗିରଫ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?