ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭକ୍ତ ଦେଖିପାରିବେ ସବୁଜ ବଳୟ

ପୁରୀ ଅଫିସ, ୧୯।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ର ଚିତ୍ର ବଦଳିବ। ଏହାର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ଉଚ୍ଛେଦ ଅଭିଯାନ ଜାରି ରହିଥିବାବେଳେ କେତେକ କାମ ମଧ୍ୟ ଚାଲିଛି। ନୂତନ ବ୍ୟାରିକେଡ ନିର୍ମାଣ ସହ ଭକ୍ତଙ୍କ ପାଇଁ ସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଉଛି। ସେହିପରି ସୁରକ୍ଷା ଜୋନ୍‌ରେ ପାଦ ଦେବା ପରେ ଭକ୍ତମାନେ ପବିତ୍ର ଜଗନ୍ନାଥ ଧାମକୁ ଆସିଛନ୍ତି ବୋଲି ଯେପରି ଅନୁଭବ କରିବେ ସେଥିପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି। ସୁରକ୍ଷା ଜୋନ୍‌ରେ ବି ଭକ୍ତମାନେ ସବୁଜ ବଳୟ ଦେଖିପାରିବେ। ଏଥିଲାଗି ପ୍ରାୟ ଦେଢ ହଜାର ଗଛ ଅଣାଯାଇଛି। ଏହାକୁ ବିଭିନ୍ନ ସ୍ଥାନରେ ସଜାଇ ରଖାଯାଉଛି। ବୁଧବାର ସନ୍ଧ୍ୟାରେ ସିଂହଦ୍ୱାରରେ ନୂଆକରି ନିର୍ମାଣ କରାଯାଉଥିବା ବ୍ୟାରିକେଡ କଡରେ ଏହି ଗଛଗୁଡ଼ିକୁ ସାଇଜ୍‌ କରି ରଖାଯାଇଥିବା ଦେଖିବାକୁ ମିଳିଛି।
ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ। ଦୂରାଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ପ୍ରକାର ତିକ୍ତ ଅନୁଭୂତି ନ ସାଉଣ୍ଟିବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଅନ୍ୟପଟେ ସୁପ୍ରିମ୍‌କୋର୍ଟ ବି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ତାଗିଦ୍‌ କରିଛନ୍ତି । ଭକ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କାମ ଆରମ୍ଭ ହୋଇଯାଇଛି। ସ୍ଥାୟୀ ଜୋତାଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ଟଏଲେଟ୍‌, ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ବ୍ୟାରିକେଡରେ କିପରି ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିବେ ତା’ର ବି ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ଯେଉଁ ଅସ୍ଥାୟୀ ବ୍ୟାରିକେଡ ରହିଛି ତାହାକୁ ଆହୁରି ପୂର୍ବ ପାର୍ଶ୍ୱକୁ ଘୁଞ୍ଚାଇ ଦିଆଯାଇ ନୂତନ ବ୍ୟାରିକେଡ କାମ ଚାଲିଛି। ଅଳ୍ପଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇଯିବ। ନୂଆବର୍ଷରେ ଭକ୍ତମାନେ ନୂଆ ଅନୁଭୂତି ପାଇବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଚେତାବନୀ ଦେଲା ଚାଇନା: ହର୍ମୁଜକୁ ନେଇ ହଲଚଲ

ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକା ଓ ଇରାନ୍‌ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri