ଛତିଶା ନିଯୋଗ ବୈଠକ: ଅଙ୍ଗାରକୁ ନେଇ ତୁମ୍ବିତୋଫାନ

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଭିତରକୁ ଆସୁଛି ବାହାର ଅଙ୍ଗାର। ତାହା ପୁଣି ରୋଷଘରେ ବ୍ୟବହାର ହେଉଛି। ପ୍ରସ୍ତୁତ କରାଯାଉଛି ଆନନ୍ଦ ବଜାରରେ ବିକ୍ରି କରାଯାଉଥିବା ଭୋଗ (କୋଠଭୋଗ ନୁହେଁ)। ଅଳ୍ପ କେତେଜଣ ସୁଆର ସେବକ ଏଭଳି ଲାଭଖୋର ମନୋବୃତ୍ତି ରଖି ହିତାହିତ ଭୁଲିଯାଉଛନ୍ତି। ଭକ୍ତଙ୍କ ଭାବନା ସହିତ ଖେଳ ଖେଳୁଛନ୍ତି। ଜଣେ ସେବକ ଏଭଳି ଅଭିଯୋଗ କରିବା ପରେ ଏହାକୁ ନେଇ ବୁଧବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ଏହା ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ପାଇଁ ସମ୍ପୃକ୍ତ ସେବକ ଦାବି କରିଥିଲେ।
ଶ୍ରୀମନ୍ଦିର ରୋଷଘରେ ସୁଆର ସେବକମାନେ ଭୋଗ ପ୍ରସ୍ତୁତ କରିଥାନ୍ତି। ଏହି ଭୋଗ ଆନନ୍ଦ ବଜାରରେ ବିକ୍ରି କରାଯାଉଥିବାବେଳେ ଲୋକେ ମଧ୍ୟ ବରାଦି ଦେଇ ନେଇଥାନ୍ତି। ଶୁଦ୍ଧପୂତ ଭାବେ ଏହି ଭୋଗ ପ୍ରସ୍ତୁତ କରାଯିବାର ନିୟମ ରହିଛି। ଏଥିପାଇଁ ଆବଶ୍ୟକ ଡାଲି, ଚାଉଳ, ପନିପରିବା ଆଦିରେ ଶୁଦ୍ଧତା ରହିବା ବି ଅପରିହାର୍ଯ୍ୟ। ଏହିସବୁ ସାମଗ୍ରୀ ଯାଞ୍ଚ ପାଇଁ ମଧ୍ୟ ସ୍ବତନ୍ତ୍ର ସେବକ ରହିଛନ୍ତି। ଏହି ଭୋଗ କେବଳ କାଠଚୁଲାରେ ପ୍ରସ୍ତୁତ କରାଯାଏ, ତାହା ପୁଣି ସବୁ କାଠରେ ନୁହେଁ। କିନ୍ତୁ କିଛି ସୁଆର ସେବକ ଏ ସବୁକୁ ମାନୁନାହାନ୍ତି। ଅଧିକ ଲାଭ ଆଶାରେ ବେନିୟମ କାମ କରୁଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଭକ୍ତଙ୍କ ଯେଉଁ ଭାବନା ଓ ବିଶ୍ୱାସ ରହିଛି, ତାହାକୁ ସେମାନେ ସମ୍ପୂର୍ଣ୍ଣ ପାଶୋରି ଦେଉଛନ୍ତି। ପୂର୍ବରୁ ଚାଉଳର ମାନ ଓ ଡାଲ୍‌ଡା ବ୍ୟବହାର କରାଯାଉଥିବାରୁ ଏହାକୁ ନେଇ ଏକାଧିକ ଥର ଅଭିଯୋଗ ଉଠିଛି। କିନ୍ତୁ ସମ୍ପୂର୍ଣ୍ଣ ସୁଧାର ଆସିପାରି ନ ଥିବାବେଳେ ଏବେ ଭୋଗର ଜାଳେଣିକୁ ନେଇ ଉଠିଛି ପ୍ରଶ୍ନ। ବୁଧବାର ଛତିଶା ନିଯୋଗ ବୈଠକରେ ଜଣେ ସେବକ ଏହି ପ୍ରସଙ୍ଗ ଉଠାଇଥିଲେ। ବାହାର ଅପବିତ୍ର ସ୍ଥାନରୁ ଅଙ୍ଗାର ଆଣି ରୋଷଘରେ ପୂରାଯାଉଛି ବୋଲି ସେ କହିଥିଲେ। ଏହା ବେଆଇନ କାମ ବୋଲି ସେବକଙ୍କୁ କୁହାଗଲେ ମଧ୍ୟ ସେମାନେ କିଛି ଶୁଣୁନାହାନ୍ତି। ବାହାରୁ ବସ୍ତା ବସ୍ତା ଅଙ୍ଗାର ଭିତରକୁ ଯାଉଥିବାବେଳେ ସୁରକ୍ଷା କର୍ମୀମାନେ ଜାଣିପାରୁ ନାହାନ୍ତି କେମିତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ସେବକଙ୍କୁ କେତେଜଣ ଘେରିଥିଲେ। ଫଳରେ କିଛି ସମୟ ଧରି ହୋହଲ୍ଲା ହୋଇଥିଲା। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ କହିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଉପରେ ପ୍ରୋସିଡିଂ ବାହାରିବା ପରେ ଯାହା କିଛି ଜଣାପଡ଼ିବ।
ଶାସ୍ତ୍ରରେ ଉଲ୍ଲେଖ ରହିଛି, ଅବଢ଼ା କଣିକାଏ ପାଇଲେ ଜୀବ ମୁକ୍ତି ଲାଭ କରେ। ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ସକାଶେ ଚାହିଁ ରହିଥାନ୍ତି। ତେଣୁ ଏହି ଭୋଗ ପ୍ରସ୍ତୁତିରେ କୌଣସି ପ୍ରକାର ଅଶୁଦ୍ଧତା ରହିବା ଉଚିତ ନୁହେଁ। ମହାପ୍ରସାଦ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ରହିଛି। ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଇଥାଏ। କୁହାଯାଇଛି ଭଗବାନଙ୍କୁ ନିନ୍ଦିଲେ ଚଳିବ, କିନ୍ତୁ ତାଙ୍କ କୈବଲ୍ୟକୁ ନିନ୍ଦା କରିବା ଉଚିତ ନୁହେଁ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି- ଶ୍ୱାନ ମୁହଁରୁ ଯଦି ମହାପ୍ରସାଦ ପଡ଼ିଯାଇଛି ତାକୁ ସ୍ବୟଂ ବ୍ରାହ୍ମଣ ମଧ୍ୟ ଗ୍ରହଣ କରିପାରିବେ। ତେଣୁ ମହାପ୍ରସାଦ ପ୍ରସ୍ତୁତି ଅତ୍ୟନ୍ତ ଶୁଦ୍ଧପୂତ ଭାବେ କରାଯିବା ଉଚିତ ବୋଲି ଶ୍ରଦ୍ଧାଳୁ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri