ଫୁଲବାଣୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଫୁଲବାଣୀ ଅଫିସ,୧୯ା୧୨-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ କରୋନେସନ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମେଡିଶିନାଲ ପ୍ଲାଣ୍ଟ ବୋର୍ଡ ପକ୍ଷରୁ ଏବଂ ଫୁଲବାଣୀ ବନଖଣ୍ଡ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମେଳାକୁ ଅତିରିକ୍ତ ପିସିସିଏଫ ତଥା ରାଜ୍ୟ ମେଡିଶିନାଲ ପ୍ଲାଣ୍ଟସ୍‌ ବୋର୍ଡର ମୁଖ୍ୟ ନିର୍ବାହୀ ଏ.କେ. ପାଠକ ଉଦ୍‌ଘାଟନ କରିଛନ୍ତ। ଆୟୁର୍ବେଦ ହେଉଛି ପ୍ରାଚୀନ ଚିକିତ୍ସା ପଦ୍ଧତି, ସବୁ ଚିକିତ୍ସା ଏହି ଠାରୁ ହିଁ ଆସିଛି। ଆଜି ବି ସାରା ବିଶ୍ୱରେ ଆୟୁର୍ବେଦର ଗୁରୁତ୍ୱ ରହିଛି ବୋଲି ପାଠକ ଏହି ଅବସରରେ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସର୍କଲ ଅତିରିକ୍ତ ପିସିସିଏଫ ସୁରେଶ ପନ୍ଥ, ବାଲିଗୁଡା ଡିଏଫ୍‌ଓ ଭି. ନିଳାନାଭର, ଘୁମୁସର ସାଉଥ ଡିଭିଜନ ଡିଏଫ୍‌ଓ ଏସ୍‌ ଏନ ବେହୁରା, ବୌଦ୍ଧ ଡିଭିଜନ ଡିଏଫଓ ଯଶୋବନ୍ତ ସେଠୀ, ଫୁଲବାଣୀ କେନ୍ଦୁଲିଫ ଡିଏଫ୍‌ଓ ହେମନ୍ତ କୁମାର ସାହୁ, ଘୁମୁସର ନର୍ଥ ଡିଭିଜନ ଡିଏଫ୍‌ଓ ଅଭୟ କୁମାର ଦଳାଇ, ଜି. ଉଦୟଗିରି ଡିସିଏଫ୍‌ ପି. ସି. ଗୁରୁ ଏବଂ ଓଡିଶା ବାଓ ଡାଇଭର୍ସିଟି ବୋର୍ଡର ବୈଜ୍ଞାନିକ ଡ. ପ୍ରସାଦ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ଫୁଲବାଣୀ ଡିଏଫ୍‌ଓ ଲକ୍ଷ୍ମୀ ନାରାୟଣ ବେହେରା ପୌରହିତ୍ୟ କରିଥିଲେ। ଆସନ୍ତା ୨୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ମେଳାରେ ୫୦ଟି ଷ୍ଟଲରେ ଆୟୁର୍ବେଦ ସମ୍ପର୍କିତ ଚେରମୂଳି ଠାରୁ ନେଇ ଔଷଧୀୟ ବୃକ୍ଷର ପ୍ରଦର୍ଶନୀ ହେଉଛି। ଏଥିସହ ବିଭିନ୍ନ ସ୍ଥାନରୁ ଆସିଥିବା ବୈଦ୍ୟମାନେ ବିଭିନ୍ନ ରୋଗ ଓ ଏହାର ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri