ରାସ୍ତା ମଝିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଡେରାବିଶ,୨୫।୧୧(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ ଚାନ୍ଦୋଳ ବସ୍ଷ୍ଟପ୍ ଠାରୁ ଦାନପୁର ପର୍ଯ୍ୟନ୍ତ ୧୨ ନଂ କେନାଲ୍ ବନ୍ଧର ମୁକୁନ୍ଦପୁର ଗ୍ରାମ ନିକଟରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରାସ୍ତା ମଝିରେ ରହିଛି। ଏଥିଯୋଗୁ ବିପଦ ଆଶଙ୍କା ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ
ପୁରୀ ଅଫିସ୍, ୨୫।୧୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ଏହାସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ହାତୀପଲଙ୍କ ଉପଦ୍ରବ, ଧାନଫସଲ ନଷ୍ଟ
ଦଶପଲ୍ଲା,୨୫।୧୧(ଡି.ଏନ୍.ଏ.): ଦଶପଲ୍ଲା ବନାଞ୍ଚଳର ଚଡ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ସନ୍ଧ୍ୟା ହେଲେ ନିକଟସ୍ଥ ଧାନକ୍ଷେତକୁ ଆସି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଏବଂ ବର୍ତ୍ତମାନ ଧାନ ପାଚିବା…
ଜବରଦଖଲରେ ସରକାରୀ ଜାଗା: ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ
ଖଣ୍ଡପଡ଼ା,୨୫।୧୧(ସ୍ବ.ପ୍ର.): ଖଣ୍ଡପଡ଼ା ତହସିଲ ଅଧୀନ ବଡବାଣପୁର ପଞ୍ଚାୟତ ରତନପୁର ଗ୍ରାମରେ ଥିବା କିଛି ସରକାରୀ ଜାଗାକୁ କେତେକ ବ୍ୟକ୍ତି ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରିଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି…
ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନିବେଦିତା ପଟ୍ଟନାୟକ ସମ୍ମାନ
କଟକ ଅଫିସ,୨୫।୧୧: କଟକ ଶହୀଦ ଭବନରେ ପ୍ରତିଷ୍ଠିତ ନୃତ୍ୟ ଗ୍ରୁପ୍ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ଦ୍ୱାରା ଚାଲିଥିବା ୨୩ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। କହିବ ମୋ ପ୍ରାଣ, ନାଥ ରଘୁରାଣ, ପାଦପଦ୍ମେ ମୋର ମାଗୁଣି……
ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ
କଟକ ଅଫିସ,୨୫।୧୧: କଥାଶିଳ୍ପୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟ ୨୦୧୮ର ମର୍ଯ୍ୟାଦାଜନକ ସାରଳା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ଡିସେମ୍ବର ୮ରେ କଟକ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ…
ପିଇଓଙ୍କ ବଦଳିକୁ ନେଇ ଅସନ୍ତୋଷ
ବାଲିକୁଦା,୨୫।୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ତଥା ବରମୁଣ୍ଡଳି ସରପଞ୍ଚ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସରପଞ୍ଚଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।…
ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଲେ ଯୁଦ୍ଧ ଜାହାଜ
ପାରାଦୀପ,୨୫।୧୧(ସ୍ବ.ପ୍ର.): ପ୍ରତିବର୍ଷ ପରି ଚଳିତବର୍ଷ ରବିବାର ପାରାଦୀପ ବନ୍ଦରରେ ସର୍ବଧାରଣଙ୍କ ପାଇଁ ଲାଗିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘଡ଼ିଆଳ ଓ ରାଣା। ଏହାକୁ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିବାର ସୁଯୋଗ ପାଇଛନ୍ତି। ବନ୍ଦରାଞ୍ଚଳର ଜୟଦେବସଦନଠାରୁ ସ୍ବତନ୍ତ୍ର ବସ୍…
ଜିଲା ଯୁବ ଉତ୍ସବ ଉଦ୍ଯାପିତ: ଗଞ୍ଜାମକୁ ଭାରତର ଶ୍ରେଷ୍ଠ ଜିଲା କରିବାକୁ ଆହ୍ବାନ
ବ୍ରହ୍ମପୁର ଅଫିସ,୨୫ା୧୧-ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲା ପ୍ରଶାସନ କ୍ରୀଡା ବିଭାଗ ଅନୁକୂଲ୍ୟରେ ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲା ଯୁବ ଉତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି ା ଗଞ୍ଜାମ କଳା, ସଂସ୍କୃତି ଜିଲା ା କଳା, ସଂସ୍କୃତି,…
ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଗୋପାଳପୁର/କନିଷି(ଡି.ଏନ୍.ଏ.),୨୫ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ବ୍ରହ୍ମପୁର ମହାନଗର ଗୋଇଲୁଣ୍ଡି ଅଞ୍ଚଳର ନୀଳାଞ୍ଚଳ ମହାନ୍ତି (୩୩)। ପ୍ରକାଶ ଯେ, ଶ୍ୟାମା…
ବାର୍ହା ମାଂସ ଜବତ, ଜଣେ ଗିରଫ
ବୁଗୁଡ଼ା,୨୫ା୧୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଥରବଣି ଛକଠାରେ ରବିବାର ପୂର୍ବାହ୍ନରେ ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ୍ସେଲ ଗାଡ଼ି ଓ ସେଥିରେ ଥିବା ବାର୍ହା ମାଂସ ଜବତ କରାଯାଇଛି। ଉକ୍ତ ମାଂସ ନେଇ ଯାଉଥିବା କଣ୍ଟାବଣି ଗ୍ରାମର ପଠାଣ ମାଝିଙ୍କୁ ଗିରଫ…
କଣ୍ଡକ୍ଟରଙ୍କୁ ମାଡ଼, ଜେଲଗଲେ ଯୁବକ
ଆସିକା,୨୫ା୧୧(ଡି.ଏନ୍.ଏ.) -ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର ଇଣ୍ଡନପୁର ଗ୍ରାମ ଛକ ନିକଟରେ ଏକ ଘରୋଇ ବସ୍ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଇଣ୍ଡନପୁର ଗ୍ରାମର ଶମ୍ଭୁ ଭୂୟଁା। ଏହି…

