ବନ୍ଧୁକଧାରୀଙ୍କ ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଅଧ୍ୟାପକ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୨୦ା୧୨- ଟାଉନ ଥାନା ଅନ୍ତର୍ଗତ ଧର୍ମନଗର ବଜାଜ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ଅଧ୍ୟାପକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ବନ୍ଧୁକ ଧରି ସେଠାରେ ସମସ୍ତଙ୍କୁ ଭୟଭୀତ କରୁଥିଲେ। ଟାଉନ ଥାନା ପୋଲିସ ମାମଲା ନମ୍ବର ୨୫୮/୧୯ରେ ଅଭିଯୁକ୍ତ ଅଧ୍ୟାପକ ଅନୁରୋଧ ପଟ୍ଟନାୟକ (୩୭)ଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ତାଙ୍କ ନିକଟରୁ ଏକ ଖେଳନା ବନ୍ଧୁକ ଜବତ କରିଛି। ଏପରି କି ଘଟଣା ବେଳେ ବ୍ୟବହୃତ ଏକ କାର (ନଂ ଓଡି ୦୭ଟି ୦୬୧୦)କୁ ଜବତ କରାଯାଇଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ନିଜକୁ ଏକ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ କହିବା ସହିତ ସେ ଜଣେ ଖବରଦାତା ବୋଲି ମଧ୍ୟ ପରିଚୟ ଦେଇଛନ୍ତି। ପୋଲିସ ଉକ୍ତ ଅଧ୍ୟାପକ ଓ ଖବରଦାତା ପରିଚୟପତ୍ର ମଧ୍ୟ ଜବତ କରିଥିବା କହିଛି। ପୋଲିସ ଗୁରୁବାର ଅଭିଯୁକ୍ତ ଅନୁରୋଧଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ, ବଡବଜାର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡରେ ରହୁଥିବା ପଟ୍ଟନାୟକ ଧର୍ମନଗରରେ ଥିବା ବଜାଜ ଫାଇନାନ୍ସ ସଂସ୍ଥାରୁ ୧୦ ହଜାର ଟଙ୍କା ଋଣ ନେଇଥିଲେ। ସେ କେତେକ କିସ୍ତିରେ ଋଣ ପରିଶୋଧ ମଧ୍ୟ କରିଥିଲେ। ହେଲେ ବଳକା ଟଙ୍କା ଓ ସୁଧ ମିଶି ଅଧିକ ହେଉଥିବାରୁ ସେ ଉକ୍ତ ସଂସ୍ଥାକୁ ଯାଇ ଏହାର ପ୍ରତିବାଦ କରିଥିଲେ। ବୁଧବାର ସନ୍ଧ୍ୟାରେ ଉକ୍ତ ସଂସ୍ଥାରେ ଅନୁରୋଧ ପହଞ୍ଚି ପ୍ରଥମେ ଶାଖା ପ୍ରବନ୍ଧକଙ୍କ ସହ ଝଗଡା କରିଥିଲେ। ପରେ ବାହାରକୁ ଆସି ଶାଖର ଶଟର ପକାଇ ଦେଇଥିଲେ। ସଂସ୍ଥା ପରିଚାଳକ ଏସ୍‌.ମୁରଲୀ ଧରଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ କାବୁ କରିଥିଲା ଏବଂ ତାଙ୍କ ନିକଟରୁ ବନ୍ଧୁକ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri