ମହିଳାଙ୍କୁ ଧକ୍କା ଦେଲା ସ୍କୁଲ ବସ୍, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଯୋଡ଼ା,୨୪।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିରାଜୁଦ୍ଦିନ୍ ଖଣି ବି-ପ୍ଲଟ ତାରିଣୀ ମନ୍ଦିର ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍ ଜଣେ ମହିଳାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଅବସ୍ଥାରେ ଉଚ୍ଚବାଲୀସ୍ଥିତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ…
ଖଣିଜ ସାମ୍ପଲିଂ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ
ଯୋଡ଼ା,୨୪।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏସ୍ଜିଏସ୍ ଖଣିଜ ସାମ୍ପଲିଂ କାରଖାନା କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଚୋରି ହୋଇଥିବା ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଉକ୍ତ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ୩୦ଟି ଟାଟା ଆଜ୍ବେଷ୍ଟସ୍…
ରେଳ ଲାଇନ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଯୋଡ଼ା,୨୪।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନମିରା ଗ୍ରାମ ନିକଟ ରେଳ ଲାଇନ୍ରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ ନମିରା ଗ୍ରାମ ମୁଣ୍ଡା ସାହିର ବିଦୁ ମୁଣ୍ଡା(୩୦)। ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ…
ସାପ କାମୁଡ଼ାରେ ନାବାଳିକା ମୃତ
ପାଟପୁର,୨୪।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ରବିବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଭାସ୍କର ବେହେରାଙ୍କ ସାନ ଝିଅ ଟିକିନା ବେହେରା। ଟିକିନା ଶନିବାର ଅପରାହ୍ନରେ ଘର ପାଖରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଝିଅ ମୃତ, ମା’ ଗୁରୁତର, ହସ୍ପିଟାଲରେ ଛାଡ଼ି କାର୍ ସହ ଚାଳକ ଫେରାର
ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ବାଉଁଶୁଳିଛକ ନିକଟରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୮ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ…
ଦାରିଙ୍ଗବାଡ଼ି ଥାନା ଏଏସ୍ଆଇଙ୍କ ଦେହାନ୍ତ: ବିଭିନ୍ନ ମହଲରେ ଶୋକ
ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାର କାର୍ଯ୍ୟରତ ଏଏସ୍ଆଇ ଆର୍. ଭୀମ୍ମାରାଓ ରେଡ୍ଡୀଙ୍କ ଶନିବାର ସନ୍ଧ୍ୟା ସମୟରେ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଭୀମ୍ମାରାଓ ଶୁକ୍ରବାର ହଠାତ୍ ଅସୁସ୍ଥ ହୋଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଶୋଇଥିବା ଅବସ୍ଥାରେ ଭୁଶୁଡ଼ିଲା ଝିକର ଛପରଘର: ଜଣେ ଗୁରୁତର
ଦିଗପହଣ୍ଡି,୨୪।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ବାରିତଳା ଗ୍ରାମର ସନ୍ତୋଷ ଗୌଡଙ୍କ ଝିକର ଛପରଘର ରବିବାର ଭୋର ସମୟରେ ଭୁଶୁଡିପଡ଼ିଛି। ଏହା ତାଙ୍କ ସ୍ତ୍ରୀ ସୁଜାତାଙ୍କ ଉପରେ ପଡ଼ିବା ଯୋଗୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର…
ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ
ହାଟଡିହୀ, ୨୪।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଜଣେ ଦୁଇବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମୂଲ୍ୟ ଦାସଙ୍କ ରୋହନ।…
ଉପାନ୍ତ ସହରର ଆକର୍ଷଣ ପ୍ରେମ ପାହାଡ଼
ରାୟଗଡ଼ା ଜିଲାର ୩୫ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଜିଲା ପ୍ରଶାସନ ପର୍ଯ୍ୟଟନ ବିଭାଗକୁ ଯେଉଁ ପ୍ରସ୍ତାବ ତାଲିକା ପଠାଇଛନ୍ତି ସେଥିରେ ପ୍ରେମ ପାହାଡ଼ ରହିଛି। ରାୟଗଡା ସହରରେ ଥିବା ଲଣ୍ଡା ପାହାଡର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମେ ଜିଲା…
ସ୍ବଚ୍ଛ ଗ୍ରାମ କଣ୍ଟାବଣିଆ: ବାହାରେ ମଳତ୍ୟାଗ କଲେ ୧ହଜାର ଜରିମାନା
କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ। ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ନୟାଗଡ଼ ଜିଲା ସଦର ବ୍ଲକ ବାଲୁଗାଁ ପଞ୍ଚାୟତର କଣ୍ଟାବଣିଆ ଗ୍ରାମବାସୀ। ଗ୍ରାମବାସୀଙ୍କ ଏକତା ଏହି ଗ୍ରାମକୁ ବର୍ତ୍ତମାନ ସ୍ବଚ୍ଛ ଗ୍ରାମ ରୂପେ ପରିଗଣିତ କରିଛି। ଗ୍ରାମରେ…
ନିଆରା ମହିଳା: ଶିକ୍ଷକତା ପେସା, ସାହିତ୍ୟ ଯାହାର ନିଶା
ବରୀ, (ବାଞ୍ଛାନିଧି ସାହୁ)- ପେସା ଶିକ୍ଷକତା ନିଶା ସାହିତି୍ୟକ। ଏଭଳି ଜଣେ ନିଆରା ମହିଳା ହେଉଛନ୍ତି ବରୀ ବ୍ଲକ୍ ଅଧୀନ କିମ୍ଭୀରିଆପାଳ ପଞ୍ଚାୟତର ମାଳଦା କମଳିନୀ ପାଗଡ଼। ଛୁଟି ଦିନ ହେଲେ କଲମ ଧରି ବସିଯାଆନ୍ତି ସାହିତ୍ୟ ରଚନାରେ। ଦୀର୍ଘ ୩୦…
କ୍ଷୟ ହେବାରେ ଲାଗିଛି ବିକ୍ରମଖୋଲ ଗୁମ୍ଫାର ପ୍ରାଚୀନ ଶିଳାଲିପି
ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବଞ୍ଜାରୀ ଗ୍ରାମ ସନ୍ନିକଟ ଜଙ୍ଗଲରେ ରହିଛି ପ୍ରାଚୀନ ବିକ୍ରମଖୋଲ ଗୁମ୍ଫା। ଏହା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଏହି ଗୁମ୍ଫାରେ ହଜାର ହଜାର ବର୍ଷ ପୂର୍ବେ ଆଦିମାନବ ବସବାସ କରୁଥିବା ବିଶ୍ୱାସ ରହିଛି। ଗୁମ୍ଫାରେ…

