ଆମ ଜିଲା ଖବର

ବ୍ୟାଙ୍କରୁ ଟଙ୍କା ଲୁଟ୍‌ ମାମଲା: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଢେଙ୍କାନାଳ ଅଫିସ,୨୫ା୧୧-ଢେଙ୍କାନାଳ ସଦର ଥାନା ସିମିନଈସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାରୁ ୨୦୧୭ରେ ସଙ୍ଗଠିତ ଲୁଟ୍‌ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ ଘଟଣାର ଅନ୍ୟତମ ଅଭିଯୁକ୍ତ ସୋଗରପଶି ଗ୍ରାମର ମାନସ କୁମାର ଷେଣ୍ଢ…

ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି। ଫୁଲବାଣୀର ମାଦିକୁନ୍ଦା ଛକରେ…

ମା’ଙ୍କ ଦଶାହରେ ଆଖି ବୁଜିଲେ ପୁଅ

ପାଟପୁର,୨୫ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ମା’ଙ୍କ ଦଶାହ କାର୍ଯ୍ୟ ସାରିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରଶାନ୍ତ କୁମାର ପଟ୍ଟନାୟକ (୫୨)। କଙ୍କେରଡ଼ା ନେହେରୁ ବିଦ୍ୟାପୀଠରେ ପ୍ରଶାନ୍ତ କିରାଣି…

୨ ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ସୋମବାର ଅପରାହ୍ନରେ ୨ଜଣ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର ମାମଲା ନଂ. ୩୦/୧୯ ଓ ୩୧/୧୯ ମୋଟର ଯାନ ଆଇନର ଦଫା ୧୮୫ ଅନୁଯାୟୀ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା…

ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର

ଯୋଡ଼ା,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…

୧.୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବ୍ୟବସାୟୀ ହେଲେ ନିଶାକର ପାତ୍ର। ତାଙ୍କଠାରୁ ୧୨ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ…

ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବିଫଳ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ୍‌ ଟିମ୍‌

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିହା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଝରକା ଗ୍ରୀଲ୍‌ ଭାଙ୍ଗି ରବିବାର ରାତିରେ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଥିବା ଜଣାପଡ଼ିଛି। ସୋମବାର ଏହି ଘଟଣା ଜଣାପଡ଼ିବା ପରେ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ଆଇଆଇସି ଧନେଶ୍ୱର ସାହୁ, ଏଏସ୍‌ଆଇ…

ହାତୀପଲ ଭାଙ୍ଗିଲେ ୨ ଘର

ବଡ଼ସାହି,୨୫ା୧୧(ସ୍ବ.ପ୍ର.)-ନୀଳଗିରି ବନାଞ୍ଚଳକୁ ଯିବା ବାଟରେ ଝାଡଖଣ୍ଡ ହାତୀପଲ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲ୍ଳକ ଜଙ୍ଗଲତଳି ଇଲାକାରେ ଉପଦ୍ରବ ଚଳାଇଛନ୍ତି। ରବିବାର ବିଳମ୍ବିତ ରାତିରେ ସେମାନେ ଭୀମଦା ପଞ୍ଚାୟତ ଦାସୀପୁର ଗ୍ରାମରେ ପଶି ଦୁଇଟି ଘର ଭାଙ୍ଗି ଧାନଚାଉଳ ନଷ୍ଟ କରିଦେଇଛନ୍ତି। ଗ୍ରାମର…

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଅଭିନବ ପ୍ରୟାସ ଭାବେ ଆୟୋଜିତ ହେଉଥିବା ମୟୂରଭଞ୍ଜ ମହୋତ୍ସବ ଜନମାନସରେ ଏକ…

ନକଲି ଜର୍ଦ୍ଦା କାରଖାନା ଠାବ: ଜଣେ ଗିରଫ

ଭଦ୍ରକ ଅଫିସ, ୨୫ା୧୧- ଭଦ୍ରକ ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ମିର୍ଜାପୁର ଚିଡ଼ିଆମାରପଦାରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ସେଠାରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସମେତ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି…

କାଳିଆ ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କ ଗଣଧାରଣା

କେସିଙ୍ଗା,୨୫।୧୧: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ବହୁ ହିତାଧିକାରୀ କାଳିଆ ଯୋଜନା ଟଙ୍କା ପାଇ ନ ଥିବା ପ୍ରତିବାଦରେ ସୋମବାର ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏଥିରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିବା ନେଇ ଏହି…

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ ‘ପାଣିପିଆ ଘଣ୍ଟା’ ଅଭିଯାନ ଆରମ୍ଭ ହୋଇଛି। ବ୍ରହ୍ମପୁରସ୍ଥିତ ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?