ସହରବାସୀଙ୍କୁ ଘାରିଛି ସୁରକ୍ଷା ଚିନ୍ତା

ଭଦ୍ରକ ଅଫିସ, ୨୦।୧୨- ଭଦ୍ରକ ସହର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ। ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି। ସହରର ଚରମ୍ପା ଷ୍ଟେଶନଠାରୁ ଆରମ୍ଭ କରି ଗେଲପୁର ଛକ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଏବେ ବାହାର ରାଜ୍ୟର ବ୍ୟବସାୟୀଙ୍କ ଭିଡ଼। ଭଦ୍ରକ ସହରରେ ଏହି ବେପାରୀମାନେ ଭଡ଼ାରେ ରହି ବ୍ୟବସାୟ କରୁଛନ୍ତି। କିନ୍ତୁ ଏହି ଭଡ଼ାଟିଆମାନଙ୍କ ଠିକଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ପାଖରେ ରହୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସହର ବାସିନ୍ଦା ସେମାନଙ୍କ ସୁରକ୍ଷା ଚିନ୍ତା ପ୍ରକଟ କରିଛନ୍ତି। ଅପରାଧ ଘଟଣା ଘଟିବା ପୂର୍ବରୁ ପୋଲିସ ରାଜ୍ୟ ବାହାରର ବ୍ୟବସାୟୀଙ୍କ ଠିକଣା ଖୋଜି ବାହାର କରିବା ଆବଶ୍ୟକ ବୋଲି ସହରର ସଚେତନ ନାଗରିକମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏଠାରେ ବହୁ କମ୍‌ ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଭଡ଼ାରେ ରହିଆସୁଛନ୍ତି। କେଉଁ ଘର ମାଲିକଙ୍କ ଘରେ ରାଜ୍ୟ ବାହାରର ଏହିଭଳି ବ୍ୟବସାୟୀମାନେ ରହୁଛନ୍ତି ତାହାର ଠିକ୍‌ ଠିକଣା ସ୍ଥାନୀୟ ଥାନାରେ ରହିବା କଥା। କିନ୍ତୁ ସେ ସମ୍ପର୍କରେ କୌଣସି ତଥ୍ୟ ଥାନାରେ ନାହିଁ। ଭଡ଼ାଟିଆଙ୍କ ଠିକଣା ପୋଲିସ ପାଖରେ ରହୁ ନ ଥିବାରୁ ଅନେକ ସମୟରେ ଅପରାଧ ଘଟାଇ ଅପରାଧୀମାନେ ଘର ଛାଡ଼ି ଫେରାର ହୋଇଯାଉଥିବା ନଜିର ରହିଛି। ଭଦ୍ରକ ସହରରେ ୨୦୧୬ ଫେବୃୟାରୀ ୨୮ରେ ସିମି ଆତଙ୍କବାଦୀମାନେ ଭଡ଼ାରେ ରହି ସେମାନଙ୍କ ନେଟ୍‌ୱର୍କ ଚଳାଇଥିବାର ମଧ୍ୟ ପ୍ରମାଣ ମିଳିଛି। ୫ ଆତଙ୍କବାଦୀଙ୍କ ବିଷୟରେ ତିଳେମାତ୍ର ସୁରାକ୍‌ ପାଇପାରି ନ ଥିଲେ ସାହି ପଡ଼ୋଶୀ। ଗିରଫ ଆତଙ୍କବାଦୀମାନେ ସାର କମ୍ପାନୀରେ ଚାକିରି କରୁଥିବା ଓ କାଠ କାମ କରୁଥିବା ନେଇ ପରିଚୟ ଦେଇ ଭଡ଼ାରେ ରହୁଥିଲେ। ସନ୍ଥିଆ ପୋଲଠାରୁ ମାତ୍ର ୩୦ ମିଟର ଦୂରରେ ସେମାନେ ଦୀର୍ଘ ମାସ ରହି ସେମାନଙ୍କ ନେଟ୍‌ୱର୍କ ଚଳାଇଥିଲେ। ସେଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଏକ ସ୍ଥାୟୀ ପୋଲିସ କ୍ୟାମ୍ପ ସେମାନଙ୍କ ସମ୍ପର୍କରେ ଜାଣିପାରି ନ ଥିଲା। ଘଟଣା ଘଟିବା ପରେ ପୋଲିସ ଭଡ଼ାଟିଆଙ୍କ ଠିକଣା ଖୋଜିଥିଲା। କିନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ନ ଥିଲା। ଫଳରେ ବହୁ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଏଠାରେ ଭଡ଼ାରେ ରହୁଥିବା ରାଜ୍ୟ ବାହାରର ଅନେକ ଗୁପ୍‌ଚୁପ୍‌ ବ୍ୟବସାୟୀ ଗିରଫ ହେଉଥିବା ନଜରକୁ ଆସିଛି। କେତେକ କ୍ଷେତ୍ରରେ ଦିନରେ ଫେରି କରି ରାତିରେ ଚୋରି କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଟାଉନ ଥାନାଧିକାରୀ ସରୋଜିନୀ ସିଂଙ୍କୁ ପଚାରିବାରୁ କହିଛନ୍ତି, କେତେଜଣ ଭଡ଼ାଟିଆଙ୍କ ଠିକଣା ସମ୍ପର୍କରେ ପୋଲିସ ଅବଗତ। ଏଥିପ୍ରତି ଘର ମାଲିକ ଅଧିକ ସଚେତନ ହେବା ସହ ଥାନାରେ ସେମାନଙ୍କ ଠିକଣା ଜଣାଇବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri