ଆମ ଜିଲା ଖବର

ପିନ୍ଧା ଶାଢ଼ିରେ ନିଆଁ ଲାଗି ଜଳିଗଲେ ମହିଳା

ପାଟଣା,୨୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଜଣେ ମହିଳାଙ୍କ ପିନ୍ଧା ଶାଢ଼ିରେ ନିଆଁ ଲାଗି ସୋମବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରବୀନ୍ଦ୍ରନାଥ ମହାନ୍ତଙ୍କ ସ୍ତ୍ରୀ ମଞ୍ଜୁଲତା(୫୫)। ସୂଚନାଯୋଗ୍ୟ, ମଞ୍ଜୁଲତା…

ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା’ଙ୍କ ସୁନା ଓ ରୁପାର ମୁକୁଟ, ଚିତା…

ବିଦ୍ୟୁତ୍‌ ଫାଶରେ ଦନ୍ତାହାତୀର ପ୍ରାଣଗଲା, ଶିକାରୀ ଗିରଫ

ବଇଣ୍ଡା,୨୫।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର-ଟେଣ୍ଡୁଲି ରାସ୍ତାରେ ବିଦ୍ୟୁତ ଫାଶରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ। ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ଫାଶ…

ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର

ଭୁବନ,୨୫।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ (ବି) ଗ୍ରାମର ବାଳକୃଷ୍ଣ ପରିଡ଼ାଙ୍କ ଝିଅ ବନିତା ରାଉତ (୨୩)। ବନିତା ମେ ୨୦୧୮ରେ…

୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, ଜିଲା ଖଣିଜ ପାଣ୍ଠିରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନୂଆଗାଁ ପଞ୍ଚାୟତର ଭାଲୁବୋଲ ନିକଟରେ ପାଇପ ଲାଇନ…

ତୀରବିଦ୍ଧ ମୃତ ବାର୍‌ହା ଜବତ, ଜଣେ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୫।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବନବିଭାଗ ଏକ ତୀରବିଦ୍ଧ ବାର୍‌ହାର ମୃତଦେହ ଜବତ କରିଥିବାବେଳେ ଏହି ଘଟଣାରେ ଜଣେ ଚାଷୀଙ୍କୁ ଗିରଫ ସୋମବାର କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ…

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୫।୧୧(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚଲା ନଦୀ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସେ ଏକ ଲୁଙ୍ଗି…

ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳର ଏକ ଗ୍ରାମରେ ଜଣେ ଅନୁସୂଚିତ ଜାତି ଝିଅକୁ ଗଣବଳାତ୍କାର ହୋଇଥିବା ଖବର ଚର୍ଚ୍ଚାର କାରଣ ହୋଇଛି। ସୋମବାର ଏହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ…

ଅଟୋ ଓଲଟି ଶ୍ରମିକଙ୍କ ଜୀବନ ଗଲା

ସମ୍ବଲପୁର, ୨୫।୧୧(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଥାନା ଭୋଇପାଲି ଗ୍ରାମ ନିକଟରେ ଅଟୋ ଦୁର୍ଘଟଣା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଘେନୁପାଲି ଅଞ୍ଚଳର କ୍ଷମାଶିଳ ମିର୍ଞ୍ଚା (୪୫)। ସଦର ଥାନା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ…

ନୀଳଗିରିକୁ ପଶିଲେ ୪୫ରୁ ଊର୍ଦ୍ଧ୍ୱ ହାତୀ, ଲୋକେ ଆତଙ୍କିତ

ସଜନାଗଡ଼,୨୫।୧୧(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ବାଲେଶ୍ୱର ଜିଲା ନୀଳଗିରି ବନାଞ୍ଚଳକୁ ଚାଲିଆସୁଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାର ହୋଇ ମୟୂରଭଞ୍ଜରେ ଥିବାବେଳେ ସୋମବାର ଭୋରରେ ହାତୀପଲ ନୀଳଗିରି ରେଞ୍ଜ ଅଧୀନ…

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଏନକାଉଣ୍ଟରରେ ଆହତ

ରାୟଗଡ଼ା ଅଫିସ, ୨୫।୧୧: ହାଡ଼ପା ଶିବା ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାୟଗଡ଼ା ପୋଲିସ ରବିବାର ରାତିରେ ଏନକାଉଣ୍ଟର କରିଛି। ଶିବାଙ୍କ ନାମରେ ୫୦ରୁ ଅଧିକ ମାମଲା ରହିଛି। ଗତ ୧୯ ତାରିଖରେ ସୁବର୍ଣ୍ଣପୁରର ଯୁବକ ବିଭୁତି ପୁଜାରୀ (୧୯) ଧାନବାଦ…

୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ: ଲୁଟେରାଙ୍କ ସୁରାକ ପାଉନି ପୋଲିସ

ପଟ୍ଟାମୁଣ୍ଡାଇ,୨୫।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ବ୍ରାହ୍ମଣୀ ବନ୍ୟା ସୁରକ୍ଷା ବନ୍ଧର ବକ୍ତାରପୁର କେନାଲ ପୋଲ ନିକଟରୁ ରବିବାର ଅପରାହ୍ନ ୧ଟା ବେଳେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ରାଜନଗର ମଦ ଦୋକାନ କର୍ମଚାରୀ ସନାତନ ବିଶ୍ୱାଳଙ୍କଠାରୁ ୨ଲକ୍ଷ ୮୭ ହଜାର ଟଙ୍କା ଲୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?