ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା ବାତିଲ

ବ୍ରହ୍ମପୁର ଅଫିସ,୨୦ା୧୨- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ପରୀକ୍ଷା କେବଳ ନାମକୁ ମାତ୍ର। କଲେଜ କର୍ତ୍ତୃପକ୍ଷ ହାତରେ ଏହି ପରୀକ୍ଷା କରାଇବା ନେଇ ପରିଷଦ ଦାୟିତ୍ୱ ନ୍ୟସ୍ତ କରିଛି। କିନ୍ତୁ ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଖାମଖିଆଲ ନୀତିରେ ଆୟୋଜନ କରୁଛନ୍ତି। ଏପରିକି ପରୀକ୍ଷା ନିୟମାବଳୀକୁ ମଧ୍ୟ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ଏପରି ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି ବ୍ରହ୍ମପୁର ମହାମାୟୀ ମହିଳା କଲେଜରେ। ଗୁରୁବାର ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ପ୍ରଥମ ବର୍ଷ ଓଡ଼ିଆ ଓ ଇଂଲିଶର ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ଦୁଇଦିନ ପୂର୍ବରୁ ନୋଟିସ ହୋଇଥିଲା। ଗୁରୁବାର ଛାତ୍ରୀମାନେ ପହଞ୍ଚିବା ବେଳେ ପରୀକ୍ଷା ଆୟୋଜନ ନେଇ କର୍ତ୍ତୃପକ୍ଷ କୌଣସି ପ୍ରସ୍ତୁତି କରି ନ ଥିବାରୁ ନିରାଶ ହୋଇ ଫେରିବାକୁ ପଡିଛି। ଫଳରେ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅଧ୍ୟକ୍ଷ ଡ. କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବୁଧବାର ରାତିରେ ବିଦ୍ୟୁତ୍‌କାଟ ଯୋଗୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇପାରି ନ ଥିଲା। ଫଳରେ ପରୀକ୍ଷାକୁ ଆସନ୍ତା ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଅଧ୍ୟକ୍ଷ ସୂଚାଇଛନ୍ତି। ଏଥିସହ ପରୀକ୍ଷା ଆୟୋଜନ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଯୁକ୍ତ ୨ ପ୍ରଥମ ବର୍ଷ ଅର୍ଦ୍ଧବାର୍ଷିକ ପରୀକ୍ଷା କଲେଜ ହାତରେ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ନ୍ୟସ୍ତ କରିଛି। ସେହି ଅନୁସାରେ ଏହାକୁ କ୍ଲାସ ଟେଷ୍ଟ ଭାବେ କରାଯାଉଥିବା ଅଧ୍ୟକ୍ଷ କହିଛନ୍ତି। ଛାତ୍ରୀଙ୍କ ଭବିଷ୍ୟତ ଗଠନ କ୍ଷେତ୍ରରେ ଯୁକ୍ତ ୨ ବାଣିଜ୍ୟ, ବିଜ୍ଞାନ, କଳା ପାଠ୍ୟକ୍ରମ ବହୁ ଗୁରୁତ୍ୱପୂର୍ଣ୍ଣ।
କିନ୍ତୁ ଏହି ଦୁଇବର୍ଷିଆ ପାଠ୍ୟକ୍ରମ ମଧ୍ୟରେ ପ୍ରଥମ ବର୍ଷରେ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ଖାମଖିଆଲ ଭାବେ ନେଉଥିବା ଜଣାପଡିଛି। ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ନିର୍ଦ୍ଦେଶକ ଡ. କୁଳମଣି ଓଝାଙ୍କ କହିବାନୁଯାୟୀ, ଯୁକ୍ତ ୨ ପ୍ରଥମ ବର୍ଷ ଅର୍ଦ୍ଧବାର୍ଷିକ, ବାର୍ଷିକ ପରୀକ୍ଷା ଦାୟିତ୍ୱ କଲେଜ ହାତରେ ରହିଛି। ଏହି ପରୀକ୍ଷାକୁ ସେମାନେ ଆୟୋଜନର ନିୟମାବଳୀ ପ୍ରକାରେ କରିବାର ନିୟମ ରହିଛି। କିନ୍ତୁ ଏହାକୁ ଅନେକ କଲେଜ ଖାମଖିଆଲି ଭାବେ ଗ୍ରହଣ କରିବା ସହ ପ୍ରଥମ ବର୍ଷର ପରୀକ୍ଷା ଆୟୋଜନ ଉପରେ ଗୁରୁତ୍ୱ ଦେଉନାହାନ୍ତି।
ଫଳରେ ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ମଧ୍ୟ ଏକ ନାମକୁମାତ୍ର ହୋଇ ରହିଯାଇଛି। ତେବେ ଏଥିପ୍ରତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଚାର କରି ପ୍ରଥମ ବର୍ଷର ଉଭୟ ପରୀକ୍ଷା ଆୟୋଜନକୁ ଗୁରୁତ୍ୱ ସହ ଗ୍ରହଣ କଲେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଶିକ୍ଷାର ମାନ ଆହୁରି ଅଧିକ ସୁଦୃଢ଼ ହୋଇପାରିବ ବୋଲି ବୁଦ୍ଧିଜୀବୀମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri