ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା
ପାଟଣା,୩ା୫(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଏହାର ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ସରକାରଙ୍କୁ ସହଯୋଗ କରିବା ସହ ଆର୍ଥିକ ସହାୟତା ରାଶି…
କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍ ନମୁନା ସଂଗ୍ରହ
ଛତ୍ରପୁର, ୩।୫(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍ ରବିବାର ସକାଳ ୫ଟା ୧୭ ମିନିଟ ରେ ୫୫୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିଥିଲା। ସମସ୍ତେ ସୁରକ୍ଷିତ ଭାବେ ଓହ୍ଲାଇବା…
ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ
ରାଜନଗର,୩ା୫(ଡି.ଏନ୍.ଏ.) : ଭଦ୍ରକର ଏକ ରାଇସ୍ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ କରି ଶେଷରେ ଚାକିରିରୁ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରକ୍…
କେରଳରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୫୯୩ ପ୍ରବାସୀ ଓଡ଼ିଆ: କରାଗଲା ସ୍କ୍ରିନିଂ, ଷ୍ଟାମ୍ପିଂ, ପଞ୍ଜୀକରଣ
ଜଟଣୀ,୩।୫(ଡି.ଏନ୍.ଏ.): କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍ ରବିବାର ପୂର୍ବାହ୍ନ ୮ଟା ୫୦ମିନିଟରେ ଖୋର୍ଦ୍ଧା ରୋଡ୍ ଷ୍ଟେଶନରେ ପହଞ୍ଚିଥିଲା। ଏହି ଷ୍ଟେଶନରେ ବିଭିନ୍ନ ଜିଲାର ୫୯୩ଜଣ ଓହ୍ଲାଇ ବସ୍ ଯୋଗେ ନିଜ ଗ୍ରାମକୁ ଫେରିଥିଲେ। ୧ନମ୍ବର୍ ପ୍ଲାଟଫର୍ମରେ ଲାଗିଥିବା ଟ୍ରେନ୍ରୁ…
ସୋମବାରଠାରୁ ଏସ୍ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ
କଣ୍ଟାପଡ଼ା,୩ା୫(ଡି.ଏନ୍.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର ବିଭିନ୍ନ ଜିଲାକୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ଚିହ୍ନଟ କରି କେତେକ ନିର୍ଦ୍ଦେଶାବଳୀ…
ଧନୁର୍ଜୟପୁର, ବାଙ୍ଗର ପଞ୍ଚାୟତରେ ପ୍ରବାସୀଙ୍କ ଲାଗି ୨ ଆଇସୋଲେଶନ କେନ୍ଦ୍ର ପ୍ରସ୍ତୁତ
ହାଟଡିହୀ,୩ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଙ୍ଗଲ ପାହାଡ଼ ଘେରାରେ ଧନୁର୍ଜୟପୁର ପଞ୍ଚାୟତ ଅଧୀନରେ ୧୨ଟି ଏବଂ ବାଙ୍ଗର ଅଧୀନରେ ୧୨ଟି ୱାର୍ଡ ରହିଛି। ଏହି ପଞ୍ଚାୟତରେ ଶତକଡା ୭୦ଭାଗ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। କରୋନା ମୁକାବିଲା ଲାଗି ଉଭୟ…
କେନ୍ଦୁଝରରୁ ଯାତାୟାତ କଟକଣା ଉଠିଲା
କେନ୍ଦୁଝର,୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପୋଲିସ କରୋନା ପାଇଁ ଗାଡ଼ି ପାସ୍ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏଣୁ ଅନ୍ଲାଇନ୍ ପାସ ଆବେଦନ ସ୍ଥଗିତ କରାଯାଇଛି। ଓଡ଼ିଶାର ଯେ କୌଣସି ସ୍ଥାନକୁ ଯିବା ପାଇଁ ପାସ୍ର ଆବଶ୍ୟକତା ନ ଥିବା ବେଳେ ରାଜ୍ୟ ବାହାରକୁ…
କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ: ଚିନ୍ତାରେ ଚାଷୀ
ଆରଡ଼ି,୩ା୫(ଡି.ଏନ୍.ଏ.): ଲକ୍ଡାଉନ୍ ପ୍ରଭାବ ଯୋଗୁ ଧାନ କାଟିବାରେ ସମସ୍ୟା ଉପୁଜିଛି। ଏଥିସହ ଏକ ସପ୍ତାହ ହେଲା ଲଗାତର ଝଡ଼ବର୍ଷା ହୋଇଥିବାରୁ ଚାଷଜମିରେ ବର୍ଷାଜଳ ଲହଡ଼ି ମାରୁଛି। ଭଦ୍ରକ ଜିଲା ଧାମନଗର ବ୍ଲକ ସାଆଁଳପୁର ଗ୍ରାମର ଦିବ୍ୟ ରଞ୍ଜନ ମହାନ୍ତି ଚଳିତ ବର୍ଷ…
ଅନନ୍ତ କୋଇଲା ଖଣିରେ ଦୁର୍ଘଟଣା: ଜଣେ କର୍ମଚାରୀ ମୃତ
ତାଳଚେର,୩।୫(ନି.ପ୍ର.): ଅନୁଗୋଳ ଜିଲାରେ ତାଳଚେରଠାରେ ଥିବା ଏମ୍ସିଏଲ୍ର ଅନନ୍ତ କୋଇଲା ଖଣିରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବେଣୁଧର ବିଶ୍ୱାଳ। ତାଙ୍କ ଘର ତାଳଚେର ବ୍ଲକ ହେଁସମୂଳ ଗ୍ରାମରେ। ବେଣୁଧର ଅନନ୍ତ…
ଗଞ୍ଜାମକୁ ୨ଟି ବସ୍ରେ ସୁରଟରୁ ଫେରିଲେ ୧୩୫ ପ୍ରବାସୀ: ୬ଜଣଙ୍କ ସ୍ବାବ୍ ଟେଷ୍ଟିଂ ପାଇଁ ପଠାଗଲା ବ୍ରହ୍ମପୁର
ଛତ୍ରପୁର, ୩।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକକୁ ସୁରଟରୁ ୨ଟି ବସ୍ରେ ୧୩୫ ଜଣ ପ୍ରବାସୀ ଆସି ପହଞ୍ଚିଛନ୍ତି। ଛତ୍ରପୁର ବ୍ଲକ ବଡମାଧପୁରରେ ଶନିବାର ବିଳମ୍ବିତ ରାତିରେ ସୁରତରୁ ୬୩ ଜଣ ପ୍ରବାସୀ ଓଡିଆ ଆସିଛନ୍ତି। ଏମାନଙ୍କୁ ବ୍ଲକର ବଡ଼ମାଧପୁର ପଞ୍ଚାୟତ…
ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା
ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛନ୍ତି। ଜିଲାରେ ଚିହ୍ନଟ ୨ କରୋନା ସଂକ୍ରମିତ ୩ ଦିନ ତଳେ ସୁରଟରୁ…
ରାଜସ୍ଥାନ କୋଟାରୁ ଝାରସୁଗୁଡ଼ାରେ ପହଞ୍ଚିଲେ ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର
ଝାରସୁଗୁଡା ଅଫିସ,୩।୫- କରୋନା କଟକଣା ଯୋଗୁ ଝାରସୁଗୁଡା ଜିଲାର ୭୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ରାଜସ୍ଥାନ କୋଟାରେ ଫସି ରହିଥିଲେ। ସେମାନେ ୩ଟି ବସ୍ ଯୋଗେ ରବିବାର ଝାରସୁଗୁଡାରେ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍କ୍ରିନିଂ କରାଯାଇଥିବା ବେଳେ କ୍ୱାରାଣ୍ଟାଇନରେ…

