Posted inବରଗଡ଼

ଯାତ୍ରୀବାହୀ ଗାଡ଼ିରେ ଗଲେଣି ୩୫ ହଜାର ପ୍ରବାସୀ

ବରଗଡ଼ ଅଫିସ୍‌,୨୩।୫-କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଅନ୍ୟପଟେ ପ୍ରବାସୀ ଶ୍ରମିକମାନେ ଫେରୁଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଚାଲିଛି । ଏହି ଦୃଷ୍ଟିରୁ ସଂକ୍ରମଣକୁ ପ୍ରତିହତ କରିବା ସହିତ ପ୍ରବାସୀ ଶ୍ରମିକମାନେ ଯେଭଳି ହଟହଟାର ସମ୍ମୁଖୀନ ନ ହେବେ ସେଥିପାଇଁ ପୋଲିସ, ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବରଗଡ଼ ଜିଲା ପୋଲିସ ପକ୍ଷରୁ ଶୁକ୍ରବାର ସୁଦ୍ଧା ୩୫ହଜାର ଲୋକଙ୍କୁ ବସ୍‌, ଚାରିଚକିଆ ଗାଡ଼ି ଯୋଗେ ଝାଡ଼ଖଣ୍ଡ, ଆସାମ, ପଶ୍ଚିମବଙ୍ଗ ଆଦି ସ୍ଥାନକୁ ପଠାଯାଇଥିବା ସୂଚନା ଦିଆଯାଇଛି। ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ସୂଚନା ଦେଇଛନ୍ତି ଏସପି ପଦ୍ମିନୀ ସାହୁ। ସେ ଆହୁରି କହିଥିଲେ, ରାଜ୍ୟରେ ୧୨ଟି ସୀମାନ୍ତ ରହିଛି । ଏହି ସୀମାନ୍ତ ଦେଇ ବାହ୍ୟ ରାଜ୍ୟରୁ ପ୍ରବେଶ ପଥ ରହିଛି । ସେଥିମଧ୍ୟରୁ ବରଗଡ଼ ଜିଲା ସୋହେଲା ନିକଟବର୍ତ୍ତୀ ଲୁହୁରାଚଟି ଗୋଟିଏ । ଏହି ସୀମାନ୍ତ ଦେଇ ପ୍ରବାସୀମାନେ ଫେରୁଛନ୍ତି। ସେହି ପ୍ରବାସୀମାନେ ଯେଭଳି ସୁରକ୍ଷିତ ଭାବେ ଘରକୁ ପହଞ୍ଚି ପାରିବେ, ସେ ନେଇ ଗତ ୩ ତାରିଖରୁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗତ ୨୨ତାରିଖ ସୁଦ୍ଧା ୮୫୦ଟି ବସ୍‌ ଏବଂ ୯୭୫ଟି ଚାରିଚକିଆ ଗାଡ଼ିରେ ୩୫ହଜାର ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବା ସହିତ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିବା ଏସ୍‌ପି ସାହୁ ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି...

ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri