ଅସମତିଙ୍କ କଅଁଳ କାନ୍ଧରେ ୪ ଭଉଣୀଭାଇଙ୍କ ଦାୟିତ୍ୱ

କୁନ୍ଦୁରା,୨୩ା୫(ଡି.ଏନ.ଏ.)-କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ଅନ୍ତର୍ଗତ ବାନ୍ଧିଆଗୁଡ଼ା ଗ୍ରାମରେ ବୈଶାଗୁ ମରିଚଫୁଲିଆଙ୍କ ପରିବାର ବସବାସ କରନ୍ତି। ସୁରୁଖୁରୁରେ ପରିବାର ଚଳୁଥିବା ବେଳେ ପ୍ରଥମେ ୪ବର୍ଷ ତଳେ ବୈଶାଗୁଙ୍କ ମୃତ୍ୟୁ ହୋଇଥିଲା। ମାଆ ରଇଲା ମରିଚଫୁଲିଆ (୩୦) କଷ୍ଟରେ ପିଲାଙ୍କୁ ଚଳାଉଥିଲେ। ଏବେ ନିକଟରେ ମାଆ ରଇଲାଙ୍କ ମୃତ୍ୟୁ ହୋଇଛି। ମାଆବାପାଙ୍କୁ ହରାଇ ୫ଝିଅପୁଅ ଅସମତି(୧୪), ଭଗବତୀ(୧୨), ମଧୁ(୧୦), ବଳରାମ(୮) ଏବଂ ସାନଝିଅ ସମାରୀ (୬) ବେସାହାରା ହୋଇପଡିଛନ୍ତି। ଏହି ଶିଶୁମାନେ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛନ୍ତି। ୫ ଭଉଣୀଭାଇଙ୍କ ମଧ୍ୟରୁ ମଧୁ ଶାରୀରିକ ଭିନ୍ନକ୍ଷମ ସହ ମୂକ ଏବଂ ବଧିର। ବଡ ଭଉଣୀ ଅସମତିଙ୍କ କଅଁଳ କାନ୍ଧରେ ପଡିଛି ଏହି ୪ ଭଉଣୀଭାଇଙ୍କ ଭରଣପୋଷଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଗୃହ ଅର୍ଦ୍ଧନିର୍ମିତ ହୋଇପଡିଛି। ସେମାନେ ପୈତୃକ ପୁରୁଣା ଜରାଜୀର୍ଣ୍ଣ ଘରେ ରହୁଛନ୍ତି । ୫ ଭଉଣୀଭାଇ ବାପାଙ୍କ ମୃତ୍ୟୁ ପରେ କେହି ପାଠପଢି ଯାଇନାହାନ୍ତି। ତେବେ ସାନଭଉଣୀଭାଇଙ୍କୁ ପାଠ ପଢାଇବାକୁ ମନସ୍ଥ କରିଛନ୍ତି ଅସମତି। ଏହି ପରିବାର ସମ୍ପର୍କରେ ଜାଣି ଶନିବାର କୁନ୍ଦୁରା ବ୍ଲକ ଭାଜପା ସଭାପତି ବଦ୍ରି ନାରାୟଣ ଆଚାର୍ଯ୍ୟ, ଲିମା ସରପଞ୍ଚ ଧନପତି ପରିଜା, ଗୋପାଳ ସାବତ, ତରୁଣୀ ବିଷୋୟୀ ପ୍ରମୁଖ ସେମାନଙ୍କ ନିକଟରେ ପହଞ୍ଚତ୍ ସହାୟତା କରିଛନ୍ତି। ସେମାନଙ୍କୁ ୨୫ କେ.ଜି. ଚାଉଳ, ୧୨ଶହ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଦେଇଛନ୍ତି। କୌଣସି ଅସୁବିଧା ହେଲେ ସେମାନଙ୍କୁ କହିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଏହି ନିଃସହାୟ ପରିବାରର ୫ ଭଉଣୀଭାଇଙ୍କୁ ସହାୟତା କରିବା ଲାଗି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫିଟ୍‌ନେସ୍‌ବିହୀନ ସ୍କୁଲ ବସ୍‌ ଚଳାଇ ପିଲାଙ୍କ ଜୀବନ ସହ ଖେଳ

ଦାମନଯୋଡ଼ି/ପଟ୍ଟାଙ୍ଗି,୨୯ା୩(ମାନସ ରଞ୍ଜନ କର/ଶରତ ଧଳ): କୋରାପୁଟ ଜିଲାର ବିବାଦୀୟ କୋଟିଆ ଗଞ୍ଜେଇପଦରଠାରେ ଥିବା ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଯାତାୟାତ ଲାଗି...

ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ

ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ...

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର...

ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ

କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌

କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ...

ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ

ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri