ଅସମତିଙ୍କ କଅଁଳ କାନ୍ଧରେ ୪ ଭଉଣୀଭାଇଙ୍କ ଦାୟିତ୍ୱ

କୁନ୍ଦୁରା,୨୩ା୫(ଡି.ଏନ.ଏ.)-କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ଅନ୍ତର୍ଗତ ବାନ୍ଧିଆଗୁଡ଼ା ଗ୍ରାମରେ ବୈଶାଗୁ ମରିଚଫୁଲିଆଙ୍କ ପରିବାର ବସବାସ କରନ୍ତି। ସୁରୁଖୁରୁରେ ପରିବାର ଚଳୁଥିବା ବେଳେ ପ୍ରଥମେ ୪ବର୍ଷ ତଳେ ବୈଶାଗୁଙ୍କ ମୃତ୍ୟୁ ହୋଇଥିଲା। ମାଆ ରଇଲା ମରିଚଫୁଲିଆ (୩୦) କଷ୍ଟରେ ପିଲାଙ୍କୁ ଚଳାଉଥିଲେ। ଏବେ ନିକଟରେ ମାଆ ରଇଲାଙ୍କ ମୃତ୍ୟୁ ହୋଇଛି। ମାଆବାପାଙ୍କୁ ହରାଇ ୫ଝିଅପୁଅ ଅସମତି(୧୪), ଭଗବତୀ(୧୨), ମଧୁ(୧୦), ବଳରାମ(୮) ଏବଂ ସାନଝିଅ ସମାରୀ (୬) ବେସାହାରା ହୋଇପଡିଛନ୍ତି। ଏହି ଶିଶୁମାନେ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛନ୍ତି। ୫ ଭଉଣୀଭାଇଙ୍କ ମଧ୍ୟରୁ ମଧୁ ଶାରୀରିକ ଭିନ୍ନକ୍ଷମ ସହ ମୂକ ଏବଂ ବଧିର। ବଡ ଭଉଣୀ ଅସମତିଙ୍କ କଅଁଳ କାନ୍ଧରେ ପଡିଛି ଏହି ୪ ଭଉଣୀଭାଇଙ୍କ ଭରଣପୋଷଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଗୃହ ଅର୍ଦ୍ଧନିର୍ମିତ ହୋଇପଡିଛି। ସେମାନେ ପୈତୃକ ପୁରୁଣା ଜରାଜୀର୍ଣ୍ଣ ଘରେ ରହୁଛନ୍ତି । ୫ ଭଉଣୀଭାଇ ବାପାଙ୍କ ମୃତ୍ୟୁ ପରେ କେହି ପାଠପଢି ଯାଇନାହାନ୍ତି। ତେବେ ସାନଭଉଣୀଭାଇଙ୍କୁ ପାଠ ପଢାଇବାକୁ ମନସ୍ଥ କରିଛନ୍ତି ଅସମତି। ଏହି ପରିବାର ସମ୍ପର୍କରେ ଜାଣି ଶନିବାର କୁନ୍ଦୁରା ବ୍ଲକ ଭାଜପା ସଭାପତି ବଦ୍ରି ନାରାୟଣ ଆଚାର୍ଯ୍ୟ, ଲିମା ସରପଞ୍ଚ ଧନପତି ପରିଜା, ଗୋପାଳ ସାବତ, ତରୁଣୀ ବିଷୋୟୀ ପ୍ରମୁଖ ସେମାନଙ୍କ ନିକଟରେ ପହଞ୍ଚତ୍ ସହାୟତା କରିଛନ୍ତି। ସେମାନଙ୍କୁ ୨୫ କେ.ଜି. ଚାଉଳ, ୧୨ଶହ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଦେଇଛନ୍ତି। କୌଣସି ଅସୁବିଧା ହେଲେ ସେମାନଙ୍କୁ କହିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଏହି ନିଃସହାୟ ପରିବାରର ୫ ଭଉଣୀଭାଇଙ୍କୁ ସହାୟତା କରିବା ଲାଗି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri