Posted inବୌଦ୍ଧ

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ ରହିଥିବା ସେମାନେ ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ନିଜ ଘରକୁ ଫେରିବାରେ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।
ପ୍ରକାଶ ଯେ, ଏହି ଶ୍ରମିକମାନେ କାମ କରୁଥିବା ମିଲର ମାଲିକ ଯଥାଶୀଘ୍ର ଜାଗା ଛାଡିବାକୁ ସେମାନଙ୍କୁ ଶୁଣାଇ ସାରିଥିବା ବେଳେ ଗତ ୪ ଦିନ ହେବ ଭୋକ ଉପାସରେ ପଡି ରହିଛନ୍ତି ା ଘରକୁ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇନାହିଁ ା ଯଦି ତାମିଲନାଡୁରେ ସେମାନଙ୍କର କିଛି ହୁଏ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେମାନେ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି । ଏନେଇ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି ଶନିବାର ଏକ ପତ୍ର ଜରିଆରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍‌, ୨୦ ଆହତ

ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri