Posted inବୌଦ୍ଧ

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ ରହିଥିବା ସେମାନେ ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ନିଜ ଘରକୁ ଫେରିବାରେ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।
ପ୍ରକାଶ ଯେ, ଏହି ଶ୍ରମିକମାନେ କାମ କରୁଥିବା ମିଲର ମାଲିକ ଯଥାଶୀଘ୍ର ଜାଗା ଛାଡିବାକୁ ସେମାନଙ୍କୁ ଶୁଣାଇ ସାରିଥିବା ବେଳେ ଗତ ୪ ଦିନ ହେବ ଭୋକ ଉପାସରେ ପଡି ରହିଛନ୍ତି ା ଘରକୁ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇନାହିଁ ା ଯଦି ତାମିଲନାଡୁରେ ସେମାନଙ୍କର କିଛି ହୁଏ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେମାନେ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି । ଏନେଇ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି ଶନିବାର ଏକ ପତ୍ର ଜରିଆରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri